Latest Odisha News

BREAKING NEWS

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଅସୁସ୍ଥ ଦନ୍ତାହାତୀ

ୟାଗଡ: ନୟାଗଡ଼ ଜିଲ୍ଲା ରଣପୁର ବନବିଭାଗ ଅଧିନ କାଞ୍ଚନପୁର କାଜୁ ଜଙ୍ଗଲରେ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି । ଦନ୍ତା ଟି ଅସୁସ୍ଥ ଥିବାବେଳେ, ଗତ ତିନି ଦିନ ଧରି ଚିକିତ୍ସା ଚାଲିଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, କିଛି ଦିନ ପୂର୍ବେ ହାତୀ ଟି କୁ ଅସୁସ୍ଥ ଅବସ୍ଥାରେ କାଞ୍ଚନପୁର କାଜୁ ଜଙ୍ଗଲରେ ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ବନବିଭାଗକୁ ଖବର ଦେଇଥିଲେ । ପ୍ରଥମେ ବନ ବିଭାଗ ପକ୍ଷରୁ ହାତୀ କୁ ଟ୍ରାଙ୍କୁ ଲାଇଜ୍ କରି ଚିକିତ୍ସା ଆରମ୍ଭ ହୋଇଥିଲା । ଏହାପରେ ନନ୍ଦନକାନନର ଏକ ବିଶେଷଜ୍ଞ ଟିମ୍ ଘଟଣାସ୍ଥଳକୁ ଯାଇ ଚିକିତ୍ସା ଚଳାଇଥିଲେ ।

ଚିକିତ୍ସା ପରେ ମଧ୍ୟ ହାତୀର ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ହାତୀର ଆଗ ପଟ ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ହୋଇଯାଇଥିଲା । ଶେଷରେ ଆଜି ସକାଳୁ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.