Latest Odisha News

BREAKING NEWS

ଡେଲ୍‌ଟା ପ୍ରଜାତିର ଦ୍ରୁତ ସଂକ୍ରମଣ ବିଶ୍ୱର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଚାପ ସୃଷ୍ଟି କରିପାରେ; ‘ହୁ’

ନୂଆଦିଲ୍ଲୀ: କରୋନା ଡେଲ୍‌ଟା ପ୍ରଜାତିର ବୃଦ୍ଧି ଆଗକୁ ଭୟାବହ ପରିସ୍ଥିତି ସୃଷ୍ଟି କରିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ଚେତାବନୀ ଦେଇଛି।’ ହୁ’ କହିଛି ଯେ କୋଭିଡ-୧୯ର ଡେଲଟା ପ୍ରଜାତିର ଦ୍ରୁତ ସଂକ୍ରମଣ ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଚାପ ସୃଷ୍ଟି କରିବାର ସମ୍ଭାବନା ରହିଛି।

ବିଶ୍ୱ ସ୍ୱାସ୍ଥ୍ୟ ଏଜେନ୍ସି ଚେତାବନୀ ଦେଇଛି ଯେ ଡେଲଟା ଭାରିଆଣ୍ଟର ଦ୍ରୁତ ବିସ୍ତାର ହେତୁ କମ୍‌ ଟିକାକରଣ କରିଥିବା ଅଞ୍ଚଳଗୁଡିକ ଅଧିକ ପ୍ରଭାବିତ ହେବେ।

‘ହୁ’ କହିଛି ଯେ ଡେଲଟା ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ଘଟଣା ସ୍ୱାସ୍ଥ୍ୟସେବା ଉପରେ ଅଧିକ ଚାପ ସୃଷ୍ଟି କରିବାର ସମ୍ଭାବନା ରହିଛି।

Leave A Reply

Your email address will not be published.