Latest Odisha News

ଖରାଦିନେ ପଡୁଥିବା ସନଟ୍ୟାନ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ଵର: ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଇଚ୍ଛା କରନ୍ତି । ଦୈନନ୍ଦିନ ଜୀବନରେ ମହିଳାମାନେ ତ୍ୱଚା ପାଇଁ ଅଧିକସମୟ ଦେଇପାରନ୍ତି ନାହିଁ । ତ୍ୱଚା ଶୁଷ୍କ କିମ୍ବା ମଳିନ ପଡ଼ିଗଲେ ଲୋକେ ଅନେକ ବଜାରରେ ମିଳୁଥିବା କସମେଟିକ ବ୍ୟବହାର କରନ୍ତି । ଯାହାର ସାଇଡ଼ ଇଫେକ୍ଟ ରହିଛି । ସେହିପରି ଖରାଦିନେ ସନବର୍ଣ୍ଣ, ସନଟ୍ୟାନ୍ ଭଳି ମୁହଁରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଥିବାରୁ ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ। ହେଲେ ସାମାନ୍ୟ ଧ୍ୟାନ ଦେଲେ ଆପଣଙ୍କ ତ୍ୱଚା ଖରାଦିନେ ବି ଫ୍ରେସ୍ ରହିବ।

ଖରାକୁ ବାହାରିବା ପୂର୍ବରୁ ମୁହଁରେ ସନ୍‌ସ୍କ୍ରିନ ଲୋସନ୍ ନିଶ୍ଚିତ ଭାବେ ଲଗାନ୍ତୁ। ବାହାରୁ ଆସିବା ପରେ ସାଙ୍ଗେ ସାଙ୍ଗେ ମୁହଁକୁ ଥଣ୍ଡାପାଣିରେ ଧୁଅନ୍ତୁ। ସମ୍ଭବ ହେଲେ ଗୋଲାପ ଜଳରେ ପୋଛି ଟୋନର୍ ଲଗାଇ ନିଅନ୍ତୁ। ତ୍ୱଚା ଉପଯୁକ୍ତ ପୋଷଣ ପାଇବ। ସପ୍ତାହରେ ଥରେ ନିଶ୍ଚିତ ଭାବେ ତ୍ୱଚାରେ କାକୁଡ଼ି ଓ ଟମାଟୋକୁ ଗୋଲ ଗୋଲ୍ କରି କାଟି ରଖନ୍ତୁ। ଏହାଦ୍ୱାରା କଳାଦାଗ ଭଳି ସମସ୍ୟା ଦୂର ହୋଇପାରିବ।

ପଇଡ଼ ପାଣି ତ୍ୱଚା ପାଇଁ ଖୁବ୍ ଉପକାରୀ। ତେବେ ଖରାଦିନେ ଏହାକୁ ଲଗାଇଲେ ବିଶେଷ ସୁଫଳ ମିଳେ। ସନବର୍ଣ୍ଣ, ସନଟ୍ୟାନ୍ ଭଳି ସମସ୍ୟାରୁ ମୁକ୍ତି ମିଳେ। ଏହାକୁ ଆପଣ ଫ୍ରିଜ୍‌ରେ ବି ରଖି ବ୍ୟବହାର କରିପାରିବେ। ରାତିରେ ତ୍ୱଚାରେ ହଳଦୀ, ଚନ୍ଦନ ଲଗାଇ ଶୁଅନ୍ତୁ। ତ୍ୱଚା ପରିଷ୍କାର ରହିବା ସହ ସୁସ୍ଥ ରହିବ। ସପ୍ତାହରେ ଥରେ ପାଚିଲା କଦଳୀ ସାହଯ୍ୟରେ ଫେସିଆଲ୍ କରନ୍ତୁ। ପାଚିଲା କଦଳୀ ତ୍ୱଚାରୁ ମୃତକୋଷ ବାହାର କରିବା ସହ ତ୍ୱଚାକୁ ଥଣ୍ଡା ରଖିବ। ଖରାରୁ ଆସିବା ପରେ ବେସନ ଏବଂ ଦହିର ପ୍ୟାକ୍ ମୁହଁରେ ଲଗାନ୍ତୁ। ତ୍ୱଚାର ସନ୍ତୁଳନ ବଜାୟ ରହିବ।

 

Leave A Reply

Your email address will not be published.