Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ସୁରମା ପାଢୀ

ଭୁବନେଶ୍ବର: ବିଧାନସଭାରେ ସରିଲା ବିଜେପି ବିଧାୟକ ଦଳ ବୈଠକ । ବିଜେପି ବିଧାୟକ ଦଳଙ୍କ ସମ୍ମତି କ୍ରମେ ବାଚସ୍ପତି ପାଇଁ ମନୋନୀତ ହେଲେ ବିଧାୟିକା ସୁରମା ପାଢୀ । ଏହା ସହିତ ବାଚସ୍ପତି ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…

ଡ୍ରେନ୍ ଟ୍ରାଜେଡି: ଘଟଣାସ୍ଥଳରେ ନଗର ଉନ୍ନୟନ ମନ୍ତ୍ରୀ, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ…

ଭୁବନେଶ୍ବର: ମଙ୍ଗଳବାର ଅପରାହ୍‌ଣରେ ନାଳରେ ଭାସିଯାଇ ନାବାଳକର ମୃତ୍ୟୁ ଘଟଣାରେ ୟୁନିଟ-୩ ମସଜିଦ୍‌ କଲୋନୀରେ ପହଞ୍ଚିଲେ ନଗର ଉନ୍ନୟନ ମନ୍ତ୍ରୀ। ୮ ବର୍ଷ ବୟସର ନାବାଳକ ଆବୁ ବକର ସାହର ମୃତ୍ୟୁ ଘଟିବା ପରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ…

ଗାଁରେ ୧୦୦ ଲୋକ ଥିଲେ ବି ସରକାର ରାସ୍ତା ତିଆରି କରିବେ: ମନ୍ତ୍ରୀ

ଭୁବନେଶ୍ୱର: ଦୁର୍ଗମ ଅଞ୍ଚଳର ଲୋକଙ୍କ ଦ୍ୱାରରେ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ୧୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗାଁକୁ ରାସ୍ତା ନିର୍ମାଣ କରିବେ। ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମଙ୍ଗଳବାର ବିଭାଗର କାର୍ଯ୍ୟଦକ୍ଷତା ସମ୍ପର୍କରେ ଏକ…

ପିଏମ୍‌-କିଶାନ ଯୋଜନା: ଭଦ୍ରକରେ ୧୩୯୫୪୩ ଚାଷୀ ଉପକୃତ, ବଳକା ୩୦ ହଜାର ଚାଷୀଙ୍କୁ ଉପାୟ ବତାଇଲେ କ୍ରୀଡା ମନ୍ତ୍ରୀ

ଭଦ୍ରକ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ପିଏମ କିଷାନ ଟଙ୍କା ବଣ୍ଟନର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ପିଏମ କିଷାନ ସମ୍ମାନ ନିଧିର ୧୭ ତମ କିସ୍ତିର ଅଧିନରେ ୯ କୋଟି ୨୬ ଲକ୍ଷ ଚାଷୀ ଙ୍କୁ ୨୦ ହଜାର କୋଟି ଟଙ୍କା ଡିବିଟି ଜରିଆରେ ଚାଷୀଙ୍କ…

ଅନୁସୂଚିତ ଜାତି ତଥା ପଛୁଆବର୍ଗଙ୍କ ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ବିଭାଗୀୟ ଅଧିକାରୀ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ରୂପାରୋଶନ…

ସିକ୍କିମରେ ଫସିଛନ୍ତି ୪ ଓଡ଼ିଆ, ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ

ଭୁବନେଶ୍ବର: ଭାରତର ଉତ୍ତର-ପୂର୍ବ ସିକିମ୍ ରାଜ୍ୟରେ ଫସିଛନ୍ତି ଓଡ଼ିଶାର ପର୍ଯ୍ୟଟକ । ସେଥି ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପରିବାର ଥିବା ଜଣା ପଡିଛି । ଉଦ୍ଧାର ପାଇଁ ପର୍ଯ୍ୟଟକମାନେ ସରକାରଙ୍କ ସହାୟତା ଲୋଡ଼ିଛନ୍ତି । ସୂଚନା ଅନୁସାରେ, ନିଜ ପରିବାର ସହିତ ଖରାଛୁଟିରେ ବୁଲିବାକୁ…

ମୁକୁଳା ଡ୍ରେନରେ ପଡି ନାବାଳକଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ବର: ଆଜି ରାଜଧାନୀର ମୁକୁଳା ଡ୍ରେନ୍‌ରେ ପଡ଼ି ନାବାଳକ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକସନ୍ତପ୍ତ ପରିବାରକୁ ସେ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହ ଯଥାଶୀଘ୍ର ଡ୍ରେନ୍‌ ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ…

ଗାଧୋଇବାକୁ ଯାଇ ଦେବୀ ନଦୀରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ

ପୁରୀ: ପୁରୀ ଜିଲ୍ଲା ବାଲିଡ଼ିଆରେ ଅଘଟଣ । ଗାଧୋଉଥିବା ବେଳେ ଦେବୀ ନଦୀରେ ବୁଡି ୩ ଜଣ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ରୋହନ ବେହେରା, କାହ୍ନା ବେହେରା ଓ ଓମ୍ ବେହେରା । ଏହି ତିନି ଜଣ ଆଜି ଗାଧୋଇବାକୁ ଦେବୀ ନଦୀକୁ ଯାଇଥିଲେ । ହେଲେ ବହୁ ସମୟ ଧରି ଘରକୁ ଫେରିବାରେ…

ଏହି ଦିନ ପୁଣି ମନ୍ କି ବାତ୍ କାର୍ଯ୍ୟକ୍ରମ, ଟ୍ବିଟ୍ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକ ଖୁସି ଖବର ଦେଇଛନ୍ତି । ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ମନ୍ କି ବାତ୍ କାର୍ଯ୍ୟକ୍ରମ କରିବେ । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଏହା ମୋଦିଙ୍କର ପ୍ରଥମ ମନ୍ କି ବାତ୍…

ରାଜଧାନୀର ମୁକୁଳା ଡ୍ରେନ୍‌ରେ ଭାସିଯାଇଥିବା ନାବାଳକ ମୃତ

ଭୁବନେଶ୍ବର: ରାଜଧାନୀରେ ଅଘଟଣ । ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରର ଡ୍ରେନ ପାଣିରେ ଭାସିଯାଇଥିବା ୮ ବର୍ଷର ନାବାଳଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଲେ ଏସକେ ରାଜେଶ୍‌ । ସେ ଆଜି ୟୁନିଟ୍-୩ ମସଜିଦ କଲୋନୀ ପାଖ ଡ୍ରେନ୍ ପାଣି ସୁଅରେ ଭାସି ଯାଇଥିଲା । ତାଙ୍କୁ ଉଦ୍ଧାର କରାଯାଇ…