Latest Odisha News

BREAKING NEWS

ଦେଶର ୧୧୬ ଜିଲ୍ଲାରେ କରୋନା ଭ୍ୟାକସିନର ଡ୍ରାଏ ରନ୍

ନୂଆଦିଲ୍ଲୀ: ନୂଆବର୍ଷରେ ଭାରତରେ କରୋନା ବିରୋଧୀ ଲଢ଼େଇରେ ମହା ଅଭିଯାନର ଆରମ୍ଭ । ଆଜି ଦେଶବ୍ୟାପୀ ହେଉଛି ଟିକାର ଡ୍ରାଏ ରନ୍ । ଦେଶର ୧୧୬ ଜିଲ୍ଲାରେ ଡ୍ରାଏ ରନ୍ କରାଯାଉଛି । ୨୫୯ଟି ସ୍ଥାନରେ ଆରମ୍ଭ ହୋଇଛି ଡ୍ରାଏ ରନ୍ । ଏତିକିବେଳେ ଟିକାକରଣ ଅଭିଯାନ ସହ ଜଡିତ ସମସ୍ତ ପ୍ରକ୍ରିୟାକୁ କଡ଼ାକଡ଼ି ପାଳନ କରାଯିବ ।

କରୋନା ଭାକସିନ୍ ପାଇଁ ତିଆରି ହୋଇଥିବା କୋ-ଭିନ୍ ଆପ୍ ଅନେକ ଉପଯୋଗୀ ସାବ୍ୟସ୍ତ ହୋଇଛି । ଏଥିରୁ ଟିକାକରଣର ସମସ୍ୟା ବାବଦରେ ସୂଚନା ମିଳିପାରୁଛି । କୋଭିଡ୍‌ ଭ୍ୟାକ୍ସିନ୍‌ ଇଣ୍ଟେଲିଜେନ୍ସ ନେଟ୍ଓ୍ଵାର୍କର ବ୍ୟବହାର ଓ କାର୍ଯ୍ୟକାରିତା ସମ୍ପର୍କରେ ଅଭିଜ୍ଞତା ହାସଲ କରିବା ଉଦ୍ଦେଶ୍ୟରେ ଏହି ଡ୍ରାଏ ରନ୍ ବା ମକ୍ ଡ୍ରିଲ୍ କରାଯାଉଛି ।

ପୂର୍ବରୁ ଚାରିଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜୁରାଟ ଓ ପଞ୍ଜାବରେ ଡିସେମ୍ବର ୨୮ ଓ ୨୯ ତାରିଖରେ କରୋନା ଟିକାର ଡ୍ରାଏ ରନ୍ ହୋଇଥିଲା । ଏହାର ସଫଳତା ପରେ ସାରା ଦେଶରେ ଡ୍ରାଏ ରନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.