ନୂଆଦିଲ୍ଲୀ: ପାକିସ୍ତାନକୁ ଲଗାତାର ସହୟତା ଯୋଗାଇଆସୁଥିବା ଚୀନ ଏବେ ଭାରତ ସହ ବଡ ପଙ୍ଗା ନେଇଯାଇଛି । ଯାହା ଚୀନ ଏବଂ ଭାରତ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଆହୁରି ତେଜିଛି । ଏହାରି ଭିତରେ ଭାରତର ବନ୍ଧୁ ଜାପାନ ଏକ ବଡ଼ ପଦକ୍ଷେପ ନେଇଛି । ସାମୁଦ୍ରିକ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ସ୍ୱତନ୍ତ୍ର ଜାହାଜ-ବିରୋଧୀ କ୍ଷେପଣାସ୍ତ୍ର ପ୍ରଣାଳୀ ଲଞ୍ଚ କରିଛି ଜାପାନ । ଯାହା ଚୀନ୍ ପାଇଁ ବିନାଶ ଆଣିପାରେ । ଚୀନର ଡ୍ରାଗନ ଅହଂକାରକୁ ମିନିଟରେ ମାଟିରେ ମିଶେଇଦେବ ଜାପାନର ଏହି ଆଣ୍ଟି ସିପ୍ ମିସାଇଲ୍ ସିଷ୍ଟମ୍ ।
ଚୀନ ପାଇଁ ଘାତକ ଜାପାନର ମିସାଇଲ୍ ଲଞ୍ଚର
ଭାରତର ମିତ୍ର ଜାପାନ ଏହାର ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ସ୍ୱତନ୍ତ୍ର ଅସ୍ତ୍ର ଲଞ୍ଚ କରିଛି। ଜାପାନ ଜୁନ ୮ରେ ଶିଜୁଓକା ପ୍ରିଫେକ୍ଚରରେ ଫୁଜି ଫାୟାରପାୱାର ଅଭ୍ୟାସ ସମୟରେ ଟାଇପ୍ ୧୨ (12SSM) କୋଷ୍ଟାଲ୍ ଡିଫେନ୍ସ ମିସାଇଲ୍ ସିଷ୍ଟମ୍ ପ୍ରଦର୍ଶନ କରିଛି। ଏହା ଜାପାନର ଦୀର୍ଘ-ଦୂରବର୍ତ୍ତୀ ଉପକୂଳ ପ୍ରତିରକ୍ଷା ମିସାଇଲ୍ ଲଞ୍ଚର୍ ଯାନ। ଏହି ପ୍ରତିରକ୍ଷା ପ୍ରଣାଳୀ ସ୍ଥଳଭାଗରେ ରହି ସମୁଦ୍ରକୁ ସୁରକ୍ଷା ଦିଏ। ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଶତ୍ରୁ ଯୁଦ୍ଧଜାହାଜକୁ ଚିହ୍ନଟ କରିବା। ଏହା ସହିତ, ଏହା ସେମାନଙ୍କୁ ଟ୍ରାକ୍ କରେ ଏବଂ ସେମାନଙ୍କୁ ଧ୍ୱଂସ କରିବାରେ ମଧ୍ୟ ସକ୍ଷମ। ୧୦୦୦ କିଲୋମିଟର ପରିସରର ଏହି ମିସାଇଲ ଲଞ୍ଚର ଚୀନ୍ ଭଳି ବିପଦଜନକ ଦେଶ ପାଇଁ ଏକ ସତର୍କ ଘଣ୍ଟି । କାରଣ ଏହା ଚୀନର ଡ୍ରାଗନର ଏୟାରକ୍ରାଫ୍ଟ ଭଳି ଘାତକକୁ, ସମୁଦ୍ରରେ ହିଁ ଧ୍ୱଂସ କରିଦେବ । ଚୀନ୍ ର ସାମୁଦ୍ରିକ ବିପଦର ଜବାବ ଦେବା ପାଇଁ ଜାପାନର କାଉଣ୍ଟରଷ୍ଟ୍ରାଇକ୍ କ୍ଷମତାରେ ଏହା ଏକ ପ୍ରମୁଖ ପଦକ୍ଷେପ। ଯାହା ଭବିଷ୍ୟତରେ ଚୀନର ଅସୁବିଧା ବୃଦ୍ଧି କରିପାରେ।
କାହିଁକି ସ୍ୱତନ୍ତ୍ର ଜାପାନର ଏହି ପ୍ରତିରକ୍ଷା ପ୍ରଣାଳୀ?
