Latest Odisha News

ତିିତଲି ବାତ୍ୟା: ଚାନ୍ଦିପୁର ବେଳାଭୂମିରେ କଡାକଡି ସୁରକ୍ଷା ବ୍ୟବସ୍ଥା

ବାଲେଶ୍ୱର : ତିତଲି ବାତ୍ୟା ଭୟଙ୍କର ରୂପ ନେଇ ଓଡିଶା ଉପକୂଳ ଦେଇ ଅତିକ୍ରମ କରୁଥିବା ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ବେଳାଭୂମି ଓ ଏହାର ନିକଟବର୍ତ୍ତି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ପୂର୍ବରୁ ସମ୍ଭାବ୍ୟ କ୍ଷୟକ୍ଷତିର ମୁକାବଲା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଗୁରୁବାର ସକାଳେ ଭୟଙ୍କର ରୂପ ଧାରଣ କରି ଓଡିଶା ମୁହାଁ ‘ବାତ୍ୟା ତିତଲି’ ଗୋପାଳପୁର ଉପକୂଳଠାରୁ ଦକ୍ଷିଣ-ପଶ୍ଚିମ ସ୍ଥଳ ଭାଗ ପଲାସା ନିକଟରେ ଛୁଇଁଥିଲା । ତେବେ ଏହା ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଗାଙ୍ଗେୟ ଅଞ୍ଚଳ ଆଡକୁ ଅତିକ୍ରମ କରୁଛି ।

ଏହାର ପ୍ରଭାବରେ ପ୍ରାୟ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ପ୍ରବଳ ବୃଷ୍ଟିପାତ ଅନୁଭୂତ ହୋଇଛି । ଏହି ସବୁ ଜିଲ୍ଲାମାନଙ୍କରେ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.