Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କୋଏଲ ନଦୀରେ ଗାଧୋଇବା ହେଲା କାଳ: ବୁଡ଼ି ଗଲେ ୨ ସାଙ୍ଗ

ରାଉରକେଲା: ଆଜି (ରବିବାର)ବିଶ୍ରା ଥାନା ଅଧୀନ କୋଏଲ ନଦୀ କେରକେଟା ଘାଟରେ ଗାଧୋଇବା ବେଳେ ବୁଡିଯିବାରୁ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସେକ୍ଟର-୧୭ ବି ବ୍ଲକ ଘର ନଂ-୧୭୭ର ପ୍ରଦୀପ ତରାଇ(୧୯) ଏବଂ ସେକ୍ଟର ୮ ସି ବ୍ଲକ ଶନିମନ୍ଦିର ନିକଟରେ ରହୁଥିବା ଆଶୀର୍ବାଦ ବାରିକ(୧୯)।…

କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣା; ମୃତକଙ୍କ ପରିବାରକୁ ୫ ଲକ୍ଷ ଅନୁକମ୍ପା ସହାୟତା 

ଭୁବନେଶ୍ୱର: କଟକ ଜିଲ୍ଲାର ନିର୍ଗୁଣ୍ଡି ନିକଟରେ ରବିବାର ଦିନ ବେଙ୍ଗାଲୁରୁ-କାମାକ୍ଷା ଏସି ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀ ଏବଂ ଆହତଙ୍କ ପାଇଁ ରେଳ କର୍ତ୍ତୃପକ୍ଷ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ପୂର୍ବତଟ ରେଳପଥ ପକ୍ଷରୁ ଏକ ବିବୃତ୍ତିରେ…

ପ୍ରଥମ ଥର ପାଇଁ ଏପ୍ରିଲ୧ରୁ ୧୪ ଯାଏଁ ପାଳନ ହେବ ଓଡ଼ିଆ ପକ୍ଷ

ଭୁବନେଶ୍ଵର: ଏଥର ଓଡ଼ିଆ ନବବର୍ଷକୁ ମହାଆଡ଼ମ୍ବରରେ ପାଳନ କରାଯିବ। ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଓଡ଼ିଆ…

କୁଲ୍ଲୁରେ ଭୂସ୍ଖଳନ: ଚାଲିଗଲା ୬ ଜୀବନ, ଏକାଧିକ ଆହତ

ହିମାଚଳପ୍ରଦେଶ: ରବିବାର ଅପରାହ୍ନରେ କୁଲ୍ଲୁ ଜିଲ୍ଲାର ଧାର୍ମିକ ସହର ମଣିକର୍ଣ୍ଣଠାରେ ଭୂସ୍ଖଳନ ହୋଇଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ମଣିକର୍ଣ୍ଣ…

ମଣିପୁର,ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ଆହୁରି ୬ ମାସ ଲାଗୁ ରହିବ AFSPA

ନୂଆଦିଲ୍ଲୀ: ମଣିପୁର ରାଜ୍ୟରେ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଆଇନ (AFSPA)କୁ ଛଅ ମାସ ପାଇଁ ବଢେଇ ଦିଆଯାଇଛି । ଗୃହ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏପ୍ରିଲ ୧,୨୦୨୫ରୁ ମଣିପୁର ରାଜ୍ୟକୁ ପୁଣିଥରେ ଛଅ ମାସ…

ନିତୀଶ କହିଦେଲେ ବଡ କଥା: ‘ଇଆଡେ ସିଆଡେ ଆଉ ନୁହେଁ, ଏଥର ତୁମ ସହ…’

ପାଟନା: ପୂରା ଦେଶରେ ପଲଟୁରାମ ନାମରେ ନାମିତ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । କେତେବେଳେ ଏନଡିଏ, ତ ଆଉ କେତେବେଳେ ଇଣ୍ଡି ମେଣ୍ଟ, ଠିକ୍ ସମୟରେ ନିତୀଶଙ୍କ ଦଳ ଡିଆଁ ନୀତି ମେଣ୍ଟ ଦଳକୁ ଭାରି ବାଧେ । ହେଲେ ଏବେ କାଳେ ନିଷ୍ପତ୍ତି ନେଇସାରିଛନ୍ତି ଜେଡିୟୁ ମୁଖିଆ । ଆଉ ଦଳ ଡେଇଁବେନି ।…

ଯୁବ ପିଢିଙ୍କୁ ଘାରିଛି ‘ଘିବଲି’: ସାମ୍ କହିଲେ, ‘ଟିକେ ବିରତି ଦିଅ’

ନୂଆଦିଲ୍ଲୀ: ଏବେ ଯୁବପିଢିଙ୍କୁ ଘାରିଛି AI-generated Ghibli-style images ନିଶା । ଇଣ୍ଟରନେଟ ଖୋଲିବା ମାତ୍ରେ ହିଁ, ତାହାର ଝଲକ ଦେଖିବାକୁ ମିଳୁଛି । ନିଜର ପ୍ରକୃତ ଫଟୋକୁ AI-generated Studio Ghibli-style imagesରେ ପରିଣତ କରି ଇନଷ୍ଟା ରିଲ ଏବଂ ୟୁଟ୍ୟୁବ୍ ସଟସ୍, ଫେସବୁକ୍…

ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି

ଭୁବନେଶ୍ବର: ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନ ପତ୍ରରେ ତ୍ରୁଟି ବାହାରିଛି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ୧୦୦ ମାର୍କ ପ୍ରଶ୍ନ ବଦଳରେ ୯୪ ମାର୍କର…

୧୩ ହଜାରରୁ ଅଧିକ ଆର୍ଦ୍ରଭୂମିର ଆରମ୍ଭ ହୋଇଛି ସୀମା ନିର୍ଦ୍ଧାରଣ

ଭୁବନେଶ୍ବର: ଓଡ଼ିଶା ସରକାର ରାଜ୍ୟର ୧୩,୦୦୦ ରୁ ଅଧିକ ଆର୍ଦ୍ରଭୂମିର ପ୍ରଭାବଶାଳୀ ସଂରକ୍ଷଣ ପାଇଁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବନ ବିଭାଗ ୨.୨୫ ହେକ୍ଟର ତଥା ଏହା ଠାରୁ ଅଧିକ ଅଞ୍ଚଳରେ ବିସ୍ତାରିତ ମୋଟ ୧୩,୬୬୭ ଆର୍ଦ୍ରଭୂମିର…

ଭୟଙ୍କର… ଲୋମଟାଙ୍କୁରା…ଛାତିଥରା..ଇତିହାସର କଳା ପୃଷ୍ଠାରେ ଲୌହ ଦାନବର ସେହି ଛାତିଥରା ଦୃଶ୍ୟ

ଭୁବନେଶ୍ଵର: ଭୟଙ୍କର... ଲୋମଟାଙ୍କୁରା...ଛାତିଥରା... ହୃଦୟ ବିଦାରକ । ଆଜିବି ମନରୁ ଲିଭିନି ସେହି ସବୁ କାଳ ରାତିର କରାଳ ରୂପ । ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଉଠୁଛି ଲୋମ । କାନରେ ଆଜିବି ବାଜୁଛି ରେଳ ଟ୍ରାକରୁ ଶୁଭୁଥିବା ଆର୍ତ୍ତ ଚିତ୍କାର । ସେଦିନ ଅନ୍ଧକାର ରାତିରେ ଲୌହଦାନବ…