କବିତା : ତୁମେ ଅଛ ବୋଲି
ନିରୁପମା ପତି
ତୁମେ ଅଛ ବୋଲି
ମୁଁ ଧାଇଁଗଲି ସିଂହଦ୍ବାର
ଭାବର ପଣତ ବଢାଇଲି
ଅତୀତର କେବେ ଦିନେ
ନେଇଯାଇଥିଲ
ଦାସିଆ ଵାଉରୀର ଶ୍ରୀଫଳ,
ଭାବିଥିଲି, ତୁମେ ଅଛ ବୋଲି
ହରଣ କରିନେବ,
ମୋ ଦୁଃଖ ଓ ଯାତନାର
ମହଣ ମହଣ ଆର୍ତ୍ତ ଚିତ୍କାର ।
ତୁମେ କୃପା ସିନ୍ଧୁ ବୋଲି ଭାବୁଥିଲି…