Latest Odisha News

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧,୧୦୯ କରୋନା ପଜିଟିଭ୍; ଗତ ୭ ମାସରେ ସର୍ବାଧିକ

ନୂଆଦିଲ୍ଲୀ: ଗତ ୩ ଦିନ ହେଲା ଦେଶରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଉପରେ ରହୁଛି। ଦିନକୁ ଦିନ ବଢ଼ୁଥିବା ଦୈନିକ ସଂକ୍ରମଣ ଚିନ୍ତାରେ ପକାଇଲାଣି। ଆଜି ମଧ୍ୟ ଦେଶରେ ୧୧,୧୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଗତ ୭ ମାସରେ ସର୍ବାଧିକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ନୂଆ ସଂକ୍ରମଣ ସହ ଦେଶରେ ବର୍ତ୍ତମାନ କରୋନା ଚିକିତ୍ସିତ ରୋଗୀ ସଂଖ୍ୟା ୪୯,୬୨୨କ ବୃଦ୍ଧି ପାଇଛି। ସେହିପରି ଦୈନିକ ସଂକ୍ରମିତ ହାର ୫.୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ସଂକ୍ରମିତ ହାର  ୪.୨୯ ପ୍ରତିଶତକୁ ବଢ଼ିଛି।

ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ ଦିନକରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ବଢ଼ି ୫,୩୧,୦୬୪ ହୋଇଛି। ସେହିପରି ଦେଶରେ ମୋଟ ୪,୪୪,୧୬,୫୮୩ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପଟେ ଟିକାକରଣ କିନ୍ତୁ କମ୍ ହେଉଥିବାର ଦେଖାଯାଉଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ୨୪ ଘଣ୍ଟାରେ ମାତ୍ର ୪୭୬ ଡୋଜ୍ ଟିକା ଦିଆଯାଇଛି। ଫଳରେ ଦେଶର ମୋଟ ୨୨୦,୬୬,୨୫,୧୨୦ କୋଟି ଡୋଜ୍ ଭ୍ୟାକ୍ସିନ୍ ଦିଆଗଲାଣି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟର ୱେବ୍‌ସାଇଟ୍‌ରୁ ସୂଚନା ମିଳିଛି।

ଗୁରୁବାର ମୁମ୍ବାଇରେ ୨୭୪ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୋଟ କରୋନା ପଜିଟିଭ ସଂଖ୍ୟା ୧୧,୫୯,୮୧୯ ହୋଇଛି। ସେହିପରି ମୃତ୍ୟୁ ସଂଖ୍ୟା ୧୯,୭୫୨ ହୋଇଥିବା ମ୍ୟୁନିସିପାଲିଟି ଅଫିସର ସୂଚନା ଦେଇଛନ୍ତି। ଗତକାଲି ସକ୍ରିୟ ସଂଖ୍ୟା ୩୨୦ ଛୁଇଁଥିଲା। ଗତ ୭ ମାସ ପରେ ମୁମ୍ବାଇରେ ଏତେ ସଂଖ୍ୟକ ସଂକ୍ରମଣ ଦେଖିବାକୁ ମିଳିଥିଲା। ସେହିପରି ଦିଲ୍ଲୀରେ ଗୁରୁବାର ୧୫୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସକ୍ରିୟ ହାର ୨୭.୭୭ ପ୍ରତିଶତ ହୋଇଛି ବୋଲି ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.