Latest Odisha News

BREAKING NEWS

ରାସନ୍ କାର୍ଡ: ସମ୍ପୂର୍ଣ୍ଣ ଇ-କେୱାଇସି ପରେ ନୂଆ ଆବେଦନ ପାଇଁ ଖୋଲିବ ପୋର୍ଟାଲ 

ଭୁବନେଶ୍ଵର: ଇ-କେୱାଇସି ପୂରଣ ପରେ ନୂଆ ରାସନ କାର୍ଡ ପାଇଁ ଖୋଲିବ ପୋର୍ଟାଲ। ରାସନ୍ କାର୍ଡ ସମ୍ପର୍କରେ ସୂଚନା ଦେଇ କିଛି ଏପରି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ହିତାଧିକାରୀମାନେ ନୂଆ ରାସନ୍ କାର୍ଡ ଆବେଦନ ପାଇଁ ଅପେକ୍ଷା କରିଥିବା ବେଳେ ଏହି ମତ ରଖିଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଇ-କେୱାଇସି ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ। ପ୍ରାୟ ୪୧ ଲକ୍ଷ ଏବେ ବି ଇ-କେୱାଇସି ଅପଡେଟ୍‌ କରିନାହାଁନ୍ତି। ଇ-କେୱାଇସି ପରେ କେତେ ଭୂତ ରାସନକାର୍ଡଧାରୀ ଅଛନ୍ତି, ତାହା ସ୍ପଷ୍ଟ ହେବ। ଏହାପରେ ଭୂତ ରାସନ୍ ହିତାଧିକାରୀ ବଡ ପଡ଼ିବ ପରେ ସେହି ସ୍ଥାନରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବା।

ଏଥିସହିତ ମନ୍ତ୍ରୀ ରାସନ୍ କାର୍ଡ ନେଇ କିଛି ଚାଞ୍ଚଲ୍ୟକର ସୂଚନା ମଧ୍ୟ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରାୟ ୪ ଲକ୍ଷ ଆୟକରଦାତା ମଧ୍ୟ ରାସନ ନେଉଥିଲେ। ଏଥିପାଇଁ ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆୟକରଦାତାଙ୍କୁ ରାସନକାର୍ଡରୁ ବାଦ୍‌ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରା ତଥ୍ୟ ସାମ୍ନାକୁ ଆସିଲେ ସେମାନଙ୍କୁ ରାସନ କାର୍ଡରୁ ବାଦ୍‌ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.