Latest Odisha News

BREAKING NEWS

କାନ୍ଥ

କାନ୍ଥ
ଧିରେନ୍ ବାଗ

ଚାରିଆଡେ କାନ୍ଥ
ଯା ଭିତରେ ମୁଁ ଥାଏ
ଏକ ବନ୍ଦି ଶରଣାର୍ଥୀ
ଆଉ କେବେ ନଥାଇ
ଉଡେ ମୁକ୍ତ ଆତ୍ମା ପରି ।

ଦିନ ଆସି ଦିନ ଯାଏ
ସମୟ ଅବିରତ ଗଡି ଚାଲେ
କିନ୍ତୁ ଦୃଷ୍ଟି କାନ୍ଥରୁ ବାଜି
ଫେରିଆସେ ଉଦାସ ହେଇ ।

ଯେବେ ଅଣନିଃଶ୍ୱାସୀ ମନ
ଖୋଜେ ନୂତନ ଆଲୋକ
ହୃଦୟ ପୁଲକିତ, ରୋମାଞ୍ଚିତ ହୋଇଉଠେ ।

ଗୁମସୁମ ହେଇଥିବା
ମନଟା ସବୁ ଭୁଲିଯାଏ
ଏ କାନ୍ଥଥିବା ସହରେ
ଜୀବନ ଥାଇବି ନିର୍ଜୀବ ।।

……………………
ଗୌଡରମା, କୁଳିଅଣା, ମୟୂରଭଞ୍ଜ
ମୋ-୮୯୧୭୨୭୨୫୨୫,୯୬୯୨୧୮୮୦୮୧

ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ:
sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)

Leave A Reply

Your email address will not be published.