Latest Odisha News

BREAKING NEWS

Browsing Category

ସନେଟ

ସନେଟ : ଆଉ ଥରେ ମନା

ଅନୀତା ପାଣି ଶ୍ରାବଣର ଶେଷେ ଧୋଇ ନେଲା ଯେତେ ସୁଖର ସୁରଭି ବାସ, ଆଖିରେ ଆଖିଏ ଭରିଥିଲି ଯେତେ ସପନର ଅଭିଳାଷ । ଭାଗ କରିଦେଲା ଅଯୋଡା ଅକ୍ଷର ଆଦ୍ୟ ଅନ୍ତ ସୀମାରେଖା, ଆର ଶ୍ରାବଣରେ ଶ୍ରାବିତ ନୟନ ଏମିତି ପଡିବ ସୁଖା । ମନା ଆଉ ଥରେ ଖୋଜିବା ସପନେ ଉଜୁଡା ମରମ ମୂଲ, ମନା ଆଉ ଥରେ…

ସନେଟ : ଅଷ୍ଟପ୍ରହରୀ

କାମଦେବ ମହାରଣା ଲିଭିଗଲା ନିଆଁ ଧମକାଏ ଧୁଆଁ ଦାନ୍ତ କାଢ଼ି ଆସେ ରାତି ବିଞ୍ଚିଗଲା ଜହ୍ନ ବାଉଁଶ ବାରିରେ କେମିତି ସହିବ ଛାତି ଧୂଳି ହୋଇ ଉଡେ ସପନ ସବୁ ହେ ସ୍ମୃତି ହୋଇଯାଏ ମେଘ ଭୟ ମାଡ଼ିଯାଏ ଜୁଆର ପରାୟେ ପତ୍ର ବି ଛାଇ ବାଘ। ନିଆଁ ହୋଇ ଜଳେ ଜୀବନ ଏଇଠି ପାଉଁଶ ପାଲଟେ ପ୍ରେମ…

ସନେଟ : ଭୋକ

ରବି ପଣ୍ଡା ଆକାଶେ ନିଦାଘ ଖରା, ମାଟିରେ ବି ନିଆଁ ପରି ତାତି ପବନ ବି ଧରିବସେ ଅତିରିକ୍ତ ଡହକର ଢେଉ ନିଆଁର ନିଆରା ଥାଟ୍ଟେ ପ୍ରୁଥିବୀଟା ଜଳୁଛି ଯେମିତି ତା’ ସହିତ ଭୋକ ଜଳେ, ଜଳାଏ ତା’ ହୁତାଶନ ଦାଉ। ମୋ’ ଭୋକକୁ ତୁଲାଇବା ଲାଗି,ଦେଖ, ୟେ’ ପଇଡ, ଆଣିଛି ହାଡୁଆ କାନ୍ଧରେ ବୋହି,…

ସନେଟ : ବଧୂ

ରବି ପଣ୍ଡା  ଓଢଣୀର ଉହାଡ଼ରେ ଲୁଚିଥିବା ପାନପତ୍ରି ଲାଜଲାଜ ମୁହଁ ସିନ୍ଥି ଆଉ କପାଳରେ ଝଳୁଥିବା ଦାଉଦାଉ ସିନ୍ଦୁରର ବିନ୍ଦୁ ସରମରେ ନଉଁଥିବା ଆଖି, ବେପଥୁରେ ଥରୁଥିବା ଦେହ ଅଧରେ ମଧୁ ସାଇତି ବସିଛି ସେ ନିରୂପମା ନବାଗତା ବଧୂ। ଏରୁଣ୍ଡି ଡେଇଁଲେ ପଡେ ଅଳତାଙ୍କିତା ଦୁଇ ଲକ୍ଷ୍ମୀ ପାଦ…

ସନେଟ : ସମୁଦ୍ର

ରବି ପଣ୍ଡା  ତମେ ନୀ, ମୁଁ' ଯେ ଘନ ନୀଳ, ତମେ ସ୍ଥିର ମୁଁ ଉଚ୍ଛଳ ଉତ୍ତାଳ ତମେ ଦେଖ ଛପି ଛପି ତମ ଛାଇ ପଡିଛି କି ନାହିଁ ମୋ ଛାତିରେ ମୋ ଛାତି ତ ଉର୍ମିରେ ଅସ୍ଥିର, ଅବିରତ ତା 'ଚଳପ୍ରଚଳ ବିଚଳିତ ମନ ଯା'ର, ସେ'କି ବାନ୍ଧି ପାରେ କେବେ କାହାକୁ ପ୍ରେମରେ! କଅଣ କରିବି କୁହ, ଯେତେ…

