Latest Odisha News

BREAKING NEWS

Browsing Category

କବିତା

କବିତା : ମାମ୍ ଉପେତ୍ୟ ପୁନର୍ଜନ୍ମ

✍️ଜ୍ଞାନେନ୍ଦ୍ର.. ଅନ୍ଧାର ବେଶ୍ ଚିହିଁକି ଉଠୁଥାଏ ଠିକ୍ ଏତିକିବେଳେ... ନିକାଞ୍ଚନରେ ଏଇ ମୋର ସ୍ୱ-ଶବଯାତ୍ରା ଜହ୍ନ ଦିଶୁଥାଏ ଖୁବ ମଳିନ ଅବସାଦ ଆଖିରେ ଆଜି ତା' ଦୁଇ ଟୋପା ଲୁହ ସାରା ପ୍ରକୃତି ଖାଁ ଖାଁ ଖୁବ ବିଷାଦଗ୍ରସ୍ତ । ଅପୂର୍ବ ଏହି ବିଦାୟକାଳୀନ ଅଭିବାଦନ କାନ୍ଧରେ…

କବିତା: ସମୟର କବର ତଳେ…….

ସାଧନା ପଣ୍ଡା  ଆୟୁଷର କଅଁଳ ଡେଣାରେ ସମୟ ଅଜାଡି ଦିଏ କୁଢ କୁଢ ମୃତ୍ୟୁ ର ଅଙ୍ଗାର , କହି ହୁଏନା ଶେଷ କେଉଁଠି ! ଏଇ ତ ଆରମ୍ଭ ମାତ୍ର ବଞ୍ଚିବାର କୁହେଳି ଭିତରେ ଅନ୍ଧାରରେ ଦେଖେ ଆଜି ଆପଣାର ମୁହଁ ଆଉଥରେ ...... ଆରମ୍ଭେ ସେଇଠି ..... !! ବନ୍ଦୀ ସେ ଚିରକାଳ ଏଇ ସମୟର କବର…

କବିତା: ପ୍ରେମ ଫଲଗୁ

ସୁପ୍ରିୟା ପଣ୍ଡା ତୁମ ଅସ୍ମିତାର ଭୁରୁ ଗନ୍ଧରେ ମୁଁ ପ୍ରମତ୍ତ କୀଟଟିଏ ଖୋଜୁଛି ମୋ ଅସ୍ତିତ୍ୱ । ଏକ ମଧୁର ଆଲିଙ୍ଗନ ଅପେକ୍ଷାରେ ଅପେକ୍ଷାରତ କେଉଁ ଯୁଗ ଯୁଗାନ୍ତରରୁ । କିଛି ପ୍ରହେଳିକା କିଛି ପ୍ରଶ୍ନ ର ଦଂଶନ ଜାଣିବାକୁ ଚାହେଁ ବହୁତ କିଛି ଜାଣିବାକୁ ଚାହେଁ କି ମୁଁ ତୁମ…

କବିତା: ଅତୀତକୁ ଯିବି ଫେରି

ଦୀପକ କୁମାର ନାୟକ ଜୀବନ ର କାନଭାସ ରେ କଲମ ର ତୁଳି ଧରୀ ଆଜି ଆଙ୍କିଛି। ଅତୀତ ର ସେହି ସ୍ମୃତି କୁ ଲାଗେ ଦେଖି ସ୍ୱପ୍ନ ପରି। ଆଜି ହଜିଯାଇଛି ମୋର ସେ ଶାନ୍ତ ନୀରବ ଚୁପ୍ ଚାପ୍ ଦିନ। ଆଜି ସେ ଦିନ କୁ ଖୋଜେ ମୁଁ କାନଭାସ ର ଚିତ୍ରର କଳ୍ପନା ରେ। ସ୍ମୃତି ର ମରୁଭୂମିରୁ ଭାଷୀ…

କବିତା: କଥା ଥିଲା

ଜୟଶ୍ରୀ ଦାଶ ଶେଷ ଶ୍ରାବଣର ଭିଜା ବରଷାରେ ଭିଜିବାକୁ କଥା ଥିଲା ଜହ୍ନ ରାଇଜରେ ଜୋଚ୍ଛନା ଜୁଆରେ ହଜିବାକୁ କଥା ଥିଲା ସୁନେଲୀ ସଂଜ ରେ ସାଗର ବେଳାରେ ତୋଳିବାକୁ ବାଲି ଘର କଥା ଥିଲା ପ୍ରିୟ ପରଷି ଦେବାକୁ ପ୍ରୀତିର ପୀୟୁଷ ଝର ସପନ ବଣିକ ସାଜି ଦରିଆରେ ସୁଖର ନଉକା ବାହି ବାହି…

