Latest Odisha News
Browsing Category

କବିତା

ଅନୁବାଦ କବିତା : ଅବନୀ ଘରେ ଅଛ?

ମୂଳ ବଙ୍ଗଳା: ଶକ୍ତି ଚଟ୍ଟୋପାଧ୍ୟାୟ  ଅବନୀ ଘରେ ଅଛ? ଅବନୀ ଘରେ ଅଛ? କବାଟ କିଳି ଶୋଇପଡ଼ିଛି ସାରା ପଡ଼ା କେବଳ ଶୁଣେ ରାତିରେ କଡ଼ା ଖଡ଼ଖଡ଼ ‘ଅବନୀ ଘରେ ଅଛ?’ ବର୍ଷା ହୁଏ ଏଠି ବାରମାସ ଏଠି ମେଘ ଗାଈପରି ଚରେ ପରାଙ୍ମୁଖ ସବୁଜ ନାଲିଘାସ ଦୁଆର ଚାପି ଧରେ- ‘ଅବନୀ ଘରେ ଅଛ?’ ଭଗ୍ନ…

ଅନୁବାଦ କବିତା : ମୋ ସଙ୍ଗୀତ

ମୂଳ ରଚନା : ଗ୍ରାବ୍ରିଏଲା ମିସ୍ରାଲ ବ୍ୟଥିତ ଶିଶୁଙ୍କ ପାଇଁ ମୁଁ ଯେଉଁ ଗୀତ ଗାଇଛି ଆଜିଥରେ ଦୟାକରି ମୋ ପାଇଁ ସେଇ ଗୀତ ଗାଅ । ଗୁଣୁ ଗୁଣୁ ହୋଇ ତୁମ ଲାଗି ଯେ ଗୀତ ଗାଇଛି ହେ ବେଦନାକ୍ତ ଶିଶୁଗଣ ମୋ ପାଇଁ ଆଜି ସେଇ ଗୀତ ଗାଅ । ମୁଁ ବି ଆଜି ଆହତ । ଏ ନିଷ୍ଠୁର ଆଲୋକ…

କବିତା : ପ୍ରେମୀ ପକ୍ଷୀ

ତେଜସ୍ୱିନୀ ପଣ୍ଡା  ଚାଲ୍ ଉଡ଼ିଯିବା ଏକ ସୁଦୂର ପ୍ରସାରୀ ପ୍ରେମୀ ସହରକୁ, ଯେଉଁଠି ନଥିବ ଯାତନା, ପ୍ରତାରଣା ଓ ନିଷ୍ଠୁର ଘାତକତା । ଆକାଶଉଚ୍ଚା ଗଛ ଦେଖି ବସା ବାନ୍ଧି ଆରମ୍ଭ କରିବା ଆମ ଜୀବନ, ସେଇଠି କେବଳ ତୁ ଥିବୁ ଆଉ ମୁଁ କରୁଥିବି ତୋ ପ୍ରତି ଅଭିମାନ । ମୁଁ ନିଶ୍ଚୟ…

କବିତା : ସତୀର୍ଥ ବାଟୋଇ

ପ୍ରିୟମ୍ବଦା ସାମଲ  ଜୀବନର ଅଙ୍କାବଙ୍କା ପଥେ ଦେଉଥାଅ ମୋର ସାଥ ଝୁଣ୍ଟି ପଡିଲେ ଅତି ଅନୁରାଗେ ଧରିନିଅ ମୋର ହାତ। ତୁମଠି ବିଶ୍ବାସ ଅଛି ବୋଲି ମୋର ସଂସାରେ ଚାଲୁଛି ବାଟ କଣ୍ଟକିତ ପଥେ ଚିର ସାଥୀ ମୋର ଜୀବନେ ଅଛି ସଙ୍କଟ । ସଂଘର୍ଷ କଷଣ ଝଡ ଝଞ୍ଜା ଆସେ ଚାଲିବା ପଥରେ କେତେ…

କବିତା : ଖଞ୍ଜଣି 

ଗଦାଧର ସାହୁ  କାଠ ଚମଡା ଗିନି ଏକାଠି ମିଶିଲେ ଖଞ୍ଜଣି । ସୃଷ୍ଟି କରେ ଶବ୍ଦ ବ୍ରହ୍ମ ଜୀବନ ସଙ୍ଗୀତ ଜନ୍ମ ମୃତ୍ୟୁ ବଞ୍ଚିବା ରହସ୍ୟ । ସ୍ଵର, ଲୟ, ତାଳ ବାନ୍ଧି ସୃଷ୍ଟି ତତ୍ତ୍ଵ ବାଜୁଅଛି ଆସ ଥରେ ଶୁଣିନିଅ ଶାନ୍ତ ମନ, ସ୍ଥିର ଚିତ୍ତେ କେମିତି ଶୁଭୁଛି ସୃଷ୍ଟି, ସ୍ଥିତି,…

