Latest Odisha News

BREAKING NEWS

ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଆଇନ୍‌ ଶୃଙ୍ଖଳା ତଦାରଖ କଲେ ପୂର୍ବାଞ୍ଚଳ ଆଇଜି, ସ୍ଥାପନ ହେବ ପୋଲିସ ସହାୟତା କେନ୍ଦ୍ର  

ନୀଳଗିରି: ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଆଇନ୍‌ ଶୃଙ୍ଖଳା ତଦାରଖ କଲେ ପୂର୍ବାଞ୍ଚଳ ଆଇଜି । ପୂର୍ବାଞ୍ଚଳ ରେଞ୍ଜ ଆଇଜି ଦିପ୍ତେଶ ପଟ୍ଟନାୟକ ଓ ବାଲେଶ୍ଵର ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମିଳିତ ଭାବେ ନୀଳଗିରି ପଞ୍ଚଲିଙ୍ଗେଶ୍ବରରେ ପହଞ୍ଚି ଆଇନ ଶୃଙ୍ଖଳାର ତଦାରଖ କରିଛନ୍ତି । 

ଆଇନ୍‌ ଶୃଙ୍ଖଳା ପରିସ୍ଥିତିର ଅନୁଧ୍ୟାନ କରିବା ସହ ସେଠାରେ ପୋଲିସ ସହାୟତା କେନ୍ଦ୍ର ସ୍ଥାପନ ହେବ ବୋଲି ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଏପରିକି କେଉଁଠାରେ ହେବ ଏନେଇ ସ୍ଥାନ ଚୂଡାନ୍ତ କରିଛନ୍ତି । ଆଇଜି ଓ ଏସପିଙ୍କର ଏଭଳି ପଦକ୍ଷେପକୁ ନୀଳଗିରି ବାସୀ ସ୍ୱାଗତ କରିଛନ୍ତି ।

ଏହି ଶୈବପୀଠରେ ଚୋରି, ଡକାୟତି ଏବଂ ଧର୍ଷଣ ଭଳି ଘଟଣା କାର୍ଯ୍ୟ ହେଉଥିବା ଅଭିଯୋଗ ରହିଛି । ପର୍ଯ୍ୟଟକମାନେ ନିଜକୁ ସେଠାରେ ସୁରକ୍ଷିତ ମଣୁନଥିବା ବେଳେ ଦିନକୁଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି । ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଫାଣ୍ଡି କିମ୍ବା ଆଉଟ୍‌ ପୋଷ୍ଟ ପ୍ରତିଷ୍ଠା କରିବାକୁ ବାରମ୍ବାର ଦାବି ଉଠିଥିଲା । ଏପରି କି ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ମଧ୍ୟ ଫାଣ୍ଡି ପ୍ରତିଷ୍ଠା ନେଇ ବାରମ୍ବାର ବିଧାନସଭାରେ ଦାବି କରି ଆସୁଥିଲେ । 

Leave A Reply

Your email address will not be published.