Latest Odisha News

BREAKING NEWS

Browsing Category

ଶରଦଶଶୀ

ଶିଶୁ କବିତା : ଆମେ ସବୁ ମହୁମାଛି

ପ୍ରତିଭା ସାହୁ  ଆସଲୋ ଆସ ସାଙ୍ଗ ସାଥି ସଭି ମହୁମାଛିମାନେ ଆସ ଜାତି ଜାତି ଫୁଲ ଫୁଟି ହସୁଅଛି ନରମ ଫୁଲରେ ବସ ।। ଗୁଣୁ ଗୁଣୁ ହୋଇ ଗୀତ ଗାଇ ଗାଇ ଫୁଲରୁ ଫୁଲକୁ ଉଡ଼ିବା ସକାଳ ସୁରୂଯ ସୁନେଲି କିରଣେ ହସି ଖେଳି ନାଚି ଯିବା ।। ପବନରେ ଝୁଲି ଫୁଲରେ ବସି ମିଠା ରସ ଶୋଷିଯିବା…

ଶିଶୁ ଗଳ୍ପ : ଗୁରୁଜନଙ୍କ କଥା ମାନିବା

ଝରଣା ବାରିକ ସନ୍ଧ୍ୟା ସାତଟା ହେବ । ପଢ଼ା ଘରେ ବସି ବସି ବହି ଲେଉଟାଇ ପଢିବାକୁ ଚେଷ୍ଟା କରୁଥାଏ। ହେଲେ ମନ ଲାଗୁ ନ ଥାଏ । ଶୀତ ଯୋଗୁଁ ଘରୁ ବାହାରିବାକୁ ଇଚ୍ଛା ହେଉ ନଥାଏ। ଏହି ସମୟରେ ବାହାରର ହୋ ହାଲ୍ଲା ଶବ୍ଦରେ କାନ ଡେରି ଶୁଣିବାକୁ ଚେଷ୍ଟା କଲା ଅନୁ। କଣ୍ଠ ସ୍ବରଟା ଚିହ୍ନା…

ଶିଶୁ ଗଳ୍ପ : ଗୁରୁଜୀଙ୍କ ପରୀକ୍ଷା

ସୁନିତା ପ୍ରଧାନ  ଅନେକ ଦିନ ତଳର କଥା। ସେତେବେଳେ ଏବେପରି ବିଦ୍ୟାଳୟ ନଥିଲା। ପିଲାମାନେ ଶିକ୍ଷା ଗ୍ରହଣ କରିବାକୁ ଋଷି ଆଶ୍ରମକୁ ଯାଉଥିଲେ। ସେଠାରେ ନିଜର ସମସ୍ତ ଶିକ୍ଷା ସମାପ୍ତ ହେବା ପରେ ନିଜ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ସେମିତି ଏକ ଘନ ଜଙ୍ଗଲ ମଧ୍ୟରେ ଜଣେ ଋଷିଙ୍କ…

ଶିଶୁ କବିତା : ସନ୍ଧ୍ୟା

ଝରଣା ବାରିକ  ଦିନର ଶେଷରେ ରାତି ଆରମ୍ଭରେ ପାଦ ଚିପି ଚିପି ଆସ, ମୁଣ୍ଡରେ ଓଢ଼ଣା ହାତେ ବାଜେ ବୀଣା କଳା ଶାଢୀ ପିନ୍ଧି ହସ। ସୂର୍ଯ୍ୟ ଲୁଚିଯାଏ ଜହ୍ନ ଆସିଯାଏ ତୁମ ମୁହଁ ଯେବେ ଚାହେଁ, ପକ୍ଷୀମାନେ ଉଡି ଯାଆନ୍ତି ବସାକୁ ଯେତେ ଦୂରେ ଥାଉ ଯିଏ। ତରତର ହୋଇ ଲୁଗା ପାଲଟାଇ ବୋଉ…

