Latest Odisha News

BREAKING NEWS

ପ୍ରଥମ ଥର ଓଡିଶା ଗସ୍ତରେ ଆସୁଛନ୍ତି ଯୋଗୀ, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ଵର: ୨୦୨୪ ନିର୍ବାଚନ ଲାଗି ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା । ଏହାରିଭିତରେ ଅନେକ କେନ୍ଦ୍ରୀୟ ନେତା ଏକାଧିକ ଥର ଓଡ଼ିଶା ଗସ୍ତରେ ଆସିସାରିଲେଣି। ନିର୍ବାଚନର ଶେଷ ସୁଦ୍ଧା ଆହୁରି କେନ୍ଦ୍ରୀୟ ନେତା ଓଡିଶା ଗସ୍ତ କରିବେ ବୋଲି ମଧ୍ୟ ଜଣାପଡ଼ିଛି। ଏହାରିଭିତରେ ଆସନ୍ତାକାଲି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥର ପାଇଁ ନିର୍ବାଚନୀ ପ୍ରଚାରରେ ଓଡିଶା ଗସ୍ତରେ ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଖୋର୍ଦ୍ଧାର ବାଣପୁର ଏବଂ କଟକର ମାହାଙ୍ଗାରେ କରିବେ ନିର୍ବାଚନୀ ପ୍ରଚାର ।

ଆସନ୍ତାକାଲି ଯୋଗୀ ଆଦିତ୍ୟନାଥ ପୂର୍ବାହ୍ନ ୧୦ଟା ୧୫ରେ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ଜନସଭାକୁ ସମ୍ବୋଧନ କରିବା ପରେ ମାହାଙ୍ଗା ଗସ୍ତରେ ଯିବେ ଯୋଗୀ । ପରେ ପୂର୍ବାହ୍ନ ୧୧ଟା ୩୦ରେ ମାହାଙ୍ଗା ନିର୍ବାଚନ ମଣ୍ଡଳିର କୁଳିଆ ମାର୍କେଟ ପଡ଼ିଆରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।

Leave A Reply

Your email address will not be published.