Latest Odisha News

BREAKING NEWS

ଅଧୁରା ରହିଲା ଇସ୍ରୋ ମିଶନ୍: ଶେଷ ମୁହୂର୍ତ୍ତରେ ଫେଲ୍ ମାରିଲା ‘EOS-03’ ସାଟେଲାଇଟ୍ ଲଞ୍ଚ

ଶ୍ରୀହରିକୋଟା(ଆନ୍ଧ୍ରପ୍ରଦେଶ): ଇତିହାସ ରଚିବା ଆଗରୁ ଫେଲ୍ ମାରିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର(ଇସ୍ରୋ) ମିଶନ । ଅଧୁରା ରହିଗଲା । ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ‘EOS-03’ ଉତକ୍ଷେପଣ ଶେଷ ମୁହୂର୍ତ୍ତରେ ଫେଲ ମାରିଛି । ଆଜି ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ୱନ ସ୍ପେଶ ସେଣ୍ଟରରୁ ସକାଳ ୫ଟା ୪୩ ମିନିଟରେ ସାଟେଲାଇଟ ଉତକ୍ଷେପଣ କରାଯାଇଥିଲା । EOS-3 ଉପଗ୍ରହକୁ GSLV-F10 ରକେଟ ସାଙ୍ଗରେ ନେଇ ମହାକାଶ ଅଭିମୁଖେ ଯାଇଥିଲା ।

ଉତକ୍ଷେପଣ ପରେ ସାଟେଲାଇଟ୍‌ ଦୁଇଟି ପର୍ଯ୍ୟାୟ ସଫଳତା ହାସଲ କରିଥିଲା । କିନ୍ତୁ ତୃତୀୟ ପର୍ଯ୍ୟାୟରେ EOS-3 ଉପଗ୍ରହ ରକେଟରୁ ଅଲଗା ହେବା ପୂର୍ବରୁ କ୍ରାୟୋଜେନିକ୍ ଇଞ୍ଜିନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଫଳରେ ସିଗନାଲ୍ ମିଳିବା ବନ୍ଦ ହୋଇଯାଇଥିଲା । ଶେଷ ମୁହୂର୍ତ୍ତରେ ଫେଲ୍ ମାରିଥିଲା ଇସ୍ରୋର ଏହି ମହତ୍ତ୍ୱାକାଂକ୍ଷୀ ମିଶନ ।

ଏହାପରେ ଇସ୍ରୋ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, GSLV-F10ର ଉତକ୍ଷେପଣ ଭୋର ୫.୪୩ରେ ହୋଇଥିଲା । ଏଥିପାଇଁ ଭୋର ୩.୪୩ରୁ ଆରମ୍ଭ କରାଯାଇଥିଲା କାଉଣ୍ଟଡାଉନ । ଉତକ୍ଷେପର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସ୍ୱାଭାବିକ ଥିଲା । ତେବେ କ୍ରୟୋଜେନିକ ଇଞ୍ଜିନର ଉପରି ଭାଗରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମିଶନ ସଫଳ ହୋଇନାହିଁ ।

Leave A Reply

Your email address will not be published.