ନୂଆଦିଲ୍ଲୀ: ଶୀତ ଦିନେ ଗାଧୋଇବା ସମସ୍ତଙ୍କ ପାଇଁ ଏକ କଠିନ କାମ ହୋଇଥାଏ। କିଛି ଲୋକ ଏମିତି ବି ଥାନ୍ତି ଯେଉଁମାନେ ଦୁଇରୁ ତିନି ଦିନ ଶୀତ ଦିନେ ଗାଧୋଇନଥାନ୍ତି। ଆଉ ଏକଥା ସେମାନେ କାହାକୁ କହିବାକୁ ଲାଜ କରନ୍ତି। ଏପରି ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର। ତାହା ହେଲା କୁଆଡ଼େ ଶୀତ ଦିନେ ନଗାଧୋଇଲେ ଆୟୁଷ ବଢ଼େ। ଇନଷ୍ଟାଗ୍ରାମର ଏକ ଭିଡିଓରେ ଏପରି କୁହାଯିଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥିବା ଭିଡିଓରେ କୁହାଯାଇଛି ଯେ ଶୀତଦିନରେ ନଗାଧୋଇଲେ ଶରୀର ପାଇଁ ଖୁବ ଭଲ । କେବଳ ଏତିକି ନୁହେଁ ଏହା ଆପଣଙ୍କ ବୟସକୁ ୩୪% ବୃଦ୍ଧି ମଧ୍ୟ କରିଥାଏ । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଭିଡିଓରେ ଜଣେ ଡକ୍ଟର ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି। ତାଙ୍କ ନାଁ ହେଉଛି ଡକ୍ଟର ରେବେକ୍କା ପିଣ୍ଟୋ (Dr Rebecca Pinto) ।
ଡକ୍ଟର ରେବେକ୍କା ନଗାଧୋଇବାର ଲାଭ ବିଷୟରେ ଯାହା ବି ତଥ୍ୟ ରଖିଛନ୍ତି ତାର କୌଣସି ଗବେଷଣାତ୍ମକ ପ୍ରମାଣ ରଖିନାହାନ୍ତି । ଯାହାକୁ ନେଇ କେତେଜଣ ୟୁଜର୍ସ ପ୍ରଶ୍ନ କରିଛନ୍ତି ଏହା ଉପରେ କୌଣସି ଗବେଷଣାତ୍ମକ ଲେଖା ଅଛି କି ? ଯଦି ହଁ ପ୍ରମାଣ ସେୟାର କରିବା ଉଚିତ ଥିଲା ବୋଲି କୁହାଯାଇଛି ।
Comments are closed.