Latest Odisha News

ଆୟର୍ଲାଣ୍ଡ ଗସ୍ତରେ କୋଚ ହେବେ ଲକ୍ଷ୍ମଣ, ଡ୍ରାଭିଡଙ୍କୁ ବିଶ୍ରାମ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ରାହୁଲ ଡ୍ରାଭିଡଙ୍କୁ ଅଗାମୀ ଆୟର୍ଲାଣ୍ଡ ଗସ୍ତ ପାଇଁ ବିଶ୍ରାମ ଦିଆଯିବ । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ମଣ ଏହି ଦାୟିତ୍ୱ ତୁଲାଇବେ । ଏହି ଗସ୍ତ ପାଇଁ ବ୍ୟାଟିଂ ଓ ବୋଲିଂ କୋଚ ମଧ୍ୟ ଯିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ୩ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ । ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ପରି ସିନିୟର ଖେଳାଳିଙ୍କୁ ଏହି ଗସ୍ତ ପାଇଁ ବିଶ୍ରାମ ଦିଆଯିବ । ୧୩ ଅଗଷ୍ଟରେ ୱେଷ୍ଟଇଣ୍ଡିଜ ଓ ଆମେରିକା ଗସ୍ତ ଶେଷ ହେବା ପରେ ଡ୍ରାଭିଡଙ୍କ ସମେତ ସହକାରୀ କୋଚ ବିକ୍ରମ ରାଠୋର ଓ ପାରସ ମାହାମ୍ବ୍ରେ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ ।

BjdElectrycity

ଏହା ପରେ ସେମାନେ ଏସିଆ କପ, ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଏବଂ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ରିପୋର୍ଟ ମୁତାବକ ଲକ୍ଷ୍ମଣଙ୍କ ସହିତ ସିତାଂଶୁ କୋଟକ ଓ ହ୍ରିଷିକେଶ କାନିତକର ଯାଇପାରନ୍ତି । ତେବେ ଏ ନେଇ ବିସିସିଆଇ କୌଣସତି ଔପଚାରିକ ଘୋଷଣା କରାଯାଇ ନାହିଁ । ଏହା ପୂର୍ବ ସିରିଜରେ ଲକ୍ଷ୍ମଣଙ୍କ ପ୍ରଶିକ୍ଷଣରେ ଏବଂ ପାଣ୍ଡ୍ୟା ନେତୃତ୍ୱ ସହାୟତାରେ ଭାରତ ୨-୦ରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା । ଯଶପ୍ରୀତ ବୁମରାହଙ୍କୁ ଆୟର୍ଲାଣ୍ଡ ଗସ୍ତରେ ସାମିଲ କରିବା ନେଇ ବିସିସିଆଇ ଚିନ୍ତା କରୁଛି ।

Leave A Reply

Your email address will not be published.