ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଟ୍ରମ୍ପଙ୍କ କଡା ଚେତାବନୀ। ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ। ଯୁଦ୍ଧ ବନ୍ଦ ନକଲେ ଋଷିଆ ଉପରେ ନୂଆ କଟକଣା ଲଗାଇବାକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି। ତୁରନ୍ତ ୟୁକ୍ରେନ୍ ସହ ଆଲୋଚନା କରି ଯୁଦ୍ଧ ବନ୍ଦ କରିବାକୁ କହିଲେ ଟ୍ରମ୍ପ। ଯୁଦ୍ଧ ଜାରି ରହିଲେ ଋଷିଆର କ୍ଷତି ହେବ ବୋଲି କହିଲେ ଟ୍ରମ୍ପ।
ସେପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ଶପଥ ଗ୍ରହଣ ସମାରୋହକୁ ପ୍ରଶଂସା କରି କହିଛନ୍ତି, ଟ୍ରମ୍ପ ତାଙ୍କ ପ୍ରଚାରରେ ସାହସ ଦେଖାଇଥିଲେ ଏବଂ ନିର୍ବାଚନରେ ଏକ ଅବିଶ୍ୱସନୀୟ ବିଜୟ ହାସଲ କରିଥିଲେ। ସେହି ସମୟରେ, ଶପଥ ଗ୍ରହଣ କରିବାର କିଛି ସମୟ ପରେ ଆମେରିକା ରାଷ୍ଟ୍ରପତି ପୁଟିନଙ୍କ ବିଷୟରେ ଏପର୍ଯ୍ୟନ୍ତ ତାଙ୍କର ସବୁଠାରୁ ସମାଲୋଚନାମୂଳକ ମନ୍ତବ୍ୟ ଦେଇଥିଲେ।
ଟ୍ରମ୍ପ ପୁଟିନଙ୍କୁ ଶାନ୍ତି ଚୁକ୍ତି ପାଇଁ ଅନୁରୋଧ କରିଛନ୍ତି। ସୋମବାର ଓଭାଲ ଅଫିସକୁ ଫେରିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ ପୁଟିନଙ୍କୁ ଏକ ଶାନ୍ତି ଚୁକ୍ତି କରିବାକୁ ଆହ୍ବାନ କରିଥିଲେ। ଏହାସହ ସେ ଜୋର ଦେଇଥିଲେ ଯେ ଦୀର୍ଘକାଳୀନ ସଂଘର୍ଷ ରୁଷିଆକୁ କ୍ଷତି ପହଞ୍ଚାଉଛି। ସେମାନେ ଆପୋଷ ନିଷ୍ପତ୍ତି ନେବା ଉଚିତ। ପୁଟିନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ନେତା, ତଥାପି ଟ୍ରମ୍ପ ତାଙ୍କୁ ଆହ୍ବାନ କରିଛନ୍ତି। ସେହିପରି, ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ ମଧ୍ୟ ଟ୍ରମ୍ପଙ୍କ ଶତ୍ରୁମାନଙ୍କ ମଧ୍ୟରୁ ଜଣେ। ରାଷ୍ଟ୍ରପତି ପଦର ଶପଥ ଗ୍ରହଣ କରିବା ପରେ, ଟ୍ରମ୍ପ ଦକ୍ଷିଣ କୋରିଆରେ ନିୟୋଜିତ ଆମେରିକୀୟ ସୈନିକମାନଙ୍କୁ ପଚାରିଲେ – ‘କିମ୍ କିପରି ଅଛନ୍ତି?’ କିମ୍ଙ୍କ ନାମ ଶୁଣି ବିଶ୍ୱର ଅନେକ ଦେଶ ଥରି ଉଠନ୍ତି, କିନ୍ତୁ ଟ୍ରମ୍ପ ସେମାନଙ୍କୁ ଚ୍ୟାଲେଞ୍ଜ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ।
Comments are closed.