Latest Odisha News

ପୁଅ ସହ ସୁଇମିଂ ପୁଲରେ ମଜା ଉଠାଇଲେ ହାର୍ଦ୍ଦିକ-ନତାଶା

ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ପତ୍ନୀ ନତାଶା ଷ୍ଟାନାକୋଭିଚ ବୁଧବାର ପୁଅ ଅଗସ୍ତ୍ୟ ସହ ପ୍ରଥମ ଥର ପାଇଁ ସୁଇମିଂ ପୁଲରେ ମଜା ଉଠାଇଛନ୍ତି । ଏହାର ଫଟୋ ହାର୍ଦ୍ଦିକ ଶେୟାର କରିବା ସହ କ୍ୟାପଶନରେ ଲେଖିଛନ୍ତି ଦି କୁଲ ଫର ଦି ପୁଲ୍ । ଏହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ନତାଶା ଗ୍ଲାମରସ ଦେଖାଯାଉଥିବା ବେଳେ ହାର୍ଦ୍ଦିକ ହସୁଥିଲେ । ଅଗସ୍ତ୍ୟକୁ ଉଭୟ ପୁଲରେ ଗାଧୋଉଥିବା ଦେଖିବାକୁ ମିଳିଛି ।

ସାନିଆ ମିର୍ଜା, ୟୁଜଭେନ୍ଦ୍ର ଚାହଲ ଏବଂ ଅନେକ ଲୋକପ୍ରିୟ ଖେଳାଳି ଏହି ଫଟୋକୁ ପସନ୍ଦ କରିବା ସହ କମେଂଟ ମଧ୍ୟ ଦେଇଛନ୍ତି । ଗତବର୍ଷ ୧ ଜାନୁୟାରୀରେ ଉଭୟ ନିର୍ବନ୍ଧ କରିଥିଲେ । ବିବାହ ପରେ ମେ ମାସରେ ପ୍ରେଗେନ୍ସି ନେଇ ପ୍ରଶଂସକଙ୍କୁ ସୋସିଆଲ ସାଇଟରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.