Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଡଖବର: ଆସିଲା ସୁଭଦ୍ରା ଗାଇଡ୍‌ଲାଇନ୍

ଭୁବନେଶ୍ଵର: ଆସିଲା ସୁଭଦ୍ରା ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହେଲା 'ସୁଭଦ୍ରା' ଗାଇଡ୍‌ଲାଇନ୍ । ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳାମାନେ କରିପାରିବେ ସୁଭଦ୍ରା ଯୋଜନାରେ ଆବେଦନ । ଗାଇଡଲାଇନ ଅନୁସାରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ…

ଲୋକପ୍ରିୟ ଆପ୍ ଟିକ୍‌ଟକ୍‌ ଉପରୁ ହଟିଲା ବ୍ୟାନ୍‌ !

ନୂଆଦିଲ୍ଲୀ: ଏକ ସମୟରେ ସୋସିଆଲ ମିଡିଆ ଆପ୍ ଟିକଟକ୍ ବହୁତ ଚର୍ଚ୍ଚାରେ ଥିଲା। ଏହି ଆପକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। କିନ୍ତୁ ସମୟ ସମୟରେ ଏପରି କିଛି ଦୁର୍ଘଟଣା ଘଟିଲା ଯାହା ପରେ ଭାରତ ସରକାର ଏହାକୁ ବ୍ୟାନ ଘୋଷଣା କଲେ। ଭାରତରୁ ଆମେରିକାରେ ଟିକ୍‌ଟକ୍ ନିଷେଧ ହେଲା। କିନ୍ତୁ ନିକଟରେ…

ଖୋଜାହେବ ରତ୍ନଭଣ୍ଡାର ସୁଡଙ୍ଗ

ପୁରୀ: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠିବା ଦିନଠୁ ଗୋଟିଏ ପ୍ରସଙ୍ଗ ଯାହା ବେଶ୍ ଚର୍ଚ୍ଚାରେ ଥିଲା ତାହା ହେଲା ରତ୍ନଭଣ୍ଡାର ଭିତରେ ଥିବା ଗୁପ୍ତ ସୁଡଙ୍ଗ । ଯାହାକୁ ନେଇ ଅନେକ ଲୋକ ଅନେକ ମତ ପ୍ରକାଶ କରିଛନ୍ତି । ସାରା ଓଡିଶା ଲୋକଙ୍କ ମଧ୍ୟରେ ବି ଏହାର ଉତ୍କଣ୍ଠା ଏବେ ବି ଭରି ରହିଛି ।…

ଲଦାଖରେ ୫ ନୂଆ ଜିଲ୍ଲା ଘୋଷଣା କଲା କେନ୍ଦ୍ର

ଲେହ: ଲଦାଖରେ ୫ ନୂଆ ଜିଲ୍ଲାର ନାଁ ଘୋଷଣା କଲେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୫ ନୂଆ ଜିଲ୍ଲା ଗଠନ ନେଇ ସୂଚନା ଦେଇଛନ୍ତି । ଗୃହ ମନ୍ତ୍ରାଳୟ ଗଠନ କରିଥିବା ୫ ଜିଲ୍ଲାଗୁଡିକ ହେଲା; ଜନସ୍କାର, ଦ୍ରାସ୍‌, ଶାମ୍‌, ନୁବ୍ରା ଏବଂ…

ପୁଣି ଆସିବ ବିଜେପିର ଜମ୍ମୁ-କାଶ୍ମୀର ପ୍ରାର୍ଥୀ ତାଲିକା

ଶ୍ରୀନଗର: ପୁଣି ଆସିବ ବିଜେପିର ଜମ୍ମୁ-କାଶ୍ମୀର ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା । ଫେରାଇ ନେଲେ ସକାଳେ ଜାରି କରିଥିବା ୪୪ ଜଣିଆ ପ୍ରାର୍ଥୀ ତାଲିକା । ତେବେ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେପି ପକ୍ଷରୁ ୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ।…

