Latest Odisha News

BREAKING NEWS

Browsing Category

ନବପ୍ରତିଭା

ମେଞ୍ଚାଏ ଅଳନ୍ଧୁ

ମେଞ୍ଚାଏ ଅଳନ୍ଧୁ ସୋନାଲି ପଣ୍ଡା ତୁମେ ପଚାରିଲ ମୋ ଚୁପ୍ ରହିବାର କାରଣ ମୁଁ ଉତ୍ତରରେ ଫେରେଇଦେଲି ଲୁଣିଆ ହସରୁ ଚେନାଏ କେଜାଣି କ'ଣ ବୁଝିଲ ମୁଁ ଚଷମା ପିନ୍ଧୁଛି ଏଇ ଏବେଏବେ ମୋ ଆଖି କଣେ ମେଞ୍ଚାଏ ଅଳନ୍ଧୁ ଝରକା ସେପାଖେ ଥୁଣ୍ଟା ଗଛଟିଏ ସେ ଗଛଟାରେ ବାଇଆବସା ହଳେ କାଇଁ ଚିଁ…

ଦୁଇଟି ଅଣୁ ଗଳ୍ପ

ଦୁଇଟି ଅଣୁ ଗଳ୍ପ ଯୋଗେଶ୍ୱର ପଣ୍ଡା ୧. ଝିଟିପିଟି ସ୍ତ୍ରୀ- ଶୁଣୁଛ କି ! ଏ ଝିଟିପିଟି ଯୋଗୁଁ ମୁଁ ଆଉ ଏ ଘରେ ରହି ପାରିବିନି । ଘରଯାକ ଅସନା କରିଦେଉଛନ୍ତି ଝାଡା ଫେରିଫେରି ସବୁଆଡେ । ଏମାନଙ୍କୁ ଘଉଡାଇବାର ବ୍ୟବସ୍ଥା କର ଶୀଘ୍ର । ନ ହେଲେ ମୁଁ ଘରୁ ଯିବାର ବ୍ୟବସ୍ଥା କରିବି ଜାଣିଥ ।…

ସରପ୍ରାଇଜ

ସରପ୍ରାଇଜ ସୋନାଲି ସ୍ୱାଇଁ ସକାଳୁ ଉଠି ମୋବାଇଲ ଫୋନ ଅନଲକ କରିବା ମାତ୍ରେ ସ୍କ୍ରିନ ଉପରେ ଶୁଭ୍ରା ଦେଖିବାକୁ ପାଇଲା ଏକାଥରେ ଦଶ ବାରଟା ମେସେଜ... ତାହା ପୁଣି ଗୋଟିଏ ଅଜଣା ନମ୍ବରରୁ। ଚଟାପଟ ମେସେଜସବୁକୁ ପଢିବାକୁ ଲାଗିଲା ଶୁଭ୍ରା | ଲେଖା ଥିଲା: ହେଲୋ ମାଡାମ... କେମତି ଅଛ? କ'ଣ…

ତାରା ଓ କୃଷ୍ଣ ବୁଢ଼ା

ତାରା ଓ କୃଷ୍ଣ ବୁଢ଼ା ବିଭାବତୀ ଦାଶ ମୁଁ ସ୍କୁଲରେ ପଢ଼ୁଥାଏ । ଖରାଦିନିଆ ସଞ୍ଜରେ ଦୁଆରେ ଖଟିଆ ପକେଇ ବାପା ବସନ୍ତି । ମୁଁ ତାଙ୍କ ପାଖେ ଖଟିଆରେ ଗଡ଼ିଯାଏ । ଶୋଇ ଶୋଇ ଆକାଶକୁ ଦେଖେ । ତାରାଭର୍ତ୍ତି ଆକାଶ ଦେଖିବାକୁ ମୋତେ ଭାରି ଭଲଲାଗେ । ବାପା ସପ୍ତର୍ଷିମଣ୍ଡଳ ଚିହ୍ନେଇ ଦେଇଥିଲେ ।…

ସଫରନାମା-୩୭

ସଫରନାମା-୩୭ ଦେବୀଶଙ୍କର ଦାଶ || ୧ || ସାଥୀଙ୍କ ଗହଳି ମୁଁ ଏକା ଠିଆ ମୋର ହିଁ ସହର ମୁଁ ଭଡ଼ାଟିଆ ତମ ମିଛ ଏଠି ସଭିଙ୍କୁ ପସନ୍ଦ ମୁଁ ଯଦି କହେ ମୁଁ କପଟିଆ ଦେଇପାର ଆଜି ହଜାରେ ମରଣ ଛାଇ ବି ତ ନାହିଁ ମୁଁ ନିଛାଟିଆ ତମ ପ୍ରେମ ପାଇଁ ଢେର୍ ଲମ୍ବା ଧାଡ଼ି ବିରହ ବେଳକୁ ମୁଁ…

