Latest Odisha News
Browsing Category

ଶିଶୁ କବିତା

ଶିଶୁ କବିତା : ସାଧବ ବୋହୂ

ପ୍ରଣତି ଆଚାର୍ଯ୍ୟ ମିଶ୍ର  ସାଧବ ବୋହୂ ଲୋ ସାଧବ ବୋହୂ ନାଲି ପାଟପିନ୍ଧି କୁଆଡେ ଯାଉ।। ଆ ମୋପାଖକୁ ଦେବି ଆଉଁସି ବରଷା ହେଉଛି ଯାଆନା ରୁସି।। ଭୁଲି ଗଲୁ କି ତୋ ଘର ଠିକଣା ଖୋଜି ଖୋଜି ହେଲୁ ତୁ ବାଟବଣା।। ମଖମଲି ନାଲି ଦେହଟି ତୋର ବରଷକେ ଥରେ ଆସୁ ମୋ ଘର।। ଆ ତୋତେ…

ଶିଶୁ କବିତା : ଘରଚଟିଆ

ପ୍ରଣତି ଆଚାର୍ଯ୍ୟ ମିଶ୍ର କଚିରି ମିଚିରି ଚଟିଆ ଦେଖିବାକୁ ସେ ତ ଭାରି ଛୋଟିଆ ମୁକ୍ତ ଆକାଶର ବିହଙ୍ଗଟିଏ ସେ ଚିଂ ଚିଂଯଚିଂ ଚଟିଆ, କରିଚି ମିଚିରି ଚଟିଆ । ଘରେ ଘରେ ବସା ବାନ୍ଧଇ କଚିରି ମିଚିରି କରଇ ଧାନବିଲେ ଜଗି ବସିଛନ୍ତି ଜେଜେ ଖାଇଦେବ ଭାବି ଚଟିଆ, କିଚିରି ମିଚିରି ଚଟିଆ…

ଶିଶୁ କବିତା : ଶୀତ ସକାଳ

ତରୁଣ କୁମାର ମିଶ୍ର  ଜୁଙ୍ଗଲୁ ଜାଙ୍ଗୁଲୁ ଶୀତ ସକାଳରେ ଦେହ ଖୋଜେ ଖରା ତାତି ଘର ଛାତପରେ କଅଁଳ ଖରାରେ ବସିଛନ୍ତି ଜେଜେ ନାତି। ନାତିହାତଠାରେ ଗେଣ୍ଡୁ ଫୁଲ ପାଇଁ ଛାତରେ ପାଉଛି ଶୋଭା ମହୁମାଛି ଉଡେ ଗୁଣୁଗୁଣୁ ହୋଇ ଆହା କେଡେ ମନଲୋଭା। ଜେଜେ ଧରିଛନ୍ତି ଆଜିର କାଗଜ ଖବର…

ଶିଶୁ କବିତା : ସୃଷ୍ଟିର ନିୟମ

ପ୍ରତିଭା ସାହୁ ଘୋର ଅନ୍ଧାର ମାଡି ଆସିଲା ଵିଜୁଳି ଚିକି ମିକି ଗଛରେ ବସି ପାତି ମାଙ୍କଡ ଡରରେ ଜାକିଜୁକି । ଦୂରରୁ ଥାଇ ଗୁଣ୍ଡୁଚି ମୂଷା କହିଲା ମାଙ୍କଡ ଭାଇ ମେଘକୁ ଦେଖି ଏତେ ଛାନିଆଁ ହେଉଛୁ କାହିଁ ପାଇଁ । ବରଷା ଏବେ ଯିବରେ ଛାଡି ଆସିବ ମାଡି ଶୀତ ଡାଳରୁ ଡାଳ ଡେଇଁ…

ଶିଶୁ କବିତା : ବାପୁ

ସଫଳା ଦାସ କିଶୋର କିଶୋରୀ କଳିକା ଗଣ ଆମ ବାପୁଙ୍କର ଜନମ ଦିନ।। ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ପାଳୁଥିଲେ ସତ୍ୟ ଅହିଂସା ନୀତି ।। ପିଲାଦିନେ ଦୋଷ ଅନେକ କରି ସ୍ୱୀକାର କରିଣ ଗଲେ ସୁଧୁରି।। ପାନ ବିଡି ନୁହେଁ ଛୋଟିଆ ନିଶା ଜଣା ପଡେ ନାହିଁ ଟାଣେ ପଇସା ।। ଖରାପ…

