Latest Odisha News

BREAKING NEWS

ଦିଲ୍ଲୀପ ତିର୍କି ହେଲେ ଆଡହକ କମିଟି ଅଧ୍ୟକ୍ଷ

ଭୁବନେଶ୍ବର : ବଦଳିଲେ ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ । ଦିଲ୍ଲୀପ ତିର୍କି ହେଲେ ଆଡହକ କମିଟି ଅଧ୍ୟକ୍ଷ । କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର.କେ. ଶ୍ରୀବାସ୍ତବ, ଅଧିପ ଦାସ । ଝାଡ଼ଖଣ୍ଡର ଭୋଳାନାଥ ସିଂହଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଲୀପ ତିର୍କିଙ୍କୁ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି ।

ଆଡହକ କମିଟି ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ ଦିଲୀପ ତିର୍କୀ କହିଛନ୍ତି, ତୃଣମୂଳ ସ୍ତରରୁ ଆହୁରି ଭଲ ଖେଳାଳିକୁ ଚୟନ କରାଯିବ । ଏହାସହ ସେମାନଙ୍କୁ ଉଚ୍ଚ କୋଟିର ପ୍ରଶିକ୍ଷଣ ମଧ୍ୟ ଦିଆଯିବ । ସେହିପରି ଓଡ଼ିଶାରୁ କିପରି ଅଧିକରୁ ଅଧିକ ଦକ୍ଷ ହକି ଖେଳାଳି ଜାତୀୟ ସ୍ତରରେ ଖେଳିବେ ସେନେଇ ସମସ୍ତ ପ୍ରକାର ପ୍ରଶିକ୍ଷଣ ଦିଆଯିବ । ହକିରେ ଓଡ଼ିଶାର ଖେଳାଳିମାନେ ଭଲ ପ୍ରଦର୍ଶନ କରି ଆସିଛନ୍ତି । ଆଗକୁ ମଧ୍ୟ ଭଲ ପ୍ରଦର୍ଶନ କରିବେ । ସେହିପରି ଟୋକିଓ ଅଲମ୍ପିକ୍ସରେ ପାଇଁ ଓଡ଼ିଶାରୁ ପୁରୁଷ ହକି ଟିମରେ ୨ ଜଣ ଓ ମହିଳା ହକି ଟିମରେ ଜଣେ ଖେଳାଳି ସ୍ଥାନ ପାଇଛନ୍ତି । ଏମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ଦିଲ୍ଲୀପ ତିର୍କି ।

Leave A Reply

Your email address will not be published.