ସନେଟ : ନୀରବତା

ରଞ୍ଜିତା ରାଣୀ ହୋତା ତୁମ ନୀରବତା କାଳେକାଳେ ନୀଳ ସାଗର ଉର୍ମି ସମ, ବାରବାର ଆସି ମଥା ପିଟିଯାଏ ହୃଦ ଉପକୂଳ ମମ । ଶବ୍ଦହୀନ ସେ ଓଠର ନିବୁଜ ଭୀରୁ କମ୍ପନ ସାଥେ, କେତେ ଅପାଶୋରା , ଅୟୁତ ଅଲିଭା କଥା ନ କହିଛ ମତେ। ଆନତ ଆନନେ ଅଭିମାନ ରେଖା ଆଙ୍କି ଆସିଛ ଯେବେ ଆୟତ ମୋହର ନୟନ…

ସନେଟ : କୃଷ୍ଣଚୂଡ଼ା

ରବି ପଣ୍ଡା  ଏ' ଯେଉଁ କୃଷ୍ଣଚୂଡ଼ା କୁରୁକୁରୁ ହସୁଛି ଖରାରେ ଫୁଲେଇଟେ ଭାରି ବୋଲି ଜଣାଏ ତା'ରଙ୍ଗର ଡହକ ମରିଚିକା ପରି ତା'ର ଆକର୍ଷଣ, ମନଟାକୁ ଆନମନା କରେ ପଥ ପ୍ରାନ୍ତେ ଠିଆ ବାରନାରୀ , ଯେପରିକି ଖୋଜଇ ଗ୍ରାହକ। ସତରେ ସେ'ଭାରି ନୀରିମାଖି, ଦୁଃଖଲାଗେ,ଭାବିଲେ ତା'କଥା ରୂପକୁ…

ସନେଟ: ଅଳସୀ

ରବି ପଣ୍ଡା  ହଳଦୀ ରଙ୍ଗରେ ରଙ୍ଗା କିଏ ଇଏ ନୂଆ ରଙ୍ଗବତୀ ଶୀତୁଆ ସକାଳେ‌ ପିନ୍ଧି ହସେଇ ହଳଦିଆ ପାଟ କଅଁଳ ଖରାକୁ ପୁଏଁ, ଶିଶିରରେ ଭିଜାଏ ତା‌' ଛାତି ହାଲକା ପଵନେ ହଲେ ପାଟଶାଢ଼ୀ ସବୁଜ ପଣତ। ଶୀତ ସହ ମିତ ବସି ଗୀତ ଗାଏ ମନ ଫୁଲାଣିଆ ସହଜେ ସୁନ୍ଦରୀମାନେ ଥା'ନ୍ତି ଟିକେ ଅଧିକ…

ସନେଟ : ମରୁର ତଟିନୀ ମୁହିଁ

ରଞ୍ଜିତା ରାଣୀ ହୋତା  ହଜେଇ ଦେଇଛି ସାଗର ଠିକଣା ମରୁର ତଟିନୀ ମୁହିଁ ଶୀର୍ଣ୍ଣ ମୋହର ତନୁକୁ ଯାଇଛି କେତେ ବାଲିଝଡ଼ ଛୁଇଁ। ପ୍ରଖର ତାପର ପରଶରେ କ୍ଷୀଣ, ମୋ ପ୍ରାଣ ପୀୟୂଷଧାର ପ୍ରୀତିପଖଳା ମୋ ହୃଦୟପଦ୍ମେ ତଥାପି ପିପାସା ଘୋର। ସେ ମଧୁ ତୃଷ୍ଣା ଯୁଗଯୁଗ ଧରି ଯୋଜିତ ତୁମରି ସାଥେ…

ସନେଟ : ଦାଦନ ଦାନବ

ମାନସ ରଞ୍ଜନ ନାୟକ ଘର୍ଘର ନାଦରେ ଅଗ୍ରସର ପ୍ରଗତିର ନନ୍ଦୀଘୋଷ ପତିତ ଉଦ୍ଧାର ପ୍ରାୟେ ମୋକ୍ଷପାଏ ଭୋକଶୋଷ ଭକତ ସାନ୍ନିଧ୍ୟରେ ଜଗା ବଡଦାଣ୍ଡେ ଧୂଳିଧୂସର ଭିଟାମାଟି ବଦଳରେ ଦାଦନର ଚାବୁକ୍ ପ୍ରହାର । ବିଜ୍ଞାନର ଆସ୍ଫର୍ଦ୍ଧାରେ ଫଳପ୍ରଦ ଚନ୍ଦ୍ରମା ବିଜୟ ଉଦର ଜ୍ବାଳାରେ ମୁଣ୍ଡ…