Latest Odisha News

BREAKING NEWS

ହନୁମାନ ପଇସା ଠକେଇ ଅଭିଯୋଗରେ ୭ ଗିରଫ

ବ୍ରହ୍ମପୁର: ହନୁମାନ ମୁଦ୍ରା କାରବାର କରି ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ବଡବଜାର ପୋଲିସ ୭ ଜଣଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ନଗଦ ଦେଢ ଲକ୍ଷ ଟଙ୍କା, ଦୁଇଟି ମୋଟର ସାଇକେଲ, ମାଗ୍ନେଟ୍‌, ସ୍ପିରିଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବଜବଜାର ଅନ୍ତର୍ଗତ ଶାନ୍ତିନଗରର ସୂର୍ଯ୍ୟ ପାତ୍ରଙ୍କ ଘରେ ଏହି ହନୁମାନ ପଇସା କାରବାର ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢଉ କରିଥିଲା । କିନ୍ତୁ ଚଢଉ ବେଳେ ସୂର୍ଯ୍ୟ ପାତ୍ର ଫେରାର ହେଇଯାଇଥିବା ବେଳେ ଅନ୍ୟ ସାତ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏଠାରେ ପ୍ରାୟ ଦୁଇ କୋଟିରୁ ଅଧିକ ଟଙ୍କା କାରବାର ଚାଲିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.