ଇଷ୍ଟ ରୋଦରଫୋଡ: ଫିଫା ବିଶ୍ୱକପରେ ୪ ଥର ଚାମ୍ପିୟନ ଜର୍ମାନୀକୁ ହରାଇ ଇକ୍ୱେଡର ବଡ ବିପର୍ଯ୍ୟୟ ଘଟାଇଛି । ରୋମାଂଚକ ମୁକାବିଲାରେ ଇକ୍ୱେଡର ୨-୧ ଗୋଲରେ ଜର୍ମାନୀକୁ ହରାଇବା ସହ ଦ୍ୱିତୀୟ ଥର ପାଇଁ ନକଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି । ୨୦୧୬ରେ ରାଉଣ୍ଡ ଅଫ ୧୬ରୁ ଦଳ ବିଦାୟ ନେଇଥିଲା । ଆରମ୍ଭରୁ ଜର୍ମାନୀ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଲେରୟେ ସେନ ଗୋଲରେ ମାଧ୍ୟମରେ ୧-୦ର ଅଗ୍ରଣୀ ହାସଲ କରିଥିଲା ।
୭ ମିନିଟ ପରେ ନୀଲସନ ଅଙ୍ଗୁଲେ ଇକ୍ୱେଡର ପକ୍ଷରୁ ଆକର୍ଷଣୀୟ ଗୋଲ ସ୍କୋର କରି ମ୍ୟାଚକୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ । ଦ୍ୱିତୀୟାର୍ଦ୍ଧର ୭୭ତମ ମିନିଟରେ ଗୋଞ୍ଜାଲା ପ୍ଲାଟା ଗୋଲ କରି ଦଳକୁ ଐତିହାସିକ ବିଜୟ ପ୍ରଦାନ କରିଥିଲେ । ଜର୍ମାନୀ ଶେଷ ପର୍ଯ୍ୟନ୍ତ ଗୋଲ ଶୁଝାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା । ଜର୍ମାନୀର କ୍ରମାଗତ ୧୧ ବିଜୟଧାରାରେ ମଧ୍ୟ ଇକ୍ୱେଡର ବ୍ରେକ ଲଗାଇଛ ି ।
