Latest Odisha News

BREAKING NEWS

ଟଙ୍କା ଧାର ଦେଇ ଫସିଗଲେ ହରଭଜନ ସିଂ !

ତାମିଲନାଡୁ: ଚର୍ଚ୍ଚାରେ ରହିଛନ୍ତି କ୍ରିକେଟର୍ ହରଭଜନ ସିଂ । ନିକଟରେ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲରୁ ଦୂରେଇଥିଲେ । ଆଉ ଏବେ ୪ କୋଟିର ଠକେଇ ପରେ ଚେନ୍ନାଇ ପୋଲିସ ନିକଟରେ ଅଭିଯୋଗ ଆଣିଛନ୍ତି ।

ରିପୋର୍ଟ ଅନୁଯାୟୀ ୨୦୧୫ରେ ଚେନ୍ନାଇର ଜଣେ ବ୍ୟବସାୟୀଙ୍କୁ ହରଭଜନ ୪ କୋଟି ଟଙ୍କା ଧାର ଦେଇଥିଲେ । ଜଣେ କମନ୍ ଫ୍ରେଣ୍ଡ ଜରିଆରେ ସେ ବ୍ୟବସାୟୀ ଜି.ମହେଶଙ୍କ ସହ ପରିଚିତ ହୋଇଥିଲେ । ହେଲେ ଧାର ନେବା ପରେ ଯେତେ ଥର ବି ସେ ଟଙ୍କା ମାଗିଥିଲେ ବ୍ୟବସାୟୀ ଜଣକ ମିଛ କଥା କହି ଟାଳିଆସିଥିଲେ ।

ତେବେ ଗତମାସ ୨୫ ଲକ୍ଷ ଟଙ୍କାର ଚେକ୍ ପାଇଥିଲେ ବି ତାହା ବାଉନ୍ସ ହୋଇଥିଲା । ଶେଷରେ ଚେନ୍ନାଇ ସିଟି ପୋଲିସ ନିକଟରେ ହରଭଜନ ଏତଲା ଦେଇଥିଲେ । ଏ ନେଇ ପୋଲିସ ଉକ୍ତ ବ୍ୟବସାୟୀଙ୍କୁ ସମନ ଜାରି କରିଥିଲାବେଳେ ଅଭିଯୁକ୍ତ ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛି ।

ଅଭିଯୁକ୍ତ ମହେଶଙ୍କ ଅନୁଯାୟୀ ହରଭଜନଙ୍କୁ ଥାଲାମ୍ବୁରରେ ସେ ଏକ ପ୍ରପର୍ଟି ସିକ୍ୟୁରିଟି ସ୍ୱରୂପ ଦେଇ ଟଙ୍କା ନେଇଥିଲେ । ହରଭଜନଙ୍କ ସହ ତାଙ୍କର ସମସ୍ତ ନେଣଦେଣ ସରିଛି । ଧାର ସ୍ୱରୂପ ନେଇଥିବା ସମସ୍ତ ଟଙ୍କା ସେ ଫେରାଇସାରିଛନ୍ତି ।

Leave A Reply

Your email address will not be published.