Latest Odisha News

BREAKING NEWS

ଅଭାବ ଅନଟନ ଲାଗି ରହୁଛି କି? କରନ୍ତୁ ଏହି ସବୁ କାର୍ଯ୍ୟ ଦୁରେଇ ଯିବ ଆର୍ଥିକ ସମସ୍ୟା !

ଭୁବନେଶ୍ୱର: ଅର୍ଥ ଏପରି ଏକ ଜିନିଷ ଯାହାର ଅନୁପସ୍ଥିତିକୁ ସଯ୍ୟ କରିବା ଅତ୍ୟନ୍ତ କଷ୍ଟ । ଅର୍ଥ ଅଭାବ ହେଲେ ମଣିଷର ସ୍ଵଭାବ ନଷ୍ଟ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ । ତେବେ ଏହି ଆର୍ଥିକ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଜ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ ଆଣନ୍ତୁ ଦେଖିବେ ଖୁବ କମ ଦିନ ମଧ୍ୟରେ ଆପଣ ଏହାର ସୁଫଳ ପାଇବେ ।

ଗରମ ଏବଂ ଥଣ୍ଡା ଜାତୀୟ ବସ୍ତୁ ଏକାଠି ରଖନ୍ତୁ ନାହିଁ ।

ପର୍ସରେ ଗୋଟେ ଛୋଟ ଦର୍ପଣ କିମ୍ବା ଅଇନା ଲଗାଇ ଦିଅନ୍ତୁ , ଯେମିତି କି ପର୍ସ ଭିତରେ ରହୁଥିବା ଟଙ୍କାର ପ୍ରତିଛବି ଅଇନା ଉପରେ ପଡୁଥିବ ।

ଅନବରତ ଜଳର ବ୍ୟବହାର କରନ୍ତୁ ନାହିଁ । ଟ୍ୟାପକୁ ଅନବରତ ଖୋଲି ରଖିବା ଦ୍ୱାରା ଅଜଥାରେ ନିଷ୍କାଷିତ ହେଉଥିବା ଜଳ, ଆପଣଙ୍କୁ ଧନ ହାନିର ସୂଚନା ଦିଏ । କିମ୍ବା ଟ୍ୟାପଟି ଖରାପ ହୋଇ ଅନବରତ ପାଣି ବାହାରୁଛି କି, ତେବେ ଏହାକୁ ତୁରନ୍ତ ଠିକ କରନ୍ତୁ ।

ଫ୍ରିଜ ଉପରେ ମାଇକ୍ରୋୱେଭ ଏବଂ ଓଭାନ ଭଳି କୌଣସିି ଓଜନିଆ ବସ୍ତୁ ରଖନ୍ତୁ ନାହିଁ । ଘରକୁ ସକାଳେ ଏବଂ ସନ୍ଧ୍ୟାରେ ଝାଡୁ ମାରି ସଫା ରଖନ୍ତୁ । ବାସ୍ତୁ ଅନୁଯାଇ ଏହା ଦ୍ୱାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

Leave A Reply

Your email address will not be published.