Latest Odisha News

BREAKING NEWS

Browsing Category

ନବପ୍ରତିଭା

ଶୂନ୍ୟତା

ଶୂନ୍ୟତା ଆଶୁତୋଷ ପ୍ରସାଦ ମଲ୍ଲିକ କ'ଣ ହୋଇପାରେ ଏ ଶୂନ୍ୟତାର ପରିଭାଷା? ଗୋଟେ ସ୍କେଚ୍ ନଥିବାପଣର, ଛଳଛଳ କେଇ ପୃଷ୍ଠା ଲୁହର କବିତା, କି ଶୋଷରେ ଡହକୁଥିବା ମାଟିର ଆକୁଳତା? ତୁମେ ଜାଣନା ତୁମକୁ ଛୁଇଁ ଆସିଥିବା ଦମକାଏ ପବନରେ ମୁଁ ପାଦେ ପାଦେ ଦୂରେଇଯାଏ ସମୟଠୁଁ।…

ବ୍ୟତିରେକ

ବ୍ୟତିରେକ ସ୍ମୃତିରଞ୍ଜନ ସେଠୀ ମୁଁ ହରେଇ ସାରିଥିବି ସେତେବେଳକୁ କାକର ବୁନ୍ଦାର ଶେଷ ଅବସୋସ ଝଡିସାରିଥିବ ଜହ୍ନରୁ କେଇ ପଳଖା କଳଙ୍କ ଚଢେଇ ପେଟରୁ କୁହୁଳି ଉଠୁଥିବ ଭୋକ ପାହାନ୍ତିତାରାର ପିଠିରେ ବସି ସବୁଦିନ ଗଲାବେଳେ ତୁ ସେମିତି ଥରେ ଅନେଇଦେବୁ ମୋ ଦୁଆରକୁ ଝାପ୍ସା ଦିଶିବ…

ତୋ ସହ ଗୋଟେ ରାତି

ତୋ ସହ ଗୋଟେ ରାତି ସରୋଜିନୀ ଶଙ୍ଖୁଆ ଏଣିକି ରାତି ଘନେଇ ଆସିଲେ ତୋ ଘରେ ଆଲୁଅ ଜଳିଲେ ମୁଁ ହସେ ଫାଳିକିଆ ଜହ୍ନ ହେଇ ଦୂର ଆକାଶରେ... ବାହାରେ ମୋ ଅନ୍ଧାରି ସ୍ୱପ୍ନମାନେ ଇତସ୍ତତଃ ହୋଇ ଘୁରି ବୁଲନ୍ତି ତୋ ଆଲୁଅର ଅଲୋଡ଼ା ପଣରେ... ମୋ ଚାରିପଟେ ଘେରି ରହିଥିବା ଭାବନାର…

ତମ ମୁହଁ ନଦେଖିଲା ଦିନ

ତମ ମୁହଁ ନଦେଖିଲା ଦିନ ବଳବନ୍ତ ସାହୁ ଫି' ଦିନ ତମ ଗାଁ' ଗୋଶାଳାରୁ ଆମ ଘରକୁ ଗୋରସ ଆସେ; କିଂତୁ , ତମ ମୁହଁ ନଦେଖିଲା ଦିନ ଗୋରସ ଛିଂଡି ଯାଏ , ହୃଦୟ ଭାଂଗି ଯାଏ ଆମ୍ବୁଲ ପକେଇ ସିଝେଇଲା ଭଳି । ଫି' ହପ୍ତା ତମ ଗାଁ' ହାଟରୁ ଆମ ଘରକୁ ପରିବା ଆସେ ; କିଂତୁ , ତମ ମୁହଁ ନଦେଖିଲା…

ଅବସୋସ

ଅବସୋସ ଲାବଣ୍ୟ ନାୟକ ଧାନଉଁଷା ହାଣ୍ତି, ବାଉଁଶ ପତ୍ର, ଆମ୍ବ ବଗିଚା, ଖଜୁରୀ ବଣ, ବର ଓହଳ...! ଏଇସବୁ ଭିତରେ ଭାଗ୍ୟକୁ ଅଣ୍ତାଳୁଥିଲି ଦିନେ । କିନ୍ତୁ ମିଳିଲା ଯାହା ଫାଳେ କାନ୍ଥ ନଥିବା ଚାଳଘର, ବାଡ଼ି ଆଡେ ଖଣ୍ତିଆ କୁଅ, କଦଳୀବଣ, ଅପରାଜିତା ଫୁଲ, ଆଉ ତା ସାଥେ…

