Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କଲେ ମାଗୁଣି ଚରଣ କୁଅଁର

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ବୁଧବାର ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆ ଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ହାତରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି କେନ୍ଦୁଝରର ମାଗୁଣି ଚରଣ କୁଅଁର । https://twitter.com/i/status/1638542852069404673…

ଗୋପାଳକୁ ପାଗଳ କହିବା ନେଇ ଘନେଇଲା ରାଜନୀତି, ନବୀନଙ୍କ ବିବୃତି ପରେ ନରସିଂହଙ୍କ କାଉଣ୍ଟର୍ ଆଟାକ୍

ଭୁବନେଶ୍ବର : ନରସିଂହଙ୍କ ନବୀନଙ୍କୁ ଟାର୍ଗେଟ ! ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ନେଇ ବିଧାନସଭାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଭିଯୁକ୍ତ ଗୋପାଳ ଦାସକୁ ବିରୋଧୀ ପାଗଳ ଦର୍ଶାଇ ରାଜନୀତି କରିବାକୁ…

ଆଲେକ୍ସଙ୍କୁ ଚକିତ କଲା କୁଲଦୀପଙ୍କ ବଲ ଅଫ ସେଂଚୁରୀ

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ କୁଲଦୀପ ଯାଦବଙ୍କ ବୋଲିଂ ବେଶ ପ୍ରଶଂସା ସାଉଁଟୁଛି । ନିର୍ଣ୍ଣୟାକ ମୁକାବିଲାରେ କୁଲଦୀପଙ୍କ ବୋଲିଂ ବଳରେ ଭାରତ ବିପକ୍ଷ ଦଳକୁ ୨୬୯ ରନରେ ରଖିବାକୁ ସମର୍ଥ ହୋଇଥିଲା । ସେ ୫୬ ରନରେ ୩ଟି ୱିକେଟ ହାସଲ କରିଥିଲେ । ଏହି ମ୍ୟାଚର ୩୯ତମ…

‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ କର ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ…

‘ନବୀନଙ୍କ ପ୍ରତିକ୍ରିୟା’ ଜୟନାରାୟଣ ଇଫେକ୍ଟ ନୁହେଁ ତ ?

ଭୁବନେଶ୍ୱର: ଗଣମାଧ୍ୟମରେ ନବୀନଙ୍କ ପ୍ରତିକ୍ରିୟାକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀଙ୍କ ବାରମ୍ବାର ଟାର୍ଗେଟ ପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖାଲି ମୁହଁ ଖୋଲିନାହାଁନ୍ତି। ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମ…

ଚାରି ଦିନିଆ ସ୍ପୋର୍ଟ୍ସ ଫେଷ୍ଟ ଉଦ୍‌ଯାପିତ, କ୍ରିକେଟ ଓ ଟେନିସ୍‌ରେ ସୋଆ ବିଜୟୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଚାଲିଥିବା ୪ ଦିନିଆ ସ୍ପୋର୍ଟ୍ସ ଫେଷ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଥିବା ବେଳେ କ୍ରିକେଟ ଏବଂ ଟେନିସ୍‌ରେ ସୋଆ ବିଶ୍ୱବିଦ୍ୟାଳୟ ବିଜୟୀ ହୋଇଛି । ସେହିପରି ଭଲିବଲ୍ ଏବଂ ବାସ୍କେଟବଲ୍‌ରେ ରନର ଅପ୍ ଟାଇଟଲ୍ ହାସଲ କରିଛି ସୋଆ । କ୍ରିକେଟ…

ଶରତଙ୍କ ପିସିସି ନେତୃତ୍ୱକୁ ୧୦ ମାସ, ଯୋଡି ହେଉନି ହାତ !

ଭୁବନେଶ୍ୱର: କଂଗ୍ରେସରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଶରତ ପଟ୍ଟନାୟକଙ୍କ ନୂଆ କମିଟି ଘୋଷଣା ହେବା ବଦଳରେ ତାରିଖ ଗଡି ଗଡି ଚାଲିଛି। ଦାୟିତ୍ୱ ନେବାର ଦଶ ମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏ ଯାଏ ଶରତଙ୍କ ନୂଆ କମିଟି ଘୋଷଣା ହୋଇପାରୁନି। ନୂଆ ପିସିସି କମିଟି ତାଲିକା ଦିଆଯିବା କାମ…

ବିରଳ ପ୍ରଜାତିର ସ୍ପାଇଡର ଠାବ: ରୁହନ୍ତି ମାଟି ଭିତରେ

ବ୍ରିସ୍‌ବେନ୍‌: ଦୁନିଆରେ ଅନେକ ବିରଳ ପ୍ରଜାତିର ଜୀବଜନ୍ତୁ ଦେଖିବାକୁ ମିଳୁଛି । କିନ୍ତୁ ଅଷ୍ଟ୍ରେଲିଆରେ ବୈଜ୍ଞାନିକମାନେ ବିରଳ ପ୍ରଜାତିର ସ୍ପାଇଡ଼ର ଠାବ କରିଛନ୍ତି, ଯିଏ ମାଟି ତଳେ ଘର କରି ରହିଥାଏ । ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ସଂଗ୍ରହାଳୟର ବୈଜ୍ଞାନିକମାନେ ଏହି ବିରଳ ପ୍ରଜାତିର…

ମହିଳା ବକ୍ସିଂ ଚାମ୍ପିୟନଶିପ: ପଦକ ନିଶ୍ଚିତ କଲେ ନିଖତ, ସ୍ୱିଟୀ, ନୀତୁ

ନୂଆଦିଲ୍ଲୀ: ଷ୍ଟାର ବକ୍ସର ନିଖତ ଜରୀନଙ୍କ ସମେତ ୩ଜଣ ବକ୍ସର ପ୍ରଭାବୀ ପ୍ରଦର୍ଶନ କରି ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି । ନିଖତଙ୍କ ସମେତ ନୀତୁ ଘଣସନ ଓ ସ୍ୱିଟୀ ବୁରା ସେମିଫାଇନାଲରେ ପ୍ରବେଶ କରଛନ୍ତି । ଟାଇଟଲ ଫେଭରାଇଟ ନୀତୁ ୫୦ କିଗ୍ରା…

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ମମତା, କହିଲେ ‘ବଙ୍ଗାଳି ଭବନ ହେବ ନୂଆ ପୁରୀ’

ପୁରୀ: ଓଡ଼ିଶା ମୋର ପ୍ରଥମ ଘର । ଓଡ଼ିଶା ଓ ପଶ୍ଚିମବଙ୍ଗ ଦୁଇ ଭଉଣୀ ବୋଲି କହିଛନ୍ତି ପୁରୀ ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗିରଳ ନିକଟ ସିପସରୁବାଲି ମୌଜା ମଙ୍ଗଳା ମୁହାଣ ନିକଟରେ ବଙ୍ଗାଳି ଅତିଥି ଭବନ ପାଇଁ ଚିହ୍ନଟ ଜମି ବୁଲି ଦେଖିବା ସହ ଖୁସିବ୍ୟକ୍ତ…