ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍‍

ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ମହେଶ ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କୁ ୧୩୫୪୧୨ ଭୋଟ୍‍ ବ୍ୟବଧାନରେ ପରାସ୍ତ କରିଛନ୍ତି । ମହେଶ ସାହୁ ସମୁଦାୟ ୫୨୨୮୮୪ ଭୋଟ୍‍ ପାଇଥିବାବେଳେ ରୁଦ୍ର ନାରାୟଣ ପାଣିଙ୍କୁ ମିଳିଛି ୪୮୭୪୭୨ଟି ଭୋଟ୍‍ । କଂଗ୍ରେସ ପ୍ରାର୍ଥୀ ରାଜା କାମାକ୍ଷା ପ୍ରସାଦ ସିଂହଦେଓ ୮୦୩୪୯ଟି ଭୋଟ୍‍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।