Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ଅନଲାଇନ କବିତା ଆସର

ଉମରକୋଟ : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ, 'ଦାସିଆ ସାଂସ୍କୃତିକ ପରିଷଦ' ପକ୍ଷରୁ ଗୁଗୁଲ ମିଟ ମାଧ୍ୟମରେ ଏକ ସ୍ମୃତସଭା ଓ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଟୁଟୁବାବୁ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବରିଷ୍ଠ ସାହିତ୍ୟିକା ରାଜ ଲକ୍ଷ୍ମୀ…

ବେଲା ବର୍ଗାଙ୍କ ୧୪୨୦ କିଲୋଗ୍ରାମର ବହି

ହଙ୍ଗେରୀ : ଉତ୍ତର ହଙ୍ଗେରୀର ସିନପେତ୍ରୀ ଗାଁର ବେଲା ବର୍ଗା ପାରମ୍ପରିକ ଶୈଳୀରେ ଏକ ପୁସ୍ତକ ତିଆରି କରିଛନ୍ତି। ଯାହାର ଓଜନ ୧୪୨୦ କିଲୋଗ୍ରାମ ବୋଲି ଜଣା ପଡ଼ିଛି। ପୁସ୍ତକଟିର ଦୈର୍ଘ୍ୟ ୪.୧୮ ମିଟର ଓ ପ୍ରସ୍ଥ ୩.୭୭ ମିଟର । ୩୬୪ ପୃଷ୍ଠା ଏହି ପୁସ୍ତକରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନ…

ହୃଷୀକେଶ ମଲ୍ଲିକ ହେଲେ ଓଡିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚାରିଟି ଏକାଡେମୀର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ସାହିତ୍ୟ ଏକାଡେମୀର ସଭାପତି ଭାବେ ହୃଷୀକେଶ ମଲ୍ଲିକ, ଉପ ସଭାପତି ଭାବେ ସଂଗ୍ରାମ ଜେନା ଓ ସଚିବ ଭାବରେ ପ୍ରବୋଧ କୁମାର ରାଉତଙ୍କୁ ମନୋନୀତ କରାଯାଇଛି।…

ସାହିତ୍ୟରେ କବିତାର ସ୍ଥାନ ସବୁବେଳେ ଶୀର୍ଷରେ : ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ମିତ ସ୍ମୃତି କମିଟି ପକ୍ଷରୁ କବୀ ଆଦ୍ୟଶା ପ୍ରିୟଦର୍ଶିନୀ ଦାସଙ୍କ ପ୍ରଥମ କବିତା ସଙ୍କଳନ 'ଝର୍କା ସେପାଖ' ଉନ୍ମୋଚିତ ହୋଇ ଯାଇଛି। ୱେବିନାର ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।…

ଚିନ୍ମୟୀ ପଣ୍ଡାଙ୍କ ଗଳ୍ପ ସଙ୍କଳନ ‘ମରୁମେଘ’ ଲୋକାର୍ପିତ

ଭୁବନେଶ୍ୱର : ତୀର ତରଙ୍ଗ ପବ୍ଲିକେଶନ ପକ୍ଷରୁ ପ୍ରକାଶିତ ଗାଳ୍ପିକା ଚିନ୍ମୟୀ ପଣ୍ଡାଙ୍କ ପ୍ରଥମ ଗଳ୍ପ ସଙ୍କଳନ 'ମରୁମେଘ' ଅନଲାଇନ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି। ବରିଷ୍ଠ ସାହିତ୍ୟିକ ତଥା ପୂର୍ବତନ ପୁଲିସ ମହା ନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର , ବିଶିଷ୍ଟ କବି ରବି ନାରାୟଣ…

ସାହିତ୍ୟିକ ଚିନ୍ତାମଣି ବେହେରାଙ୍କ ପରଲୋକ

ଉମରକୋଟ : ବିଶିଷ୍ଟ ଗାଳ୍ପିକ ତଥା ନାଟ୍ୟକାର ଚିନ୍ତାମଣି ବେହେରାଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଗଳା କର୍କଟ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ବେହେରା କୋରାପୁଟିଆ ଭାଷାରେ କମଳୀ ନାମକ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲେ…

ପରଲୋକରେ ସାହିତ୍ୟିକ ଘନଶ୍ୟାମ ଧଳ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଘନଶ୍ୟାମ ଧଳଙ୍କର ଭୁବନେଶ୍ୱରସ୍ଥିତ ବାସ ଭବନରେ ପରଲୋକ ଘଟିଛି। ଦୁଇମାସ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଲକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସ୍ୱର୍ଗତଃ ଧଳ ବାଲେଶ୍ଵର ସ୍ବର୍ଗତ ଧଳ ବାଲେଶ୍ୱର ଫକୀରମୋହନ କଲେଜରୁ ସ୍ନାତକ ଶିକ୍ଷାଲାଭ ପରେ ଓଡିଶା…

ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ଜନ୍ମଦିବସ ୱେବିନାର ମାଧ୍ୟମରେ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଅନୁଷ୍ଠାନ 'ବିନ୍ଦୁ ସାହିତ୍ୟ ସମାଜ' ପକ୍ଷରୁ ଶିକ୍ଷାବିତ ତଥା ଲେଖକ ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ୬୯ ତମ ଜନ୍ମଦିବସ ୱେବିନାର ମାଧ୍ୟମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ସାଂସଦ ତଥା କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି…

‘କୋଠଘର ଆମ ସାହିତ୍ୟ ପରିବାର’ର କବିତା ସଙ୍କଳନ ‘କୋଠଘର’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଅନୁଷ୍ଠାନ 'କୋଠଘର ଆମ ସାହିତ୍ୟ ପରିବାର'ର ବାର୍ଷିକ ଉତ୍ସବ ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସଦସ୍ୟ ମାନଙ୍କ ସ୍ୱରଚିତ କବିତା ସଙ୍କଳନ 'କୋଠଘର' ଉନ୍ମୋଚିତ ହୋଇଯାଇଛି। ଏହି ଭରଚୁଆଲ ଉତ୍ସବକୁ ବିଶିଷ୍ଟ ସାହିତ୍ୟିକ…

ଆଇଆଇଏମସି ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ : 'ଭାରତୀୟ ଜନ ସଂଚାର ସଂସ୍ଥାନ' (ଆଇଆଇଏମସି) ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ଏହି ସଭାରେ ଅଧ୍ୟକ୍ଷତାରେ କରି କହିଥିଲେ ଯେ ମନୋଜ ଦାସଙ୍କ ପରି ଲେଖକ…