Latest Odisha News

BREAKING NEWS

ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ଆଇପିଏସ୍ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ । କରୋନାରେ ଆକ୍ରାନ୍ତ ହୋଇ କୋଲକାତାରେ ତାଙ୍କ ଇକମୋ ଚିକିତ୍ସା ଚାଲିଥିବା ବେଳେ ରାତି ୧୦ ଟା ୧୫ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଗତ ୮ ତାରିଖରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ କୋଲକାତା ଏୟାରଲିଫ୍ଟ କରାଯାଇଥିଲା ।

କରୋନାରେ ଆକ୍ରାନ୍ତ ହେବା ପରେ ଗତ ୨୯ ତାରିଖରେ ଡ. ପାଣିଗ୍ରାହୀଙ୍କୁ କଟକ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଣ୍ଟରରେ ରଖାଯାଇଥିଲା। ତେବେ ଇକ୍ମୋ ଚିକିତ୍ସା ପାଇଁ ଗତ ୮ ତାରିଖରେ ତାଙ୍କୁ କୋଲକାତା ଏୟାରଲିଷ୍ଟ କରାଯାଇଥିଲା ।

୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ପାଣିଗ୍ରାହୀ । ରାଜନୀତି ବିଜ୍ଞାନରେ ସ୍ନାତକ କରିବା ପରେ ଦିଲ୍ଲୀ ଜେଏନ୍‌ୟୁରୁ ଏମଫିଲ କରିଥିଲେ । ଏହା ପରେ ସେ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ୧୯୯୧ ମସିହାରେ ଆଇପିଏସ୍ ଅଫିସର ଭାବେ ଯୋଗ ଦେଇଥିଲେ ।

ବିଭିନ୍ନ ଜିଲ୍ଲାର ଏସପି ଭାବେ କାମ କରିବା ସହ ବର୍ତ୍ତମାନ ସେ ଭିଜିଲାନ୍ସ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ଜଣେ ସାହିତ୍ୟିକ ଭାବେ ମଧ୍ୟ ସେ ବେଶ୍ ନାଁ କରିଥିଲେ । ତାଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.