ମନୋଇ ଝିଅ

ମନୋଇ ଝିଅ ବିଜୟଲକ୍ଷ୍ମୀ ନାୟକ ଝିଅ ଥରେ ବାଲିଘର ତୋଳୁଥିଲା ତା'ର ଦୁଇ ପାପୁଲିରେ ଯୋଡି ଦେଉଥିଲା ତା ସମୟ ମିଶେଇ ଦେଉଥିଲା ବାଲିରେ ତା ଠପଠପ୍ ଝାଳ ପୁଣି ଭାଙ୍ଗି ଦେଉଥିଲା ଥରକୁଥର । ଘରକୁ ଫେରିଗଲା ବେଳେ ମୁଣ୍ଡରେ ନେଇ ଯାଉଥିଲା ପରସ୍ତେ ବାଲି ତାକୁ ଝାଡିଦେଇ ପୁଣି ଝିଅ…

ୟାକୁ କ’ଣ କବିତା କୁହାଯାଏ !

ୟାକୁ କ'ଣ କବିତା କୁହାଯାଏ ! ଅବିନାଶ ସାହୁ (ଏକ) - ତମ ଆଖି ଏତେ ଲାଲ୍ କାହିଁକି? - ତମ ହୃଦୟର ରଙ୍ଗ ବୋଧେ ମୋ ଆଖିରେ ଚଢିଯାଇଚି (ଦୁଇ) - ସାୱାର୍ ନବାକୁ ପଡିଲା ଦେହର ତାତି ହଟେଇବା ପାଇଁ - ମୋର ଇଚ୍ଛା, ସାୱାରରେ ରୋମାନ୍ସର ତାତି ବଢେଇବା ପାଇଁ (ତିନି) - ତମେ ବହୁତ୍…

କାହା ଉପରେ ଅଭିମାନ ମା ?

କାହା ଉପରେ ଅଭିମାନ ମା ? ଶ୍ୱେତା ରାଉତ କାହା ଉପରେ ତୋ’ର ଅଭିମାନ ମା’ କାହାଠୁ ଆଶା କରୁଛୁ ଆଶ୍ଵାସନା ? ନିଜର ସ୍ଥିତି ଜାଣିନଥିବା ସମାଜଠୁ ଯିଏ ମୋହର ଦୁର୍ଗନ୍ଧରେ ରୁନ୍ଧି ହୋଇଯାଏ ଭୟର ଅପନ୍ତରାରେ ପୁହେଇଦିଏ ରାତି ନିରର୍ଥକ ସ୍ୱପ୍ନରେ ହଜେଇଦିଏ ନିଦ ସ୍ୱାର୍ଥପାଇଁ ପାଲଟିଯାଏ…

ପ୍ରେମକଣ୍ଢେଇ

ପ୍ରେମକଣ୍ଢେଇ ସୋନାଲି ସ୍ୱାଇଁ ତତେ ଲାଜ ପସନ୍ଦ ବୋଲି ଲାଜ କ'ଣ ନ ଜାଣି ବି ମୁଁ ଅଳଙ୍କାର କରି ପିନ୍ଧିନେଲି ସବୁ ଲାଜ ତତେ ଭଅଁରର ଗୁଣୁଗୁଣୁ ପସନ୍ଦ ବୋଲି ମୁଁ ବି ଗାଇବାକୁ ଲାଗିଲି ବେସୁରା ଗୀତ ସେ ଶଂଖୀବିଲେଇ ଭାରି ଫୁଲେଇ ବୋଲି ତୁ ତାକୁ କେତେ ଆଦର କରୁ ବାସ ତୋ ପ୍ରେମଟିକକ…

ପ୍ରେମର ଲଘୁଚାପ

ପ୍ରେମର ଲଘୁଚାପ ଲୋପାମୁଦ୍ରା ନାୟକ ତୁମ ପ୍ରେମ ମୋ ପାଇଁ ଏବେ ଲଘୁଚାପ ତୁହା ତୁହା ବର୍ଷା, ବିଜୁଳି, ଘଡଘଡିର କମ୍ପନ ବାଡି ପଛକଡ ଗାଡିଆର ପାଣି ଠେସି ହୋଇ ଏବେ ମୋ ଘର ଦୁଆରେ ଦୁଇ ବର୍ଷର ଚାଳ ଛପର ଛାତରେ ଏବେ କେତେଟା ବଡବଡ ରଂଧ୍ର ପଚିସାରିଛି ପ୍ରତିଟି ନଡାର ଜୀବକୋଷ ତଳ-ଉପର…