Latest Odisha News

BREAKING NEWS

ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା 

ବ୍ରହ୍ମପୁର : ଚା’ ପିଉଥିବା ବେଳେ ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ୍ ସୁମଣ୍ଡଳ ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । 

ସୂଚନା ଅନୁସାରେ, ଦେବରାଜ ସକାଳ ସାଢେ  ୮ଟା ବେଳେ ସୁମଣ୍ଡଳପୁର ଗାଁ ଛକରେ ଥିବା ଏକ ଚା’ ଦୋକାନରେ ଚା’ ପିଉଥିଲେ । ଏତିକି ବେଳେ ୩  ଜଣ ଦୁର୍ବୃତ୍ତ ଗାଡିରେ ଆସି ତାଙ୍କ ଉପରକୁ ଅତର୍କିତଭାବେ ୮ ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । 

ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ କରାଯାଇଥିବା ସନ୍ଦେହ କରାଯାଉଛି । କୋଦଳା ଓ ବେଗୁନିଆପଡା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.