Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ହଠାତ୍ ସାମନାପଟୁ କେହି ଜଣେ ଆସୁଥିବା ଦେଖି ଉମା ଗୋଟିଏ ଲତା ଅନ୍ତରାଳରେ ଲୁଚିଗଲା । ପଥିକ ଜଣକ ଚନ୍ଦ୍ରଭାନୁଙ୍କୁ ଦେଖି ପଚାରିଲା- ଆଜ୍ଞା, କହି ପାରିବେ ଭବାନୀ ପଟ୍ଟନାୟକଙ୍କ ଘରକୁ ରାସ୍ତା କେଉଁଟା ?…

କବିତା : ସମୟ

ଚନ୍ଦ୍ରକଳା ଦେବୀ ସମୟ ଅଟଇ ବଡ ବଳବାନ ଚାଲିଥାଏ ନିରନ୍ତର କାହାକୁ କେବେବି କରେନି ଅପେକ୍ଷା ଜନ୍ମ-ମୃତ୍ୟୁ ତାରଖେଳ । ସୁଖ ଦୁଃଖ ସମ୍ମିଶ୍ରଣେ ଏ ଜୀବନ ଛାଇ ଆଲୁଅର ଖେଳ ସମୟର ତାଳେ ଚାଲିଲେ ପଥରେ ବିପଦ ହୋଇବ ଦୂର । ଚାଲି ଯାଉଥିବା ସମୟଟି ଭାଇ କେବେ ଫେରିଆସେ ନାହିଁ ତେଣୁ…

ଭାଷା ଭାଗବତ : ଚିରାଚରିତ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଭିଏଁ ପ୍ରତ୍ୟେକଂକ ପାଇଁ ପ୍ରତ୍ୟେକେ ସଭିଂକୁ ମିଶାଇ କରିପାରିଲେ କାର୍ଯକ୍ରମ ଏ ବିଶ୍ବ ହେବ ମନୋରମ ଅଥଚ ଏଠି ପ୍ରତି ବ୍ୟକ୍ତି ନିଜର ସ୍ବାର୍ଥ ପାଇଁ ଶକ୍ତି, ସଂବଳ କରେ ବିନିଯୋଗ ଏହା ହିଁ ବିଶ୍ୱର ଦୁର୍ଯୋଗ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା ଆଲୋଚନା ଚାଲିଛି । କ୍ଷେତ୍ରେଶ୍ୱରୀ ମା ବିମଳାଙ୍କ ମନ୍ଦିର ସମ୍ପର୍କରେ, ନାଟ ମଣ୍ଡପ ଭିତରେ ୪୪ ଯୋଗିନୀଙ୍କ ଚିତ୍ର ପ୍ରତିମା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବଡ଼ ବଡ଼ ଡ଼ୋଳା ନେଇ ଉମା ଯୁବକର ଆଖି ସହ ଆଖି ମିଶାଇଲା । - ଆରେ ହୁଣ୍ଡି, ମୁଁ ତତେ ଭଲ ପାଏ ନି, ଏକଥା କିଏ ତତେ କହିଲା? - ତମ ଭାଉଜ । - ଏଁ, ଭାଉଜ । ଚମକି ଉଠିଲା ଯୁବକ ଜଣକ । - କ’ଣ କହିଲେ କହିଲୁ?…

କବିତା : ନିଃଶବ୍ଦ ଅତିଥି

ସୁଜାତା ମିଶ୍ର  ବିନା ଶବ୍ଦରେ ସବୁରି ଅଲକ୍ଷ୍ୟରେ ପାଦ ଥାପି ଥାପି ତୁମେ ଆସ.. ଫୁଲ ପାଖୁଡ଼ାରେ କାକରର ମହୁ ଝରିଲା ବେଳେ.. ଅରଣ୍ୟର ଘଞ୍ଚ ସବୁଜିମା ଅନ୍ଧାରର ପଣତ ବିଛେଇବା ବେଳେ.. ଘୁମନ୍ତ ପ୍ରହରେ ଝିଁକାରିର ସ୍ୱର ନୀରବି ଗଲା ପରେ ତୁମେ ଆସ..। ମହାମାରୀର ଆତଙ୍କମୁଖର…

ଭାଷା ଭାଗବତ : ସ୍ବଭାଷୀଂକ ସ୍ପୃହା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାରଣ ବିନା ଜଣେ ହସି ସତରେ ପାଇପାରେ ଖୁସି ଅଯଥା ଚିଂତା କରି କାଂଦି କାହିଁକି ହେଉଥିବ ଛଂଦି ଭଲ ଓ ମଂଦର ବିଚାର କରି ଚଂଚଳ ପରିହାର ନ ହେଲେ ମିଛେ ବିଚାରକ ମଣିଷ ପାଏ ସବୁ ସୁଖ ନିର୍ମଳ ହୃଦ, ସଫା ମନ ସଫଳ…

ଚକା ଆଖିର ବ୍ୟାପ୍ତ ଗଭୀରତା ମତେ ସାହିତ୍ୟ ମନସ୍କ କରିଛି : ଜାନକୀ ବଲ୍ଲଭ ମହାପାତ୍ର

ସମକାଳୀନ ଓଡିଆ କଥା ସାହିତ୍ୟ ଜଗତରେ ଗାଳ୍ପିକ ଜାନକୀ ବଲ୍ଲଭ ମହାପାତ୍ର ଜଣେ ସଫଳ ରୂପକାର। କାହାଣୀ ଓ ପରିକଳ୍ପନା ଓ ଚରିତ୍ରାୟନର ଚମତ୍କାରିତା ତାଙ୍କ ଗଳ୍ପର ନିଆରାପଣ। ତାଙ୍କ ଗଳ୍ପଗୁଡ଼ିକର ପାଠକୀୟ ଆବେଦନ ଅନନ୍ୟ। ଓଡ଼ିଆ ଗଳ୍ପରେ ଜୀବନ ଓ ସମ୍ପର୍କର ବିପର୍ଯ୍ୟୟକୁ ନେଇ ଅନେକ ଗପ…

ଅଭୁଲା ଗୀତ : ମୟୂରୀ ଗୋ

ବନ୍ଦିତା ଦାଶଙ୍କ ଅନୁରୋଧରେ.... ଗୀତ: ଜୀବନାନନ୍ଦ ପାଣି ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗାୟନ: ମହମ୍ମଦ ରଫି ଅରୁନ୍ଧତୀ , ୧୯୬୮ ମୟୂରୀ ଗୋ! ମୟୂରୀ ଗୋ! ତୁମ ଆକାଶେ ମୁଁ ଦିନେ ମଲ୍ଲାରେ ମେଘ ସାଜିଲି ଚନ୍ଦ୍ରିକା ତୋଳି ନାଚିଲ ତୁମେ ଇନ୍ଦ୍ରଧନୁ ମୁଁ ଆଙ୍କିଲି ମୟୂରୀଗୋ!…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବୈଶାଖ ମାସର ରୌଦ୍ରଦଗ୍ଧ ଉପ୍ତ ଅପରାହ୍ନ । ଗାଁ ଶେଷରେ ଥିବା ପୋଖରୀ ତୁଠରୁ ମାଠିଆଏ ପାଣି କାଖରେ ଧରି ଝିଅଟିଏ ପାହାଚ ଚଢ଼ୁଛି । ଆଖ ପାଖ ଶୁନ୍ ଶାନ । ହଠାତ ତା’ ନାଆଁ ଧରି କେହି ଜଣେ ଡାକୁଥିବା ଜାଣି, ଝିଅଟି ବିଚଳିତ…