ସରୋଜିନୀ ନାଇଡ଼ୁ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଫେବୃଆରୀ ୧୩ ତାରିଖ । ଅନେକ ବର୍ଷ ପୂର୍ବେ ଆଜିର ଦିନରେ ଜଣେ ମହିୟସୀ ମହିଳା ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ନାଁ ଥିଲା ସରୋଜିନୀ ନାଇଡ଼ୁ । ୧୮୭୯ ମସିହା ଫେବୃଆରୀ ୧୩ ତାରିଖରେ ହାଇଦ୍ରାବାଦରେ  ସରୋଜିନୀ ନାଇଡ଼ୁ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ…

ଶିଶୁ କବିତା : ଟିକି ଚଢେଇ

ବନ୍ଦିତା ଦାଶ  ଟିକି ଚଢେଇ,ଟିକି ଚଢେଇ ଥଣ୍ଟରେ ନେଉ କିସ, କେଉଁଠି ରହୁ,କେଉଁଠି ଖାଉ, କେଉଁଠି ତୋ'ର ଦେଶ ? ଆକାଶେ ଉଡୁ ମନଖୁସିରେ କେବେ ବଗିଚାସାରା ସାଙ୍ଗମେଳରେ ଥାଉ ପୁଣି ତୁ କେବେ ଏକଲା ବାଆଁରା । ବରଷା ଆଗୁ ଘର କରୁତୁ ଗଛଡାଳ ସନ୍ଧିରେ କାଠି,କୁଟାକୁ ଗୋଟେଇଆଣି…

ଶିଶୁ ଗଳ୍ପ : ସୁନାପିଲା ପଲକ

ଝରଣା ବାରିକ ପ୍ରେମା ବାବୁଙ୍କର ସାନ ଝିଅ ପଲକ । ସିଏ ଭାରି ଗେହ୍ଲେଇ, ଫୁଲେଇ, ଆଉ ବଦମାସ୍ ବି। ଖେଳିବା ଆଉ ମୋବାଇଲ ଦେଖିବା ତାର ପ୍ରଥମ କାମ। ଦିନ ସାରା ନ ଖାଇଲେ ବି ଚଳିବ। କେବେ ବି କହିବନି ମତେ ଭୋକ ଲାଗୁଛି। ଯେତେ ଯାହା ଗାଳି ଦେଲେ ତାର କିଛି ଫରକ ପଡେନି କାରଣ ତାର ସବୁଠାରୁ ବଡ଼…

ବିଦ୍ୟାଦାତ୍ରୀ ମା’ ସରସ୍ବତୀ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ।ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ମାତା ସରସ୍ୱତୀଙ୍କର ଅନ୍ୟ ନାମ ହେଲା ବୀଣା ପୁସ୍ତକ ଧାରିଣୀ,…

ଶିଶୁ କବିତା : ଆଲୋ ମୋର କଣ୍ଢେଇ

ପ୍ରତିଭା ସାହୁ  କଣ୍ଢେଇ ମୋ କଣ୍ଢେଇ ଆଲୋ ମୋର କଣ୍ଢେଇ ପିନ୍ଧେଇ ଦେବି ନୂଆ ଜାମା ଚନ୍ଦନ ଟିପା ଲଗେଇ ଆଲୋ ମୋର କଣ୍ଢେଇ । ଗଜରାମାଳ ଖୋସି ଦେବି ମୁଣ୍ଡ ତୋର କୁଣ୍ଡାଇ ପାଦକୁ ମାନିବ ସରୁ ପାଉଁଜି ଦେବିଲୋ ତତେ ପିନ୍ଧାଇ ଆଲୋ ମୋର କଣ୍ଢେଇ । ଗାଡ଼ିରେ ମୋର ବସେଇ ତତେ ସହର…

ମହାତ୍ମା ଗାନ୍ଧୀ

ପ୍ରିୟ କୁନି ପିଲାମାନେ ଆଜି ହେଉଛି ଜାନୁଆରୀ ୩୦ ତାରିଖ । ଆଜି ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ତିରୋଧାନ ଦିବସ । ଆଜି ଆମେ ତାଙ୍କ ବିଷୟରେ କିଛି ଜାଣିବା । ମହାତ୍ମା ଗାନ୍ଧୀ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପୁରା…