Latest Odisha News

ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା : କୋହଲି, ଈଶାନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଲେ

ମୁମ୍ବାଇ: ଅଷ୍ଟ୍ରେଲିଆ ଗସ୍ତରେ ଭାରତର ଐତିହାସିକ ଟେଷ୍ଟ କ୍ରିକେଟ ସିରିଜ ବିଜୟ ପରେ ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଛି । ପ୍ରଥମ ୨ଟି ଟେଷ୍ଟ ପାଇଁ ଇତି ମଧ୍ୟରେ ୧୮ ଜଣିଆ ଦଳ ଘୋଷଣା କରାଯାଇଛି । ଅଧିନାୟକ ବିରାଟ କୋହଲି, ଈଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି । ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ ଦଳକୁ ଫେରିଛନ୍ତି । ଟି.ନଟରାଜନଙ୍କୁ ଦଳରେ ସ୍ଥାନ ମିଳିନି । ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଏହି ଦଳ ଚୟନ କରିଛି । ଅନଲାଇନ ବୈଠକରେ କୋହଲି ଏବଂ ଅନ୍ୟ ୪ ଚୟନକର୍ତା ସାମିଲ ହୋଇଥିଲେ । ସିରିଜର ପ୍ରଥମ ମ୍ୟାଚ ଫେବୃୟାରୀ ୫ରୁ ଚେନ୍ନାଇରେ ଆରମ୍ଭ ହେବ ।

ଚୂଡାନ୍ତ ଦଳ:ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଶୁଭମନ ଗିଲ, ମୟଙ୍କ ଅଗ୍ରୱାଲ, ଋଷଭ ପନ୍ତ, ଋଦ୍ଧିମାନ ଶାହ, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ରବିଚନ୍ଦ୍ରନ ଅଶ୍ୱୀନ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର ।

Leave A Reply

Your email address will not be published.