Latest Odisha News
Browsing Category

Uncategorized

କନ୍ଧମାଳରେ ମାଓବାଦୀ କ୍ୟାମ୍ପ ଠାବ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମରବନ୍ଧ ଫରେଷ୍ଟର ଲଦପଦର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଏସଓଜି ଓ ପୋଲିସର ମିଳିତ ଉଦ୍ୟମରେ ଗୁରୁବାର ଦିନ ଏକ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଉକ୍ତ ଅଞ୍ଚଳରେ ମାଓବାଦୀ ଥିବା ନେଇ ଯବାନଙ୍କ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା ।…

ପଢନ୍ତୁ ସୁନାବେଶରେ କେଉଁ ସବୁ ଅଳଙ୍କାର ପିନ୍ଧନ୍ତି ତିନି ଠାକୁର

ପୁରୀ: ମହାପ୍ରଭୁଙ୍କ ଲୀଳା ଅପାର । ନବଦିନାତ୍ମକ ଯାତ୍ରା ସାରି ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବା ପରେ ସିଂହଦ୍ୱାର ଆଗରେ ତିନି ରଥ ଉପରେ ହୋଇଥାଏ ଶ୍ରୀଜିଉମାନଙ୍କର ସୁନାବେଶ । ଏହାକୁ ରାଜାରାଜେଶ୍ୱର ବେଶ ବି କୁହାଯାଏ । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ହାତ ଓ ପାଦ ଥିବା ବିଗ୍ରହ ରୂପରେ…

ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ମଧ୍ୟପ୍ରଦେଶରେ ଅତିରିକ୍ତ ଦାୟିତ୍ୱ

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦି ବେନ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ ଦାୟିତ୍ୱ । ରାଷ୍ଟ୍ରପତି ଭବନରୁ ଜାରି ହୋଇଛି ଏସମ୍ପର୍କିତ ବିଜ୍ଞପ୍ତି । ମଧ୍ୟପ୍ରଦେଶ ରାଜ୍ୟପାଳ ଥିବା ଲାଲଜୀ ଟଣ୍ଡନଙ୍କ ବର୍ତ୍ତମାନ ଅସୁସ୍ଥ ଅଛନ୍ତି । ଗତ ୧୧ ତାରିଖରୁ ଲକ୍ଷ୍ନୌର ଏକ ହସ୍ପିଟାଲରେ…

ଭୁବନେଶ୍ୱରରେ ପହଞ୍ଚିଲା ଓଡିଆ ପ୍ରବାସୀଙ୍କୁ ଧରି କୁଏତରୁ ଆସୁଥିବା ବିମାନ

ଭୁବନେଶ୍ୱର: ଓଡିଆ ପ୍ରବାସୀଙ୍କୁ ଧରି କୁଏତରୁ ଆସୁଥିବା ଜଜିରା ଏୟାରୱେଜ୍ ଜେ ୯୧୫୬୫, ୧୬୨ ବିମାନ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛି। ସୂଚନାନୁସାରେ, ଏହା ହେଉଛି କୁଏତରୁ ଆସିଥିବା ଦ୍ୱିତୀୟ ବିମାନ, ଯାହା ସେଠାରେ ଥିବା ପ୍ରବାସୀ ଓଡିଆଙ୍କୁ ଆଣି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ଅଗଷ୍ଟ ୧୨ ଯାଏ ରେଗୁଲାର ଟ୍ରେନ୍ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀ ଗଣ ଦୟାକରି ଧ୍ୟାନ ଦିଅନ୍ତୁ । ଅଗଷ୍ଟ ୧୨ ତାରିଖ ପର୍ରଯ୍ୟନ୍ତ ଦେଶରେ ବନ୍ଦ ରହିବ ସମସ୍ତ ରେଗୁରାଲ ଟ୍ରେନ୍ ଚଳାଚଳ । ଗଡ଼ିବନି ମେଲ୍ ଏକ୍ସପ୍ରେସ, ଲୋକାଲ୍ ଟ୍ରେନ୍, ଇଏମୟୁ ଟ୍ରେନ୍ । ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରେଲଓ୍ୱେ ବୋର୍ଡ…

ସୁଶାନ୍ତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ : ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଛି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିଲା । ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଥିଲା । ଏବେ ପୋଲିସକୁ ସୁଶାନ୍ତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଦିଆଯାଇଛି । ଏହି ରିପୋର୍ଟରେ ସୁଶାନ୍ତ ଫାଶୀ…

କରୋନାକୁ ଟ୍ରମ୍ପ କୁଙ୍ଗ ଫ୍ଲୁ ନାମଦେଲେ

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ କରୋନା ଭାଇରସ୍  ପାଇଁ ପୁଣିଥରେ ଚୀନକୁ ଦାୟୀ କରିଛନ୍ତି । ଟ୍ରମ୍ପ କରୋନାକୁ ‘କୁଙ୍ଗ ଫ୍ଲୁ’ ବୋଲି କହିଛନ୍ତି । ସେ ବେଜିଂ ଉପରେ ଭାଇରସ୍ ସମ୍ପର୍କରେ ତଥ୍ୟ ଲୁଚାଇଥିବାର ଅଭିଯୋଗ ଆଣିଛନ୍ତି। ଟ୍ରମ୍ପ ପ୍ରଶାସନ ଅଧିକାରୀମାନେ ଏହାର…

‘ଧୁମ୍ ୪’ରେ ଖିଲାଡ଼ି ଅକ୍ଷୟ

ମୁମ୍ବାଇ: ଜନ୍ ଅବ୍ରହାମ, ହ୍ରିତିକ ରୋଶନ ଏବଂ ଅମୀର ଖାନଙ୍କ ପରେ ଧୁମ ୪ରେ ନେଗେଟିଭ ରୋଲ୍ ପାଇଁ ନିର୍ମାତା ଅକ୍ଷୟ କୁମାରଙ୍କୁ ଚୂଡାନ୍ତ କରିଛନ୍ତି। ୟଶ ରାଜ ଫିଲ୍ମସ ଗୁରୁବାର ଦିନ ଟ୍ବିଟ କରିଛନ୍ତି। ଏହି ଫିଲ୍ମ ୨୦୨୨ ମସିହାରେ ମୁକ୍ତିଲାଭ କରିବାର ଯୋଜନା ରହିଥିବା ବେଳେ ଏଥିରେ…

ବଢୁଛି ଚିନ୍ତା: ରାଜ୍ୟରେ ଆଉ ୧୭୫ ନୂଆ ଆକ୍ରାନ୍ତଙ୍କ ସହ ୪୩୩୮ ରେ ପହଞ୍ଚିଲା ମୋଟ ସଂଖ୍ୟା

ଭୁବନେଶ୍ୱର:ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଗତ ୨୪ଘଣ୍ଟାରେ ୧୭୫ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।…

କୋରାପୁଟରେ ମାଓବାଦୀ କ୍ୟାମ୍ପ ଠାବ

ଜୟପୁର: କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ନିକଟରେ ବିଏସଏଫ୍ ଓ ପୋଲିସ କର୍ମୀ ମିଳିତ ଉଦ୍ୟମରେ ଗୁରୁବାର ଦିନ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଜୟପୁର ଏସଡିପିଓ ପ୍ରତ୍ୟୁଷ ଦିବାକର କହିଛନ୍ତି, ଉକ୍ତ ଅଞ୍ଚଳରେ ମାଓବାଦୀ ଆକ୍ରମଣ କରିବା ନେଇ ବିଶ୍ୱସ୍ତ…