Latest Odisha News

BREAKING NEWS

୨୦୫୦ ବେଳକୁ ଭାରତର ପ୍ରଜନନ ଦରରେ ହ୍ରାସ ଘଟିବ: ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଜନସଂଖ୍ୟା ବୃଦ୍ଧି ଏକ ସମସ୍ୟା ଥିବା ବେଳେ ଏବେ କିନ୍ତୁ ଏକ ରିପୋର୍ଟ ଭାରତୀୟଙ୍କୁ ଚିନ୍ତାରେ ପକାଇଛି । ୨୦୫୦ ବେଳକୁ ଭାରତର ପ୍ରଜନନ ଦର ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇବ ବୋଲି ଉଲ୍ଲେଖ ରହିଛି । ଦି ଲେସେଂଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେ ସମୟରେ ପ୍ରଜନନ ପ୍ରତିଶତ ୧.୦୪କୁ ଖସି ଆସିଥିବ । ୧୫ରୁ ୪୯ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ଉପରେ ଗବେଷଣା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ୧୯୫୦ରେ ଭାରତରେ ଏହା ୬.୧୬ ପ୍ରତିଶତ ଥିଲା । ଏହାର ମାନେ ଜଣେ ମହିଳା ଅତି କମରେ ୬ଟି ସନ୍ତାନର ମାଆ ହେବାର ଦକ୍ଷତା ରଖିଥିଲେ । ୭୦ ବର୍ଷ ମଧ୍ୟରେ ଏହା ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି ।

୨୦୨୧ ପରଠାରୁ ବିଶ୍ୱସ୍ତରରେ ଏଥିରେ ଦ୍ରୁତ ଅବନ୍ନତି ପରିଲକ୍ଷିତ ହେଉଛି । ଗ୍ଲୋବାଲ ୱାର୍ମିଂ, ପରିବେଶ ପ୍ରଦୂଷଣ, ଜୀବନଶୈଳୀରେ ପରିବର୍ତନ ଓ ଖାଦ୍ୟ ଏବଂ ପାନୀୟକୁ ଦାୟୀ କରାଯାଇଛି । ୨.୧ ପ୍ରତିଶତ ରହିଲେ ଏହା ଜନସଂଖ୍ୟାକୁ ସନ୍ତୁଳିତ କରିପାରିବ । ଯଦି ଏହା କମେ ତେବେ ଦେଶରେ ବୟସ୍କଙ୍କ ସଂଖ୍ୟା ବଢ଼ିବ ଅଥଚ ଯୁବକ କମିବେ । କେବଳ ଭାରତ ନୁହେଁ ବିଶ୍ୱର ଅଧିକାଂଶ ଦେଶ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.