ଆଜି ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଜନ୍ମନୀତି, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ପବିତ୍ର ଜନ୍ମାଷ୍ଟମୀ । ଆଜି ମଧ୍ୟରାତ୍ରିରେ ବନ୍ଦୀ ଗୃହରେ ଜନ୍ମ ନେଇଥିଲେ ନୀଳାମୟୀ ଠାକୁର ଶ୍ରୀକୃଷ୍ଣ । ଏଥିପାଇ ପୂରା ଦେଶ ଉତ୍ସବ ମୁଖର । ଚାରିଆଡେ ପାଳନ ହେଉଛି ଜନ୍ମାଷ୍ଟମୀ ମହୋତ୍ସବ । ଦୋଳିରେ ବସି ଖେଳୁଛନ୍ତି ପ୍ରଭୁଙ୍କ ଶିଶୁ ରୂପ ।…

ଓଡିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ, ଖୋଲିବେ କି ପୁରୁଣା ଗୁମର?

ଭୁବନେଶ୍ବର: ଓଡିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ । ଆସନ୍ତାକାଲି ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ରାହୁଲ ନବୀନ । ୨୭ ତାରିଖ ରାତି ପାଖାପାଖି ୮ଟା ବେଳେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ରାହୁଲ । ଏହାପରେ ସେ ପୁରୀ ଗସ୍ତ କରି ଆସନ୍ତା ୨୮ ତାରିଖ…

ସାଲିଆ ସାହିରେ ପୁଣି କମିଶନରେଟ୍ ପୋଲିସର ରେଡ୍‌, ସିକ୍ରେଟ ଚାମ୍ବରରେ ଚାଲିଥିଲା ମଦ କାରବାର

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିରେ ପୁଣି କମିଶନରେଟ୍ ପୋଲିସର ରେଡ୍‌ । ଆଉ ଏକ ଚୋରା ଦେଶୀ ମଦ ଭାଟି ଠାବ, ବିପୁଳ ପୋଚ ନଷ୍ଟ । ଶନିବାର ୩ଟି ମଦ ଭାଟି ଠାବ ସହ ୫୦୦ ଲିଟର ମଦ ଜବତ କରିଥିଲା। ଘର ଭିତରେ ସିକ୍ରେଟ ଚାମ୍ବରରେ ମଦ କାରବାର ଚାଲିଥିଲା। ଆଜି ପୁଣି ଭୁବନେଶ୍ୱର ଅବକାରୀ ବିଭାଗ…

ବାର୍ଡ ଫ୍ଲୁ ଆତଙ୍କ: ୫ ହଜାରରୁ ଅଧିକ କୁକୁଡା ମରାଗଲା, ଓଡ଼ିଶାରୁ କୁକୁଡା ଆମଦାନୀ ବନ୍ଦ

ପିପିଲି: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ ଚିହ୍ନଟ ହେବା ପରେ ଆକ୍ସନ ମୋଡରେ ପ୍ରାଣୀଧନ ବିଭାଗ। ଭୂତାଣୁ ସଂକ୍ରମଣ ରୋକିବାକୁ ବିଭାଗ ପକ୍ଷରୁ ଶନିବାରଠାରୁ ଆରମ୍ଭ ହୋଇଛି କୁକୁଡାମରା ଅଭିଯାନ। ଦୁଇ ଦିନ ଭିତରେ ୫ ହଜାରରୁ ଅଧିକ କୁକୁଡ଼ା ମାରିସାରିଲେଣି ପ୍ରଶାସନ। ପୁରୀ…

୨ ଜିଲ୍ଲା ବୁଲିବେ ସମସ୍ତ ସଚିବ, ପ୍ରସ୍ତୁତ କରିବେ ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ

ଭୁବନେଶ୍ୱର: ପୁଣି ଜିଲ୍ଲା ବୁଲିବେ ସମସ୍ତ ସଚିବ। ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ସରକାରୀ ଯୋଜନା ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାର ତଦାରଖ କରିବାକୁ ଜିଲ୍ଲା ଗସ୍ତରେ ଯିବେ ସମସ୍ତ ସଚିବ। ଅତିକମ୍‌ରେ ୨ ଦିନ ଜିଲ୍ଲା…