ଜାପାନ ଗ୍ରାଉଣ୍ଡ ସେଲ୍ଫ ଡିଫେନ୍ସ ଫୋର୍ସ ଏହାର ନୂତନ ଟାଇପ୍ ୧୨ କୋଷ୍ଟାଲ୍ ଡିଫେନ୍ସ ଆଣ୍ଟି-ସିପ୍ ମିସାଇଲ୍ ଲଞ୍ଚର୍ ଯାନ ଲଞ୍ଚ କରିଛି। ସେନା ଚିହ୍ନଟର ଏକ ରିପୋର୍ଟ ଅନୁଯାୟୀ, ଏହି ପ୍ରତିରକ୍ଷା ପ୍ରଣାଳୀ କୌଣସି ଯୁଦ୍ଧଜାହାଜ କିମ୍ବା ବିମାନ ବିନା ଲକ୍ଷ୍ୟ ପଠାଇପାରିବ । ଉପକୂଳ ଏବଂ ଦ୍ୱୀପପୁଞ୍ଜ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଆଣ୍ଟି-ଆକ୍ସେସ୍ଏ ବା ରିଆ-ଡିନାଏଲ୍ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ପ୍ରତିରକ୍ଷା ପ୍ରଣାଳୀ ଅତ୍ୟନ୍ତ ଆଧୁନିକ ସେନ୍ସର ବ୍ୟବହାର କରେ। ଏହା ମୋବାଇଲ୍ ଲଞ୍ଚ ଯାନ ସହିତ ସଜ୍ଜିତ। ଜାପାନର ଏହି କ୍ଷେପଣାସ୍ତ୍ର ସିଷ୍ଟମରେ ଏକ ସିକ୍ରେଟ୍ ଡିଜାଇନ୍ ଅଛି, ଯାହା ଏହାର ରାଡାର ସ୍ୱାକ୍ଷରକୁ ହ୍ରାସ କରେ, ଏଥିସହିତ ଶତ୍ରୁ ଯୁଦ୍ଧଜାହାଜକୁ ଚିହ୍ନଟ, ଟ୍ରାକ୍ ଏବଂ ଧ୍ୱଂସ କରିବାରେ ସକ୍ଷମ । ଜାପାନର ଟାଇପ୍ ୧୨ (12SSM) ଏକ ଅତ୍ୟାଧୁନିକ ଉପକୂଳ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ, ଯାହାକି ପରବର୍ତ୍ତୀ ପିଢ଼ିର ପ୍ରଯୁକ୍ତିବିଦ୍ୟା ସହିତ ବିକଶିତ । ଯାହା ଜାପାନୀ ସେନାକୁ ଏକ ବିସ୍ତୃତ ସମୁଦ୍ର ଅଞ୍ଚଳରେ ପ୍ରତିରକ୍ଷା ଶକ୍ତି ପ୍ରକ୍ଷେପଣ କରିବାକୁ ସକ୍ଷମ କରିଥାଏ । ଚୀନ୍ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଜାପାନର ଏହି ପଦକ୍ଷେପ ଭାରତ ପାଇଁ ବଡ ଲାଭଦାୟକ ପଦକ୍ଷେପ ହେବ ।
Comments are closed.