Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ମନୋରଞ୍ଜନ ହୋତା ‘ଓଡ଼ିଆ ଗୀତିକବି ସମାଜ ସମ୍ମାନ’ରେ ସମ୍ମାନିତ

କଟକ : ଓଡ଼ିଆ ଗୀତିକବି ସମାଜର ୨୯ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଶତାଦ୍ଦୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରର ବିଶିଷ୍ଟ ଗୀତିକାର ମନୋରଞ୍ଜନ ହୋତାଙ୍କୁ 'ଓଡ଼ିଆ ଗୀତିକବି ସମାଜ ସମ୍ମାନ'ରେ ସମ୍ମାନିତ କରାଯାଇଛି। ଏହା ସହ ସମାଜ ପକ୍ଷରୁ ସ୍ମରଣୀକା -୨୦୨୧କୁ ମଧ୍ୟ ଉନ୍ମୋଚନ କରାଯାଇଛି…

ଜାନକୀ ଦାସଙ୍କ ତୃତୀୟ ଗୀତି କବିତା ସଙ୍କଳନ ‘ବିଦୀର୍ଣ୍ଣ ହୃଦୟ ‘ ଉନ୍ମୋଚିତ

ପୁରୀ : ଅଗ୍ରଣୀ ସାହିତ୍ୟ ପରିଷଦ 'ଶନିବାର ସାହିତ୍ୟ ସନ୍ଧ୍ୟା ସଂସଦ' ଆନୁକୂଲ୍ୟରେ କବି ଜାନକୀ ଦାସଙ୍କ ତୃତୀୟ ଗୀତି କବିତା ସଙ୍କଳନ 'ବିଦୀର୍ଣ୍ଣ ହୃଦୟ ' ଉନ୍ମୋଚିତ ହୋଇଯାଇଛି । ଉମାକାନ୍ତ ମହାପାତ୍ରଙ୍କ ପ୍ରାରମ୍ଭିକ ବକ୍ତବ୍ୟ ସହ ଆରମ୍ଭ ହୋଇଥିବା ଏହି ସାରସ୍ୱତ ସଭାରେ, ସଂସଦର ସଭାପତି…

ପରଲୋକରେ ଓଡ଼ିଆ ସାହିତ୍ୟ ଜଗତର ପାଟଦେଈ ବୀଣାପାଣି ମହାନ୍ତି

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଜଣେ ଅର୍ଥନୀତିର ଅଧ୍ୟାପିକା ଭାବରେ ସେ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପ୍ରାୟ ୨୫ ଟି ଗଳ୍ପ ସଙ୍କଳନ ଏବଂ ତିନୋଟି ଉପନ୍ୟାସର ସେ କାଳଜୟୀ ସ୍ରଷ୍ଟା…

ଭାରତୀୟ ଜନ ସଂଚାର ସଂସ୍ଥାନରେ ‘ଇମ୍‍କା’ର ଦଶମ ‘କନେକସନ୍‌-୨୦୨୨’

ଢେଙ୍କାନାଳ : ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି)ର ପ୍ରେକ୍ଷାଳୟରେ ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘ ‘ଇମ୍‍କା’ ଓଡି଼ଶା ଶାଖାର ଦଶମ ମିଳନ ଉତ୍ସବ ‘କନେକସନ-୨୦୨୨’(ସଂଯୋଗ ୨୦୨୨) ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ ମୁଖ୍ୟ ଅତିଥି…

ପରପାରିରେ ଲେଖକ ରବୀନ୍ଦ୍ରନାଥ ଦାସ

ଭୁବନେଶ୍ୱର : ବିଶିଷ୍ଟ ଲେଖକ ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସମ୍ପାଦକ ରବୀନ୍ଦ୍ରନାଥ ଦାସଙ୍କର ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଲକୁ ତାଙ୍କୁ  ୮୦ ବର୍ଷ ବୟସ ହୋଇଥିଲା । ସ୍ବର୍ଗତଃ ଦାସ ଓଡ଼ିଶାର ଜଣେ ଜଣାଶୁଣା ଗାଳ୍ପିକ ତଥା ନାଟ୍ୟକାର ଥିଲେ ।…

‘୩୧ ତମ ଗୋପୀନାଥ ମହାନ୍ତି ସ୍ମାରକୀ’ ବକୃତା ପ୍ରଦାନ କରିବେ ଜଁ ଡ୍ରେଜ୍

ଭୁବନେଶ୍ୱର : ସ୍ୱନାମଧନ୍ୟ ଅର୍ଥନୀତିଜ୍ଞ ତଥା ସମାଜସେବୀ ଜଁ ଡ୍ରେଜ୍ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ବୁଧବାର ସନ୍ଧ୍ୟାରେ '୩୧ ତମ ଗୋପୀନାଥ ମହାନ୍ତି ସ୍ମାରକୀ' ବକୃତା ପ୍ରଦାନ କରିବେ। ଡ୍ରେଜଙ୍କର ଏହି ବକୃତାର ସିଧା ପ୍ରସାରଣ ୟୁଟ୍ୟୁବ ମାଧ୍ୟମରେ ଆଜି ( ଅପ୍ରେଲ ୨୦) ଭାରତୀୟ ସମୟ…

ବିଶ୍ୱ ଐତିହ୍ୟ ଦିବସ ପାଳିତ

ଭୁବନେଶ୍ୱର : ବିଶ୍ୱ ଐତିହ୍ୟ ଦିବସ ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ଐତିହ୍ୟ' ତରଫରୁ ସ୍ଥାନୀୟ ମାଉସୀମା ଛକ ସ୍ଥିତ ଲକ୍ଷ୍ମଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ…

ଏପ୍ରିଲ ୨୩ରେ ଆୟୋଜିତ ହେବ ଶରତ ସନ୍ଧ୍ୟା ୨୦୨୨

ଭୁବନେଶ୍ୱର : ପ୍ରସିଦ୍ଧ କବି ଓ ଗୀତିକାର ଶରତ କୁମାର ଦାଶଙ୍କ ସୃଷ୍ଟିକୁ ନେଇ ଆୟୋଜିତ ହେଉଥିବା ‘ଶରତ ସଂଧ୍ୟା’ ଉତ୍ସବ ଆସନ୍ତା ୨୩ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।…

ପରଲୋକରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର : ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଏକାଧାରରେ ସେ ଜଣେ ଗାୟକ, ଗୀତିକାର ଓ ସ୍ତମ୍ଭକାର ଥିଲେ। ଏକଦା ଏକ ଖବର କାଗଜରେ ପ୍ରକାଶିତ ତାଙ୍କର "ସାଉଁଟା କାହାଣୀ" ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଥିଲା ।…

ଗଗନେନ୍ଦ୍ର ନାଥ ଦାଶଙ୍କ ‘ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି’ ପୁସ୍ତକ ପ୍ରକାଶିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ ପକ୍ଷରୁ ସାହିତ୍ୟ ସମାଲୋଚକ ଓ ଭାଷାବିଜ୍ଞାନୀ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ସମାଲୋଚନାମୂଳକ ପୁସ୍ତକ 'ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି : ବୀକ୍ଷା ଓ ସମୀକ୍ଷା' ପୁସ୍ତକ ପ୍ରକାଶ ପାଇଛି । ଓଡ଼ିଆ ଅସ୍ମିତା ବିଚାର,…