Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ବର୍ଷା: ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଅମରନାଥ ଓ ବୈଷ୍ଣୋଦେବୀ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଆଜିଠାରୁ ଅସ୍ଥାୟୀ ଭାବେ ସ୍ଥଗିତ ରହିଲା ଉଭୟ ଅମରନାଥ ଯାତ୍ରା ଏବଂ ମାତା ବୈଷ୍ଣୋଦେବୀଙ୍କ ଯାତ୍ରା । ପାଣିପାଗ ବିଭାଗ ପକ୍ଷରୁ ଜୁନ୍‌ ୧୯ରୁ ୨୩ ମଧ୍ୟରେ ମଧ୍ୟମରୁ ବଡ଼ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଯେଉଁ କାରଣରୁ ତୀର୍ଥଯାତ୍ରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ ଲାଗି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି ।

ପାଗ ସ୍ବାଭାବିକ ଏବଂ ରାସ୍ତା ସୁରକ୍ଷିତ ବୋଲି ବିବେଚିତ ହେବା ପରେ ହିଁ ତୀର୍ଥଯାତ୍ରା ପୁଣି ଆରମ୍ଭ ହେବ । ତୀର୍ଥଯାତ୍ରୀଙ୍କ ସୁରକ୍ଷା ହେଉଛି ସର୍ବୋଚ୍ଚ ପ୍ରାଥମିକତା ବୋଲି ଅଧିକାରୀମାନେ କହିଛନ୍ତି । ଖରାପ ପାଗ ସତର୍କତାକୁ ଦୃଷ୍ଟିରେ ରଖି, ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମାତା ବୈଷ୍ଣୋଦେବୀ ଯାତ୍ରା କିଛି ସମୟ ପାଇଁ ସ୍ଥଗିତ ରଖାଯିବ ବୋଲି ସ୍ପଷ୍ଟ କରିଛନ୍ତି ଜଣେ ଅଧିକାରୀ ।

ଏଥିସହ ତୀର୍ଥଯାତ୍ରା ପୁନଃ ଆରମ୍ଭ ହେବା ସମ୍ପର୍କରେ ସୂଚନା ପାଇଁ ତୀର୍ଥଯାତ୍ରୀମାନଙ୍କୁ ସରକାରୀ ଗଣମାଧ୍ୟମ ସହିତ ଅପଡେଟ୍ ରହିବାକୁ ପ୍ରଶାସନ ଅନୁରୋଧ କରିଛି ।

ସେହିପରି, ଜମ୍ମୁରେ ଅମରନାଥ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା କୌଣସି କନଭୟକୁ ଭଗବତୀ ନଗର ଯାତ୍ରୀ ନିବାସରୁ ଉଭୟ ବେସ୍ କ୍ୟାମ୍ପ ଅଭିମୁଖେ ଯିବାକୁ ଅନୁମତି ମିଳିବ ନାହିଁ। ରୁଟର ସୁରକ୍ଷା ନିଶ୍ଚିତ କରିବା ଏବଂ ପାଣିପାଗ ସ୍ଥିତିର ବ୍ୟାପକ ସମୀକ୍ଷା ପରେ ଯାତ୍ରା ପୁନଃ ଆରମ୍ଭ ନେଇ ଯଥା ସମୟରେ ସୂଚନା ଜାରି କରାଯିବ ।

Leave A Reply

Your email address will not be published.