Latest Odisha News

BREAKING NEWS

ଭାରତୀୟ ସ୍କୁଲ, ହେଲେ ଛାତ୍ରଛାତ୍ରୀ କହୁଛନ୍ତି ଜାପାନିଜ ଭାଷା !

ମହାରାଷ୍ଟ୍ର: ଔରଙ୍ଗାବାଦର ଏକ ସ୍କୁଲ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଜିଲ୍ଲା ପରିଷଦ ଦ୍ୱାରା ପରିଚାଳିତ ଏକ ସ୍କୁଲରେ ଛାତ୍ରଛାତ୍ରୀ କହୁଛନ୍ତି ଜାପାନିଜ ଭାଷା । ହେଲେ କାହିଁକି ଓ କେମିତି ଆସନ୍ତୁ ଜାଣିବା ।

ରୋବୋଟିକ୍ସ ଓ ଜାପାନୀ କୌଶଳ ପ୍ରତି ଆକର୍ଷଣ ଏହି ପିଲାଙ୍କ ମନରେ ଜାପାନିଜ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିଛି । ଔରଙ୍ଗାବାଦରୁ ୨୫କିମି ଦୂରରେ ରହିଛି ଗଡିୱାଟ୍ ଗାଁ । ଗାଁକୁ ଭଲ ରାସ୍ତା ନାହିଁ କି ଅନ୍ୟାନ୍ୟ ଆଧୁନିକ ସାଧନ ବି ନାହିଁ । ହେଲେ ଗାଁରେ ଇଣ୍ଟରନେଟ୍ ସୁବିଧା ପିଲାଙ୍କୁ ପାଠ ପଢିବାରେ ନିଶ୍ଚିତ ଭାବେ ସହାୟକ ହୋଇଛି ।

ଗତବର୍ଷ ସେପ୍ଟେମ୍ବର ମାସରେ ସରକାରୀ ସ୍କୁଲରେ ବିଦେଶୀ ଭାଷା ଶିକ୍ଷାଲାଭ କରିବା ନେଇ ଏକ ପ୍ରୋଜେକ୍ଟକୁ କାର୍ଯ୍ୟକ୍ଷମ କରାଯାଇଥିଲା । ଯେଉଁଥିରେ ୪ର୍ଥଠୁ ଆରମ୍ଭ କରି ୮ମ ଶ୍ରଣୀର ପିଲାମାନେ ନିଜ ଇଛା ମୁତାବକ ଏକ ବିଦେଶୀ ଭାଷା ଶିକ୍ଷାଲାଭ କରିପାରିବେ ।
ତେବେ ସ୍କୁଲର ଅଧିକାଂଶ ପିଲାମାନେ ଜାପାନିଜ ଭାଷାକୁ ଚୟନ କରିଥିଲେ । ସ୍କୁଲରେ ଆବଶ୍ୟକ ଅନୁଯାୟୀ ସାଧନ ନଥିଲେ ବି ଇଣ୍ଟରନେଟ ସହାୟତାରେ ତାହା ସଫଳ ହୋଇପାରିଛି ।

ରିପୋର୍ଟ ଅନୁଯାୟୀ ସ୍କୁଲରେ ୩୫୦ ଛାତ୍ରଛାତ୍ରୀ ଥିଲାବଳେ ସେଥିରୁ ୭୦ଜଣ ଜାପାନିଜ ଭାଷା ଶିକ୍ଷାଲାଭ କରୁଛନ୍ତି । ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ କିମ୍ବା ଇଣ୍ଟରନେଟ୍ ବ୍ୟବସ୍ଥା ନଥିବାରୁ ବିଷୟ ମିତ୍ର (ଜଣେ ଜାପାନିଜ ଭାଷା ଶିଖି ଅନ୍ୟମାନଙ୍କୁ ଶିଖାଇଥାନ୍ତି) ସହାୟତାରେ ସମସ୍ତେ ଜାପାନିଜ ଭାଷା ଶିଖୁଛନ୍ତି ।

Leave A Reply

Your email address will not be published.