ଶିଶୁ କବିତା : ବିଲୁଆ ନନାର ବାହାଘର

ପ୍ରଣତି ଆଚାର୍ଯ୍ୟ ମିଶ୍ର  ବାଘମାମୁଁ ଯେ ବଣର ରାଜା କଲା ଏକ ବିଚାର ସଭିଏଁ ମିଶି କରିବେ ବନେ ବିଲୁଆ ନନା ବାହାଘର।। ଡାଳକୁ ଡାଳ ଡେଇଁଣ ପାତି ଡାକିଲା ଯାଇ ସର୍ବୈ ଘରକୁ ଘର ଖବର ଦେଇ ଚତୁର କାଉ ରାବେ।। ସଭା କରିଲେ ସଭିଏଁ ମିଶି କାମ କିପରି ହେବ କାମ ବାଣ୍ଟିଲେ ନିଜ ଭିତରେ…

ଶିଶୁ କବିତା : ଚମ୍ ଚମ୍

ପୂଣ୍ୟପ୍ରଭା ଦେବୀ ଚମ୍ ଚମ୍ ଚମ୍ ଚମ୍ ଖାଇବାକୁ ତତେ ଦିନେ କୁନା ହେଲା ନାକେଦମ୍ ଆସିଥିଲେ ମାମୁଁ ଥରେ ଆଣି ତତେ ସାଥିରେ କୁନା ଟୁନା ଖୁସିହୋଇ ଉଠୁଥିଲେ ମାତିରେ । ବୋଉ ବେଶୀ ଦେଲାନାହି ଗୋଟେ ଗୋଟେ ଦେଇକି ରୋଷଘରେ ଶିକାପରେ ରଖିଦେଲା ନେଇକି। ତା ପରେ ଯାଇ ବୋଉ…

ଶିଶୁ କବିତା : କୃଷକଟିଏ ମୁଁ

ପ୍ରତିଭା ସାହୁ କୃଷକଟିଏ ମୁଁ କୃଷକଟିଏ କୃଷି ମୋର ସଦା କାମ ଖରା ବରଷାକୁ କରେନି ଖାତିର ମାଟି ପରା ମାଆ ଆମ । ସକାଳ ସୂରୁଯ ଉଇଁ ଆସେ ଯେବେ କ୍ଷେତ ବାଡିକୁ ମୋହର ସ୍ୱାଗତ ଜଣାଇ କାମ ଧନ୍ଦା କରେ ନଥାଏ କାହାକୁ ଡର । ମାଟି ସଙ୍ଗେ ମାଟି କଷଣ ମୁଁ କରି ଉପୁଜାଏ ଖାଦ୍ୟ ଶସ୍ୟ…

ଶିଶୁ କବିତା : ଟିକି ଆଶା

ବନ୍ଦିତା ଦାଶ ଆକାଶରେ କଳାମେଘ ଗଛରେ ପତର ବଗ କହେ , ବଗୁଲୀ ଲୋ ଯିବା ଏବେ ଘର ।। ଖୋଜାଖୋଜି ନଈ,ନାଳ ମାଛ, ଗେଣ୍ଡା ପାଇଁ ନୟାନ୍ତ ହେଲା ଜୀବନ ସବୁ ଦେଲେ ଖାଇ ।। ଆମେ ଅଧା ପେଟହେଲେ ଚଳିବ ଆମର ପିଲାଏ ଖାଇବେ କିସ କହ ଲୋ ଏଥର ।। ବାଣ୍ଟି କୁଣ୍ଟି ଖାଉଥାଅ କାଟି କୁଟି…

ଶିଶୁ କବିତା : ଭଳିକି ଭଳି

ସୁବ୍ରତ କୁମାର ଜେନା ଭଳିକି ଭଳି ପକ୍ଷୀଏ ଯେତେ ଗାଇ ବୁଲନ୍ତି ଗୀତ ଝରଣା ଆସି ପାହାଡ଼ ସାଥେ ନିତି ବସଇ ମିତ ।। ଭଳିକି ଭଳି ଫୁଲତ ଫୁଟି ବାସ ଚହଟି ଯାଏ ଗ୍ରୀଷ୍ମ ଆସେ ବରଷା ଆସେ ସବୁ ହୃଦୟ ଛୁଏଁ ।। ରାତି ପାହିଲେ ସକାଳ ହୁଏ ଡାକଇ କାଉ କା' ଘର ଅଗଣା କାମକୁ ସାରି ଖୁଆଇ…