କବିତା : କେମିତି ବଦଳି ଯାଏ

ଅନତାଂଶୁ ଜେନା କେମିତି ବଦଳିଯାଏ !            ରାତିକ ଭିତରେ, ହସୁଥିବା ମୁହଁ ହଠାତ୍ ପରଦେଶୀ ସ୍ୱପ୍ନ ସବୁ ମଝି ଦାଣ୍ଡରେ ଶସ୍ତା ହାଟରେ ବିକ୍ରି ହୁଏ, କାଲିର ପଚା-ସଢ଼ା ଗୋପନୀୟତା । କେମିତି ବଦଳିଯାଏ ! ଗାଡ଼ିରୁ ଓହ୍ଲେଇ, ଦୌଡ଼ୁଥିବା ପାଦ ହଠାତ୍ ମରୁବାଲି ଦମକଳ ସବୁ…

କରୋନା : ଆଉ ଏକ ପ୍ରେମ କବିତା

ମନୋଜ ରଥ                                            ଆମେ ବି ଧାଉଁଥିଲେ ସାରା ଟା ପ୍ରୁଥିବୀ ସାଂଗରେ ଯେତେବେଳେ ପବନ ମାଗୁଥିଲା ଅମ୍ଳଜାନ । ଫୁର୍ ସତ୍ ହିଁ ନ ଥିଲା ଆମ ପାଖରେ ଜହ୍ନ ପାଇଁ ଚୁଂବନ ପାଇଁ ଦଣ୍ତେ ଠିଆ ହେଇ ଦେଖିବାକୁ ପରସ୍ପର ଭିତରେ ବାହାରେ ଆସିଥିବା…

କବିତା : ସକାଳ ଥିରି ଆସିଲା

ସୌଭାଗ୍ୟ ଲକ୍ଷ୍ମୀ ସେଠି                                                                           ଜହ୍ନ ଲୁଚିଲା                                                                                  ଅନ୍ଧାର ଘୁଞ୍ଚିଲା ସୂରୁଜ ପୁରୁବେ ଉଇଁଲା; ଦୂର…

କବିତା : ଶାପଗ୍ରସ୍ତ ଈଶ୍ୱର

ଜ୍ଞାନେନ୍ଦ୍ର କୁମାର ପଣ୍ଡା ଆଗେ ଥିଲେ ଏଇ ମାଟିରେ ଖାଲି ହଜାର ହଜାର ଈଶ୍ବର ସେମାନେ ଅହର୍ନିଶ ଗଢୁଥିଲେ ସୂର୍ଯ୍ୟ, ଚନ୍ଦ୍ର, ପର୍ବତ, ଝରଣା, ସ୍ଥାବର ବୃକ୍ଷ, ଫୁଲ ଓ ଫଳ କେତେ କିସମର । ତା' ପରେ ଈଶ୍ୱର ଗଢିଲେ ମୋତେ ନିଜ କାୟାର ଗୋଟିଏ ଅଣୁରେ, ତୁମକୁ ଗଢିଲେ ସିଏ…

ତୁମର ପଳାୟନର ଦିନ

ତୁମର ପଳାୟନର ଦିନ ଆକାଶରେ ପଦ୍ମ ଫୁଟେ ଓ ମୁଁ ପୁଣି ଆଉଥରେ ଚାଲିପାରେ, ମୋ ଦୁଃଖର ପତଳା ପାରଦ ଉପରେ । ତୁମର ପଳାୟନର ଦିନ ମୋ ବଗିଚାର ସୂର୍ଯ୍ୟମୁଖୀମାନେ ଠୋ ଠୋ ହୋଇ ହସନ୍ତି, ଯେପରି ଦଳେ ବେଶ୍ୟା ନିର୍ଲଜ ନିର୍ମମ । ଏବଂ ସେମାନଙ୍କର କଣ୍ଠସ୍ୱର ଶୁଭେ, ତୁମ ନିରବତାର ବିଷ୍ଫୋରଣର…