Latest Odisha News

BREAKING NEWS

ଡୋପ ଟେଷ୍ଟରେ ଧରା ପଡିଲେ ଡିସକସ ଥ୍ରୋୟର ନଭଜିତ, ୩ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା ପଦକ ବିଜେତା ଭାରତର ଡିସକସ ଥ୍ରୋୟର ନଭଜିତ କୌର ଢ଼ିଲୋଁ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ଆଥଲେଟିକ୍ସ ଇଂଟିଗ୍ରେଟି ୟୁନିଟ ପକ୍ଷରୁ ତାଙ୍କୁ ୩ ବର୍ଷ ବାସନ୍ଦ କରାଯାଇଛି । ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସ ଡିହାଇଡ୍ରୋକ୍ଲୋରମିଥାଇଲଟେଷ୍ଟୋଷ୍ଟେରୋନର ମାତ୍ରା ମିଳିଥିଲା । ବିଶ୍ୱ ଆଥଲେଟିକ୍ସ ଏହି ଡ୍ରଗ୍ସକୁ ବ୍ୟାନ କରିଛି । ୧୯୬୦ ଦଶକରେ ଇଷ୍ଟ ଜର୍ମାନର ଆଥଲେଟମାନେ ଏହାକୁ ବ୍ୟବହାର କରୁଥିଲେ । ନିକଟରେ ସମ୍ପନ୍ନ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ନଭଜିତ ଫାଇନାଲରେ ୮ମ ସ୍ଥାନରେ ରହିଥିଲେ । କାଜକସ୍ତାନର ଆଲମାଟୀରେ ଅନୁଷ୍ଠିତ କ୍ୱାସୋନୋଭ ମେମୋରିଆଲ ଆଥଲେଟିକ୍ସ ମିଟ ପୂର୍ବରୁ ତାଙ୍କ ଡୋପ ସାମ୍ପୁଲ ନିଆ ଯାଇଥିଲା ।

ସୁଇଜରଲାଣ୍ଡରେ ଥିବା ୱାଡା ମାନ୍ୟତାପ୍ରାପ୍ତ ଲାବୋରେଟୋରୀରେ ନଭଜିତଙ୍କ ସାମ୍ପୁଲରୁ ଡିଏଚସିଏମଟିର ମାତ୍ରା ମିଳିଥିଲା । ଏ ନେଇ ନବଜିତ କହିଛନ୍ତି ଅଗଷ୍ଟ ୨୩ରେ ସେ ଏକ ସପ୍ଲିମେଂଟ ନେଇଥିଲେ, ମାତ୍ର ଏଥିରେ ବ୍ୟାନ ଡ୍ରଗ୍ସର ମାତ୍ରା ଥିବା ଜାଣି ନ ଥିଲେ । ଅଗଷ୍ଟ ୧୧ରୁ ଏହି ବାସନ୍ଦ ଦଣ୍ଡାଦେଶ କାର୍ଯ୍ୟକାରୀ ହେବ ବୋଲି ଏଆଇୟୁ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ଶିବପାଲ ସିଂ, କମଲପ୍ରୀତ କୌର, ଧନଲକ୍ଷ୍ମୀ ସେକର ଓ ଐଶ୍ଚର୍ଯ୍ୟା ବାବୁ ଡୋପ ଟେଷ୍ଟରେ ଧରା ପଡିଛନ୍ତି ।

Leave A Reply

Your email address will not be published.