Latest Odisha News

BREAKING NEWS

ରାଜଧାନୀରେ ଅନୁଷ୍ଠିତ ହେଲା ଢେଙ୍କାନାଳ ଉତ୍ସବ

ଭୁବନେଶ୍ୱର : ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଢେଙ୍କାନାଳ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ଜିଲ୍ଲା  ତଥା ରାଜ୍ୟରେ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଢେଙ୍କାନାଳ ଜିଲ୍ଲା ସାଂସ୍କୃତିକ ପରିଷଦର ସମ୍ପାଦକ ପ୍ରେମାନନ୍ଦ ବିଶ୍ୱାଳଙ୍କୁ ‘ଢେଙ୍କାନାଳ   ଗୌରବ ସମ୍ମାନ’ ରେ  ସମ୍ବର୍ଦ୍ଧିତ କରାଯାଇଥିଲା । ତାଙ୍କ ସହ ଆଦିତ୍ୟ ପ୍ରସାଦ ଦାଶ, ସାରସ୍ୱତ ସାଧକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର,  ଚଳଚିତ୍ର ପ୍ରଯୋଜନ ଘନଶ୍ୟାମ ମହାପାତ୍ର, ଆରକ୍ଷୀ ଅଧିକାରୀ, ଆସିକା ପ୍ରଶାନ୍ତ ସାହୁ, ପରିବେଶବିତ୍ ଶୁଭ୍ରାଂଶୁ ସତପଥି , ସମାଜ ସେବିକା ସୁଶ୍ରୀ  ଅଙ୍କିତା ସାହୁ ଏବଂ ସମାଜସେବୀ ଦଣ୍ଡଧର ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସ୍ମରଣିକା ‘ଅନନ୍ୟ ଢେଙ୍କାନାଳ’ ଉନ୍ମୋଚିତ ହୋଇଥିଲା ।

ଢେଙ୍କାନାଳ ସାଂସ୍କୃତିକ ପରିଷଦର  ସଭାପତି ସୌରେନ୍ଦ୍ର କୁମାର ମହାପାତ୍ର ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି  ବିଭାଗ ତଥା ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି, ନାଲକୋର ନିର୍ଦ୍ଦେଶକ ସଦାଶିବ ସାମନ୍ତରାୟ ସମ୍ମାନିତ ଅତିଥି ଏବଂ ଢେଙ୍କାନାଳ ସାଂସ୍କୃତିକ ପରିଷଦର ଉପଦେଷ୍ଟା କୃଷ୍ଣଚନ୍ଦ୍ର ଆଇଚ୍ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ।

ଢେଙ୍କାନାଳ ସାଂସ୍କୃତିକ ପରିଷଦର କର୍ମକର୍ତ୍ତା ଶ୍ରୀ ରୂଦ୍ର ପ୍ରସାଦ ମହାପାତ୍ରଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଏହି ଉତ୍ସବରେ ଗୁରୁ ଗୈରୀଶଙ୍କର ଦାଶଙ୍କ ନିର୍ଦ୍ଦେଶନାରେ ‘ଦେବାଂଶୀ  ଏକାଡେମୀ’ର  କଳାକାରମାନେ ଓଡ଼ିଶୀ ନୃତ୍ୟ ଓ ଆଦିବାସୀ ନୃତ୍ୟ , ଜୟଶ୍ରୀ ଧଳ, ମୋନାଲିସା ପାଳ, ସୌମ୍ୟ ମହାନ୍ତିଙ୍କ ଦ୍ୱାରା କଣ୍ଠ ସଙ୍ଗୀତ , ରୂପାଲୀ ପାଣି ଓ ଆୟୁଷ୍ମାନ ମହାପାତ୍ରଙ୍କ ଦ୍ୱାରା  ଆଧୁନିକ ନୃତ୍ୟ , ନବଜୀବନ ନାଟ୍ୟ ଶାସ୍ତ୍ର ଅନୁଷ୍ଠାନ ଦ୍ୱାରା ସମ୍ବଲପୁରୀ ଲୋକନୃତ୍ୟ, ଖେମୁଣ୍ତି ଲୋକନାଟ୍ୟ ଏକାଡେମୀ,ଦିଗପହଣ୍ଡି ଦ୍ୱାରା ମାଣିକ (ମୁଖା ନୃତ୍ୟ), ଶିବ ପାର୍ବତୀ  ଗୋଟିପୁଅ ନାଟ୍ୟ ପରିଷଦ, ସାକ୍ଷୀଗୋପାଳ ଦ୍ୱାରା ଗୋଟିପୁଅ ନୃତ୍ୟ ଆଦି ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବସନ୍ତ କୁମାର  ପଟ୍ଟନାୟକ ହାସ୍ୟରସ ପରିବେଷଣ କରିଥିଲେ ।

ଏହି ଉତ୍ସବରେ ଅବନୀକାନ୍ତ ମିଶ୍ରଙ୍କ ମଞ୍ଚ ପରିଚାଳନା ଦାୟିତ୍ୱ ନିର୍ବାହ ଲକରିଥିବା ବେଳେ ସାମନ୍ତ ଜ୍ୟୋତି ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.