Latest Odisha News

BREAKING NEWS

ବାଲେଶ୍ୱର କନ୍ୟାଶ୍ରମରେ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ପୁରୁବାଇ କନ୍ୟାଶ୍ରମରେ ବୁଧବାର ଦିନ ଜଣେ ନାବାଳିକା ଅନ୍ତେବାସୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଅନ୍ତେବାସୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ମୃତ ଅନ୍ତେବାସୀ ଜଣକ ସ୍ଥାନୀୟ କୁମାରପୁର ଗ୍ରାର ଲାଲ ହାଁସଦାଙ୍କ ଝିଅ ହେମଜାନି ହାଁସଦା…

ନିର୍ବାଚନ ପାଖେଇ ଆସିଲେ ସିବିଆଇ ଚଳଚଞ୍ଚଳ ହୋଇ ଉଠେ: ନିରଞ୍ଜନ

ଭୁବନେଶ୍ୱର: ସିସୋର୍ ଚିଟଫଣ୍ଡ ସ୍କାମ ମାମଲାରେ ୨ ଜଣ ବରିଷ୍ଠ ବିଜେଡ଼ି ନେତାଙ୍କୁ ସିବିଆଇ ନୋଟିସ ଜାରି କରିବା ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସ କହିଛି ଯେ, ଯେତେବେଳେ ନିର୍ବାଚନ ପାଖେଇ ଆସେ ସେତେବେଳେ ସାଧାରଣତଃ ସିବିଆଇ ଚଳଚଞ୍ଚଳ ହେବାର ଦେଖାଯାଇଥାଏ । “ଚିଟଫଣ୍ଡ କମ୍ପାନୀମାନଙ୍କର…

ମୟୁରଭଞ୍ଜରେ ଆଦିବାସୀ ସମ୍ପ୍ରଦାୟର ରୋଳରୋକ

ମୟୁରଭଞ୍ଜ : ‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ଲାଗି ବୁଧବାର ଦିନ ହୋ ସମାଜର ସଦସ୍ୟମାନେ ବିଭିନ୍ନ ରେଳ ଷ୍ଟେସନରେ ରୋଳରୋକ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ଫଳରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବାଙ୍ଗିରିପୋଷୀ ଓ ରାଇରଙ୍ଗପୁର ରେଳ ଷ୍ଟେସନରେ ଟ୍ରେନ…

କୁଡୁମୀ ବିକାଶ ପରିଷଦ ଗଠନ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟ ସରକାର କୁଡୁମୀ ସମ୍ପ୍ରଦାୟର ବିକାଶ ଲାଗି ସହାୟତା ତଥା ସହଯୋଗ ପ୍ରଦାନ କରିବା ପାଇଁ କୁଡୁମୀ ବିକାଶ ପରିଷଦ ଗଠନ ନେଇ ନିଷ୍ପତ୍ତି ନେଇଛନ୍ତି । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ପରିଷଦ କୁଡୁମୀ…

ଆଜି ବାରିପଦାରେ ୧୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବାରିପଦା: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଏକ ଦିନିକିଆ ମୟୂରଭଞ୍ଜ ଗସ୍ତରେ ଯାଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଟି ଜନହିତକାରୀ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହିତ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ…

ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା: ୨ ବରିଷ୍ଠ ବିଜେପି ନେତାଙ୍କୁ ପୋଲିସର ନୋଟିସ୍ ଜାରି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ପୋଲିସ ସେପ୍ଟେମ୍ବର ୨୦୧୭ ମସିିହାରେ ବହୁ ଚର୍ଚ୍ଚିତ ପୂର୍ବତନ ଏନଏସି କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣା ମାମଲାରେ ୨ ଜଣ ବରିଷ୍ଠ ବିଜେପି ନେତାଙ୍କୁ ନୋଟିସ୍ ଜାରି କରିଛି । ଗଣମାଧ୍ୟମକୁ ସୂଚନାଦେଇ ଛତ୍ରପୁରୁ ଏସଡ଼ିପିଓ ରମେଶ ଚନ୍ଦ୍ର…

ଖୋର୍ଦ୍ଧା: କଲେଜଛାତ୍ରୀଙ୍କୁ ରାସ୍ତାରୁ ଉଠାଇନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ମାଳିସାହି ରାସ୍ତାକଡ଼ରେ ଜଣେ କଲେଜ ଫେରନ୍ତା ଛାତ୍ରୀକୁ ଅଜଣା ଦୁର୍ବୃତ୍ତ ଉଠାଇନେଇଥିବା ମଙ୍ଗଳବାର ଦିନ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁସାରେ, କଲେଜରୁ ଛାତ୍ରୀ ଜଣକ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ପ୍ରକାଶ । ସ୍ଥାନୀୟ…

ଚିଟଫଣ୍ଡ ସ୍କାମ୍: ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ : ବିଜେଡିର ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ଓଡିଶା ହାଇକୋର୍ଟ ମଙ୍ଗଳବାର ଦିନ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ପୂର୍ବରୁ ୨୦୧୭ ମସିହାରେ ଅଦାଲତ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ସିସୋର୍ ଚିଟଫଣ୍ଡ ମାମଲାରେ…

ସିସୋର୍ ଚିଟଫଣ୍ଡ୍ ସ୍କାମ୍: ୨ ଜଣ ବିଜେଡ଼ି ନେତାଙ୍କୁ ସିବିଆଇ ନୋଟିସ୍

ଭୁବନେଶ୍ୱର: ଆଗକୁ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ କିଛି ମାସ ଥିବା ବେଳେ, ବିଜେଡ଼ିର ୨ ଜଣ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ସିବିଆଇ ସିସୋର୍ ଚିଟଫଣ୍ଡ୍ ସ୍କାମ ମାମଲାରେ ପଚରାଉଚରା ଲାଗି ନୋଟିସ ଜାରି କରିଛି । ଏଏନଆଇ ଗଣମାଧ୍ୟମ ସଂସ୍ଥାର ସୂଚନାନୁଯାୟୀ, ଜାନୁଆରୀ ୨୮ ଓ ୩୦…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡାଙ୍କ ୮୭ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡାଙ୍କର ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ସ୍ୱର୍ଗତଃ ବୈଦେହୀ ପଣ୍ଡା ଦୀର୍ଘ ଦିନ ଧରି ସ୍ୱାମୀ ପ୍ରଜ୍ଞାନାନନ୍ଦ ଆଶ୍ରମରେ ରହିଆସୁଥିଲେ…