Latest Odisha News

ଶ୍ରୀଜିଉଙ୍କ ଦର୍ଶନ କଲେ କମେଡିଆନ୍ କପିଲ ଶର୍ମା

ପୁରୀ: ପ୍ରଥମ ଥର ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି କମେଡିଆନ ତଥା ବଲିଉଡ କଳାକାର କପିଲ ଶର୍ମା । ନିଜର ଏକ ଫିଲ୍ମ ସୁଟିଂ ପାଇଁ ଭୁବନେଶ୍ୱର ଗସ୍ତରେ ରହିଥିବା କପିଲ ସୋମବାର ସଂଧ୍ୟାରେ ବଡ ଠାକୁରଙ୍କୁ ଦର୍ଶନ କରିଥିଲେ ।

କପିଲ ଶର୍ମା ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ପହଂଚିବା ପରେ ସେବାୟତ ମାନେ ତାଙ୍କୁ ସ୍ୱାଗତ କରିଥିଲେ। କପିଲ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ବେଢ଼ା ଭିତରେ ବୁଲିବା ସହ ବିଭିନ୍ନ ପାର୍ଶ୍ୱ ଦେବାଦେବୀ ମନ୍ଦିର ଯାଇ ଦର୍ଶନ ସହ ପୂଜା କରିଥିଲେ। ଏହାପରେ ସେ ପ୍ରତିକ୍ରିୟାରେ କହିଥିଲେ, ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ବହୁତ ଖୁସି ଅନୁଭବ କରିଛନ୍ତି । ପ୍ରଥମ ଥର ପାଇଁ ପୁରୀ ଆସିଛନ୍ତି । ଆଉ ପ୍ରଥମ ଗସ୍ତରେ ଆସି ସେ କାଳିଆ ଠାକୁରଙ୍କ ଦର୍ଶନ ପାଇଥିବାରୁ ବେଶ ଖୁସି ।

ଅନ୍ୟପଟେ ଶ୍ରୀ ମନ୍ଦିରରେ କପିଲ ଶର୍ମାଙ୍କୁ ଦେଖିବା ପାଇଁ ତାଂକ ପ୍ରଶଂସକ ବେଶ ଭିଡ଼ ହୋଇଥିଲା । କପିଲ ପୁରୀ ଆସୁଥିବା ଜାଣି ମନ୍ଦିର ପ୍ରଶାସନ ଏବଂ ସୁରକ୍ଷାକର୍ମୀ ମାନେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦେଇଥିଲେ । କପିଲ ମନ୍ଦିର ଦର୍ଶନ କରିବା ବେଳେ ତାଙ୍କ ସହିତ ତାଙ୍କର ସୁରକ୍ଷାକର୍ମୀ ମଧ୍ୟ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ, କପିଲ ଶର୍ମା ଏବେ ଭୁବନେଶ୍ୱର ଗସ୍ତରେ ରହିଛନ୍ତି । ନନ୍ଦିତା ଦାସଙ୍କ ନିର୍ଦ୍ଦେଶନାରେ ଏକ ଫିଲ୍ନ ସୁଟିଂରେ ବ୍ୟସ୍ତ ରହିଛନ୍ତି କପିଲ । ଏହି ଫିଲ୍ନର ଅଧିକାଂଶ ସୁଟିଂ ଭୁବନେଶ୍ୱରରେ ରହିଛି । ନିକଟରେ କପିଲ ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ।

Leave A Reply

Your email address will not be published.