Latest Odisha News

BREAKING NEWS

ପରଲୋକରେ କିମ୍ବଦନ୍ତୀ ଭାରତୀୟ ସ୍ପ୍ଲିଣ୍ଟର ମିଲଖା ସିଂ

ଚଣ୍ଡିଗଡ: ଫ୍ଲାଇଂ ଶିଖ୍ ଭାବେ ବେଶ୍ ପରିଚିତ ମିଲଖା ସିଂ ଆଉ ନାହାନ୍ତି । ଗତ କିଛି ଦିନ ତଳେ କରୋନାକୁ ହରାଇ ଡାକ୍ତରଖାନାରୁ ଘରକୁ ଫେରିଥିବା ମିଲଖାଙ୍କର ଅମ୍ଲଜାନ ସ୍ତର କମିଥିଲା । ତେଣୁ ଜୁନ ୩ ତାରିଖରେ ତାଙ୍କୁ ପୁନର୍ବାର ଚିକିତ୍ସା ପାଇଁ ଚଣ୍ଡୀଗଡର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ଦୁଇ ଦିନ ହେଲା ସେ ଗୁରୁତର ହୋଇପଡିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତି ୧୧ଟା ୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ପାଞ୍ଚ ଦିନ ତଳେ ତାଙ୍କ ପତ୍ନୀ ନିର୍ମଳ କୌରଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିଲା ।

ମିଲଖା ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ଯେ, ‘ମିଲଖା ସିଂଙ୍କ ପରଲୋକରେ ଦେଶ ଜଣେ ମହାନ ଖେଳାଳିଙ୍କୁ ହରାଇଲା । ସେ ଅଗଣିତ ଭାରତୀୟ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ ।’

୧୯୫୮ କମନ ୱେଲଥ ଗେମରେ ଚାମ୍ପିୟନ ହୋଇଥିଲେ । ଏଥିରେ ସେ ହାସଲ କରିଥିବା ରେକର୍ଡ ୫୦ ବର୍ଷ ଧରି କେହି ଅତିକ୍ରମ କରିନଥିଲେ। ସେ ୧୯୬୦ ରୋମ ଅଲମ୍ପିଆନ ଭାବେ ପରିଚିତି ହାସଲ କରିଥିଲେ ।

ମିଲଖା ସିଂଙ୍କ ସ୍ୱର୍ଗତା ପତ୍ନୀ ନିର୍ମଳ ଭାରତୀୟ ମହିଳା ଭଲିବଲ ଟିମ୍‌ର ନେତୃତ୍ୱ ନେବା ସହ ପଞ୍ଚାବ ସରକାରଙ୍କ କ୍ରୀଡା ବିଭାଗର ଏକାଧିକ ପ୍ରମୁଖ ବିଭାଗର ଦାୟିତ୍ୱରେ ଥିଲେ । ପଞ୍ଚାବକୁ ଏକ ସଫଳ କ୍ରୀଡା ରାଜ୍ୟ ଭାବେ ଗଢି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।
କ୍ରୀଡା ଜଗତର ଏହି ସଫଳ ଦମ୍ପତ୍ତିଙ୍କ ବିୟୋଗରେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.