କବିତା : ଦୀପାବଳି ୨୦୨୧

ଅଜିତ ମହାନ୍ତି  ଦୀପାବଳି ଏକ ଉଦାସ ସମୟର, ସମୟ, ଅନ୍ଧାରକୁ ଉଜେଇଁବାର, ବିଷାଦଚିରି ଜଙ୍ଗଲରେ ଆଶାଟିଏ ଥାପିବାର ସମୟ ଅନ୍ତରକୁ ଚାହିଁବାର, ସମ୍ବେଦନାର, ସମୟ ଘେରା ବୁକୁଥରା ଯନ୍ତ୍ରଣାର। ସମୟ ସଂଯମର, ସମୟ ପ୍ରାୟଶ୍ଚିତ୍ତର, ସମୟ ସବୁଜ ଅଦେଖା ବିସ୍ଫୋଟକର, ବିବେକକୁ ଘାରୁଥିବା…

ଅନୁବାଦ କବିତା : ଚିଲିକାରେ ସକାଳ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ  ଆଜିର ଏଇ ସକାଳ ଏତେ ଭଲ ଲାଗୁଛି ଯେ କହିବାକୁ ଭାଷା ନାହିଁ ମୋର ! ଆକାଶଟା କେତେ ନୀଳ ଓ ନିର୍ମଳ କେତେ ପୁଣି ଅପୂର୍ବ ସୁନ୍ଦର ମନେ ହୁଏ କେଉଁ ଏକ ଓସ୍ତାଦ କଣ୍ଠର ଅବାଧ ଉନ୍ମୁକ୍ତ ସ୍ୱର ଦିଗନ୍ତରୁ ଆଦିଗନ୍ତ ହୋଇଛି ବିସ୍ତାର। ଏଇ ଆକାଶର…

କବିତା : ଫେରିଆସ ସନାତନ

ମାନସ ରଞ୍ଜନ ମହାପାତ୍ର  କେଉଁ ଟ୍ରକ୍ ଡାଲାରେ ହଜିଲ କେଉଁ ଜଙ୍ଗଲ ରେ, ପାହାଡ଼ରେ ତୁମେ ହଠାତ୍ ଓହ୍ଲାଇଗଲ ଓ ହଜିଗଲ ପ୍ରିୟ ସନାତନ ! ସେଦିନ ଗଲ ଯେ ଗଲ ଓ ମୁଁ ଖୋଜିଲି ସାରା ପୃଥିବୀ, ମହାଦେଶ, ମହାନଗରୀ, ମହାସାଗର କେଉଁ ଯୋଗୀ ବେଶରେ, କେଉଁ ହିମାଳୟ କି ଆଲପସ୍ କି କେଉଁ…

କବିତା : ସବୁ ଠିକହେବ

 ସଞ୍ଜିତା ପ୍ରଧାନ  ପଥ ବହୁଦୂର , ଅନେକ ଚାଲିବାକୁ ବାକି ଅଛି, ପାଦରେ କଣ୍ଟା ଫୁଟିବ ରକ୍ତାକ୍ତ ବି ହେବ, ତା' ବୋଲି କ'ଣ ଚାଲିବା ବନ୍ଦକରି ବସିପଡ଼ିବ ? ଏ ଜୀବନ ବସିବାର ସୁଯୋଗ ଦିଏନି, ଯିଏ ବସିଯାଏ ତାର ଭାଗ୍ୟ ବି ବସିଯାଏ । ଏମିତି ହୋଇଥିଲେ ଏମିତି ହୋଇଥାନ୍ତା, ଏହା ଦୁର୍ବଳ…

କୁଳାଙ୍ଗାର ଉବାଚ : ଦିବାଲି ଗୁଲି

୧    ତା ଘରେ ପହଞ୍ଚି ଦେଖିଲି ମୋ ସାଙ୍ଗ ବ୍ରଜ ଅଖାରୁ ପୁରୁଣା ବାଣ କାଢି ସେଥିରେ ଶାଗୁଆ ରଙ୍ଗ ଦେଉଛି; କାରଣ ପଚାରିଲାରୁ କହିଲା - ଏ ବର୍ଷ ପରା କେବଳ ସବୁଜ ବାଣ ଫୁଟେଇ ହେବ ବୋଲି ଟିଭି ବାରମ୍ବାର କହୁଚି ! ୨ ବ୍ରଜ ପଚାରିଲା- ଆଉ ତୁ ଏଥର କୋଉ ବାଣ ଫୁଟେଇବୁ? ନା…