ଅନ୍ଧାର

ଅନ୍ଧାର ଡା. ଜଗତବଂଧୁ ମହାପାତ୍ର ଭଲଲାଗେ, ଅନ୍ଧାର ଆଲୋକର ମାୟା ଠାରୁ ଚାଲିଯିବାକୁ ଦୂରକୁ ହଜାଇଦେବାକୁ ନିଜର ସ୍ଥିତି ଅନ୍ଧାରର ପରିଧିରେ ଯେଉଁଠି ରମଣଠାରୁ ମରଣ ଯାଏ, ସବୁ ଏକାପରି ଅନ୍ଧାରରେ ଶାନ୍ତି ଅଛି, ଅଛି ତୃପ୍ତି ସତ୍ୟ, ଶିବ, ସୁନ୍ଦରର ସାନ୍ନିଧ୍ୟତା ଜୀବାତ୍ମା…

ତିନୋଟି କବିତା

ତିନୋଟି କବିତା ସସ୍ମିତା ରାଉତ ୧. ତୃଷ୍ଣା ବେପରୁଆ ଆଞ୍ଜୁଳେ ଶବ୍ଦକୁ ଉଚ୍ଛାଳିଲି ଆକାଶକୁ କିଛି ତ,  ଖାଲି ଖାଲି ବାଦଲ ! ମୋ ଛାତିରେ ଭରି ତୃଷ୍ଣା; କିଛି ବିନ୍ଦୁ ବିନ୍ଦୁ ସାଜି ଭିଜାଇଲେ ଆଉ କାହା ମାଟି ସେତିକି ମୋ କବିତା ! *** ୨. ଷଡ଼ଯନ୍ତ୍ର ଶ୍ରାବଣ…

ପାରିଜାତ

ପାରିଜାତ ଶୁଭଶ୍ରୀ ମହାରଣା ସରଗର ପାରିଜାତ ଚାହେଁ ନାହିଁ ଚାହେଁ ନାହିଁ ଦୁର୍ମୂଲ୍ୟ ସମ୍ପତ୍ତି ଚାହେଁ ନାହିଁ ଇନ୍ଦ୍ରଧନୁ ସାତରଙ୍ଗ ଚାହେଁ ନାହିଁ ହୀରା ଲୀଳା ମୋତି। ଚାହେଁ ଖାଲି ଟିକେ ନିବିଡତା ଭରିଥିବ ପ୍ରେମ ପିଆସାରେ ସେଥିରେ ମୁଁ ମିଶାଇବି ମୋ ଆତ୍ମୀୟତା ଇତିହାସ ରଚିବ…

କାନ୍ଥ

କାନ୍ଥ ଧିରେନ୍ ବାଗ ଚାରିଆଡେ କାନ୍ଥ ଯା ଭିତରେ ମୁଁ ଥାଏ ଏକ ବନ୍ଦି ଶରଣାର୍ଥୀ ଆଉ କେବେ ନଥାଇ ଉଡେ ମୁକ୍ତ ଆତ୍ମା ପରି । ଦିନ ଆସି ଦିନ ଯାଏ ସମୟ ଅବିରତ ଗଡି ଚାଲେ କିନ୍ତୁ ଦୃଷ୍ଟି କାନ୍ଥରୁ ବାଜି ଫେରିଆସେ ଉଦାସ ହେଇ । ଯେବେ ଅଣନିଃଶ୍ୱାସୀ ମନ ଖୋଜେ ନୂତନ ଆଲୋକ…

କେମିତି?

କେମିତି? ପ୍ରଜ୍ଞା ପାରମିତା ନିମିଷକେ ପାରିଲିନି ଜାଣି ତୁମ ଆଗମନର ସମ୍ବାଦ... ନା ବାରି ପାରିଲି ତୁମ ବାସ୍ନାର ଆଭାସ କେମିତି ଦୃଷ୍ଟି ନିକ୍ଷେପିଲ ଏଇ ପଥଶ୍ରାନ୍ତ ପଥିକ ଉପରେ କେମିତି ଅଣ୍ଡାଳି ପାରିଲ ମୋତେ ଏ ଅଗନା ଅଗନି ବନସ୍ତ ମଧ୍ୟରେ ମୁଁ ତ ହରାଇ ସାରିଥିଲି…