Latest Odisha News

BREAKING NEWS

ଆଜିଠାରୁ ବନ୍ଦ କରନ୍ତୁ ଖାଲି ପେଟରେ ଚା’ ପିଇବା, ନହେଲେ ହୋଇପାରେ ଏହିସବୁ ରୋଗ

ଭୁବନେଶ୍ୱର: ଆମ ଦୈନନ୍ଦିନ ଜୀବନରେ ଚା’ ଏକ ଅଭିନ୍ନ ଅଙ୍ଗ ହୋଇ ସାରିଛି । ଅନେକ ଲୋକ ଚା’ ପିଇ ନିଜ ଦିନର ଆରମ୍ଭ କରିବାକୁ ପସନ୍ଦ କରନ୍ତି । ଚା’ ପିଇବା ଦ୍ୱାରା ସେମାନଙ୍କୁ ଫୁର୍ତ୍ତି ଲାଗୁଥିବା କହନ୍ତି ।ଆପଣ ଯଦି ଖାଲି ପେଟରେ ଚା’ ପିଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଆସନ୍ତୁ ଜାଣିବା ଖାଲି ପେଟରେ ଚା’ ପିଇବା ଦ୍ୱାରା କେଉଁ କେଉଁ ସମସ୍ୟା ଦେଖାଯାଏ ।

ପ୍ରତିଦିନ ଖାଲି ପେଟରେ ଚା’ ପିଇବା ଦ୍ୱାରା ଲୋକମାନେ ଅନ୍ୟମାନଙ୍କ ଅପେକ୍ଷା ଥକାପଣ ଅନୁଭବ କରିଥାନ୍ତି । ସିଡ଼ି ଚଢ଼ିବାରେ ସେମାନଙ୍କୁ ଅସୁବିଧା ଅନୁଭବ ହୋଇଥାଏ ।

ଖାଲି ପେଟରେ ଚା’ ପିଇବା ଦ୍ୱାରା ଠିକ୍‌ ଭାବରେ ଭୋକ ନ ହେବା ସହ ଖାଦ୍ୟର ପୋଷଣ ଶରୀରକୁ ମିଳିପାରି ନଥାଏ । ଯାହାଦ୍ୱାରା ଥକାପଣ ଅନୁଭବ ହୋଇଥାଏ ।

ଏକ ଗବେଷଣାରୁ ଜଣାପଡିଛି ଖାଲି ପେଟରେ ଚା’ ପିଇବା ଦ୍ୱାରା ଛୋଟ ଛୋଟ କଥାକୁ ନେଇ ଚିନ୍ତିତ ହେବା ବା ଚିଡ଼ି ଚିଡ଼ି ହେବା ଖାଲି ପେଟରେ ଚା’ ପିଇବା ଦ୍ୱାରା ଆରମ୍ଭ ହୋଇଥାଏ । କୌଣସି କାମ କରିବାକୁ ଆଗ୍ରହ ନ ଆସିବା ସହ ଲୋକମାନେ ଖୁବ୍‌ ଶୀଘ୍ର ରାଗିବାକୁ ଲାଗିଥାନ୍ତି ।

ଖାଲି ପେଟରେ ଚା’ ପିଇଲେ ପେଟ ଫୁଲିବା ସମସ୍ୟା ଆରମ୍ଭ ହୋଇଥାଏ । ପେଟରେ ଗ୍ୟାସ୍‌ ଭରିଯିବା ହେତୁ ଏପରି ହୋଇଥାଏ । ସେଥିପାଇଁ ଖାଲି ପେଟରେ ଚା’ ପିଇବା ଆଜିଠାରୁ ବନ୍ଦ କରନ୍ତୁ ।

Leave A Reply

Your email address will not be published.